ETV Bharat / bharat

ସୀତାରମଣଙ୍କୁ ବିଷଧର ସାପ କହି ତାତ୍ସଲ୍ୟ କଲେ ଟିଏମସି ସାଂସଦ

author img

By

Published : Jul 5, 2020, 3:13 PM IST

କଳା ନାଗୁଣି(ବିଷାକ୍ତ ସାପ) କାମୁଡିଲେ ତା' ବିଷରେ ଯେମିତି ମୃତ୍ୟୁ ହୁଏ, ଠିକ୍‌ ସେହିପରି ଅର୍ଥମନ୍ତ୍ରୀଙ୍କ ଯୋଗୁଁ ଦେଶବାସୀ ମରୁଛନ୍ତି ବୋଲି ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ କହିଛନ୍ତି ।

ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ
ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ

କୋଲକାତା: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ । ସେ ଅର୍ଥମନ୍ତ୍ରୀଙ୍କୁ ବିଷଧର ସର୍ପ ସହ ତୁଳନା କରିଛନ୍ତି । ସୀତାରମଣଙ୍କ ଯୋଗୁଁ ଦେଶ ଅର୍ଥନୀତି ନଷ୍ଟ ହୋଇଛି ବୋଲି ପଶ୍ଚିମବଙ୍ଗ ବାଙ୍କୁରା ଜିଲ୍ଲାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଦାବି କରିଛନ୍ତି ବାନାର୍ଜୀ ।

ସେ କହିଛନ୍ତି, କଳା ନାଗୁଣି(ବିଷାକ୍ତ ସାପ) କାମୁଡିଲେ ତା' ବିଷରେ ଯେମିତି ମୃତ୍ୟୁ ହୁଏ, ଠିକ୍‌ ସେହିପରି ଅର୍ଥମନ୍ତ୍ରୀଙ୍କ ଯୋଗୁଁ ଦେଶବାସୀ ମରୁଛନ୍ତି । ସେ ଦେଶ ଅର୍ଥନୀତିକୁ ନଷ୍ଟ କରିଦେଇଛନ୍ତି । ସେ ସବୁଠାରୁ ଖରାପ ଅର୍ଥମନ୍ତ୍ରୀ । ସୀତାରମଣ ଲଜ୍ଜିତ ହୋଇ ନିଜ ପଦରୁ ଇସ୍ତଫା ଦେବା ଉଚିତ ବୋଲି ଟିଏମସି ସାଂସଦ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଦେଶର ଆର୍ଥିକ ଅସ୍ଥିରତା ପାଇଁ ସୀତାରମଣଙ୍କୁ ପ୍ରଥମ ଥର ଦାୟୀ କରାଯାଇନାହିଁ । ଗତ ମାସ ଆରମ୍ଭରେ ଅର୍ଥମନ୍ତ୍ରୀ ଏବଂ ଐତିହାସିକ ରାମଚନ୍ଦ୍ର ଗୁହାଙ୍କ ମଧ୍ୟରେ ଟ୍ୱିଟରରେ ବାକ୍‌ ଯୁଦ୍ଧ ଦେଖିବାକୁ ମିଳିଥିଲା । ଦେଶର ଅର୍ଥନୀତି ସୁରକ୍ଷିତ ହାତରେ ଥିବାରୁ ତା ବିଷୟରେ ଚିନ୍ତା ନକରିବାକୁ ଗୁହାଙ୍କୁ ପରାମର୍ଶ ଦେଇଥିଲେ ସୀତାରମଣ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.