ପଶ୍ଚିମବଙ୍ଗ: ଜୁଲାଇ 21, ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ପାଳୁଛି ସହିଦ ଦିବସ। ତେବେ ଏହି ରାଲିକୁ ପଶ୍ଚିମବଙ୍ଗ ବିଜେପିର ମୁଖ୍ୟ ଦିଲ୍ଲୀପ ଘୋଷ କଟାକ୍ଷ କରିଛନ୍ତି । ସେ କହିଛନ୍ତି ଟିଏମସି କାର୍ଯ୍ୟକ୍ରମ ହେଉଛି 'ଦିଦି'ଙ୍କ ସର୍କସ । ଯାହାକୁ ନେଇ ତାଙ୍କ ବିରୋଧରେ ଏକ ମାମଲା ଦାୟର ହୋଇଛି ।
ଏହି ବୈଠକ ଏକ ଶୋକସଭା ଦିବସ । ପ୍ରତିବର୍ଷ ଟିଏମସି ଜୁଲାଇ 21 କୁ 1993 ପୋଲିସଙ୍କ ଗୁଳିରେ ପ୍ରାଣ ହରାଇଥିବା ଲୋକଙ୍କୁ ମନେପକାଇବା ପାଇଁ ପାଳନ କରିଥାଏ । ତେବେ ଚଳିତ ବର୍ଷ ଏହାକୁ ବିରାଟ ଆକାରରେ ଆୟୋଜନ କରାଯାଉଛି ।
''ଏହି ବୈଠକରେ ସମସ୍ତେ ଦିଦିଙ୍କ ଡ୍ରାମା ଦେଖିବାକୁ ଯାଉଛନ୍ତି । ଶୋକ ଦିବସ ପାଳନ ପାଇଁ କୌଣସି ଗେଟ କି ପତାକା ନାହିଁ । ତେବେ ସେଠାରେ କ'ଣ ହେଉଛି କିଛି ବୁଝି ହେଉନି । ତେଣୁ ଏହା ଶୋକ ଦିବସ କି ବିଜୟ ଦିବସ ତାହା ଜଣା ପଡୁନାହିଁ ''ବୋଲି ଦିଲ୍ଲୀପ ଘୋଷ କହିଛନ୍ତି ।
ଦିଲ୍ଲୀପଙ୍କ ବିରୋଧରେ ମାମଲା ରୁଜୁ ପରେ ସେ ଚୁପ ନରହି ପୁନର୍ବାର ବୟାନ ଦେଇ କହିଛନ୍ତି କି, ଏହି ରାଲି ଏକ ଫ୍ଲପ ସୋ ରେ ପରିଣତ ହେବ । ଶୋ ଫ୍ଲପ ହେବା ପୂର୍ବରୁ ଟିଏମସି କିଛି କାରଣ ଖୋଜିବା ସହ ବିଜେପିକୁ ବଲୀ କା ବକରା ବନାଉଛି। ତେଣୁ ମୋ ନାଁରେ ଆହୁରି 10 ଟି ମାମଲା ରୁଜୁ କଲେ ବି ମୁଁ ତାକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛି ଦିଲ୍ଲୀପ କହିଛନ୍ତି ।