ଚେନ୍ନାଇ: ଇଚ୍ଛା ଥିଲା ବାପାଙ୍କ ସାମ୍ନାରେ ବିବାହ କରିବ ପୁଅ । ହେଲେ ଦଇବର ଇଚ୍ଛା ଥିଲା ଆଉ କିଛି । ପୁଅର ବିବାହ ପୂର୍ବରୁ ବାପାର ହେଲା ମୃତ୍ୟୁ । ହେଲେ ପୁଅ ବାପାଙ୍କ ଇଚ୍ଛା ପୁରଣ ପାଇଁ କରିଛି ଏମିତି କାମ କଲା ପୁଅ ।ଯାହା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । ହେଲେ ଏହା ସମ୍ପୂର୍ଣ୍ଣ ସତ । ପୁଅ ବାପାର ମୃତଦେହ ସାମ୍ନାରେ କରିଛି ବିବାହ ।
ତାମିଲନାଡୁର ଭିଲ୍ଲୁପୁରମ ଅଞ୍ଚଳରେ ଘଟିଛି ଏହି ଘଟଣା । ଆଲେକ୍ସାଣ୍ଡର ଏବଂ ଅର୍ଣ୍ଣପୂର୍ଣ୍ଣାନୀ ପେଶାରେ ଶିକ୍ଷକ । ଦୁହିଁଙ୍କ ବିବାହ ସେପ୍ଟେମ୍ବର 2 ତାରିଖରେ ସ୍ଥିର ହୋଇଥିଲା । ହେଲେ ବିବାହ ଦେଖିବା ଆଗରୁ ଆଲେକ୍ସାଣ୍ଡରଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା ।
କିନ୍ତୁ ବାପାଙ୍କ ସାମ୍ନାରେ ବିବାହ କରିବାର ଇଚ୍ଛା ପୂରଣ କଲେ ଆଲେକ୍ସଜାଣ୍ଡର । ଆଉ ବନ୍ଧୁବାନ୍ଧବଙ୍କୁ ଅନୁରୋଧ କରି ବାପାଙ୍କ ମୃତଦେହ ଆଗରେ ବିବାହ କରିଥିଲେ । ଆଉ ଏହି ବିବାହର ଫଟୋ ଏବେ ସୋସିଆଲ ମିଡିଆରେ ହୋଇଛି ଭାଇରାଲ ।