ETV Bharat / bharat

ପ୍ରୟାସ ଆଣିଲା ସଫଳତା, ରାସ୍ତା ଖୋଳି ଦୀର୍ଘ 18 ମାସ ପରେ ଗାଁକୁ ପାଣି ଆଣିଲେ ମହିଳା - Madhya Pradesh water crisis

ଜଳ ସମସ୍ୟାରେ ଅନେକ ଧରି ସଙ୍ଘର୍ଷ କରି ଆସୁଥିବା ମହିଳା ମାନେ ମିଶି ପାହାଡ ରାସ୍ତା କାଟି ପାଣିର ବ୍ୟବସ୍ଥା କରିଛନ୍ତି । ଅଧିକ ପଢନ୍ତୁ...

18 ମାସ ଧରି ରାସ୍ତା ଖୋଳି ଜଳ ସମସ୍ୟା ଦୂର କଲେ ଅଙ୍ଗ୍ରୋଥା ଗାଁର ମହିଳା

author img

By

Published : Sep 28, 2020, 7:20 AM IST

ଭୋପାଳ: କୁହାଯାଏ, ଅସୁବିଧା ହେଲେ ଏହାର ସମାଧାନର ବାଟ ଆପେ ଆପେ ଦେଖାଯାଏ । ଏଥିପାଇଁ ଇଚ୍ଛା ଓ ଉଦ୍ୟମର ନିତ୍ୟାନ୍ତ ଆବଶ୍ୟକ ରହିଛି । ସେହିପରି ଏକ ବଡ ଉଦାହରଣ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ଛତ୍ରପୁର ଅନ୍ତର୍ଗତ ଅଙ୍ଗ୍ରୋଥା ଗାଁରେ । ଏହି ଗାଁର ପ୍ରାୟ 250 ମହିଳା 18 ମାସ ମଧ୍ୟରେ ଏକ ପାହାଡ କାଟି ଉକ୍ତ ଗାଁର ଏକ ଶୁଖିଲା ପୋଖରୀରେ ପାଣି ପ୍ରବେଶ କରିବା ରାସ୍ତା ତିଆରି କରିଛନ୍ତି । ଏହି ଗାଁର ଲୋକେ ଦୀର୍ଘ ଦିନ ଧରି ଜଳ ପାଇଁ ସଙ୍ଘର୍ଷ କରିଆସୁଥିଲେ ।

ଜଣେ ସ୍ଥାନୀୟ ମହିଳା ବବିତା ରାଜପୁତ କହିଛନ୍ତି, ''ଆମେ 18 ମାସରୁ ଅଧିକ ସମୟ ଧରି ଗାଁ ପାଇଁ କାମ କରୁଛୁ, ଯେଉଁ ଜଳ ଜଙ୍ଗଲରେ ମୁକ୍ତ ଭାବରେ ପ୍ରବାହିତ ହେଉଥିଲା ଆଉ ତାର କୌଣସି ବ୍ୟବହାର ହେଉନଥିଲା । ତେଣୁ ଗାଁର ମହିଳାମାନେ ଏହା ବିଚାର କରି ଏକ ଗୋଷ୍ଠୀ ଗଠନ କରିଥିଲେ ଏବଂ ପାହାଡରୁ ପ୍ରାୟ 500 ମିଟର ପର୍ଯ୍ୟନ୍ତ ରାସ୍ତା କାଟି ଗାଁର ପୋଖରୀରେ ପାଣି ପଡିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା "।

ଅଙ୍ଗ୍ରୋଥା ଗାଁର ବିବିତାବାଇ ଆଦିବାସୀ କହିଛନ୍ତି,"ଆମେ ନିଜେ ଏହା କରିଛୁ ଏଠାରେ ଜଳ ଅଭାବ ରହିଛି। ଆମେ ଚାଷ କରିବାକୁ ଅସମର୍ଥ ଏବଂ ଆମର ପଶୁମାନେ ମଧ୍ୟ ପାଣି ବିନା ଯନ୍ତ୍ରଣା ଭୋଗୁଥିଲେ। ପ୍ରାୟ 250 ମହିଳା ଆମ ଗାଁର ପୋଖରୀରେ ଜଳ ପ୍ରବାହିତ ହେବା ପାଇଁ ଏକ ରାସ୍ତା ଖୋଳିଛନ୍ତି। ଏହି କାର୍ଯ୍ୟ ସମାପ୍ତ କରିବାକୁ ଆମକୁ ପ୍ରାୟ 18 ମାସ ସମୟ ଲାଗିଲା"।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.