କୋଲକାତା: ଚଳିତ ନିର୍ବାଚନର ଫଳାଫଳ ଆସିଯାଇଥିବାବେଳେ ବିଭିନ୍ନ ରାଜ୍ୟରେ ବିଜେପି ଚତ୍ମକାର ପ୍ରଦର୍ଶନ କରିଛି । ବିଶେଷ କରି ଯେଉଁ ରାଜ୍ୟରେ ଆଞ୍ଚଳିକ ଦଳଙ୍କ ପ୍ରାଧାନ୍ୟ ରହିଛି ସେ ରାଜ୍ୟରେ ଦଳର ପ୍ରଦର୍ଶନ ପ୍ରାୟତଃ ଭଲ ରହିଛି । ଯାହାର ଜ୍ବଳନ୍ତ ଉଦାହରଣ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି ।
-
West Bengal BJP President Dilip Ghosh on being asked if he is in contact with TMC MPs & MLAs: Even earlier many people were in contact with me, it'll increase going ahead. When there is a possibility that a government could fall, people leave. Who wants to be in a sinking ship? pic.twitter.com/koSn535jLg
— ANI (@ANI) May 24, 2019 " class="align-text-top noRightClick twitterSection" data="
">West Bengal BJP President Dilip Ghosh on being asked if he is in contact with TMC MPs & MLAs: Even earlier many people were in contact with me, it'll increase going ahead. When there is a possibility that a government could fall, people leave. Who wants to be in a sinking ship? pic.twitter.com/koSn535jLg
— ANI (@ANI) May 24, 2019West Bengal BJP President Dilip Ghosh on being asked if he is in contact with TMC MPs & MLAs: Even earlier many people were in contact with me, it'll increase going ahead. When there is a possibility that a government could fall, people leave. Who wants to be in a sinking ship? pic.twitter.com/koSn535jLg
— ANI (@ANI) May 24, 2019
ଏଥର ଲୋକସଭା ନିର୍ବାଚନରେ ଦିଦିଙ୍କ ଗଡରେ ବିଜେପି ଚତ୍ମକାର ପ୍ରଦର୍ଶନ କରିଛି । ମୋଟ 42ଟି ସିଟରୁ ବିଜେପି 18ଟି ଅକ୍ତିଆର କରିଛି । ମମତାଙ୍କ ଟିଏମସି 22ଟି ସିଟ ପାଇଥିଲେ ମଧ୍ୟ ଗତଥର ଅପେକ୍ଷା ସିଟ ସଂଖ୍ୟାରେ ହ୍ରାସ ଘଟିଛି । ସେହିପରି ବିଜେପି ଗତ ନିର୍ବାଚନରେ 2ଟି ଆସନ ପାଇଥିବାବେଳେ ଏଥର ଅଧିକ 16ଟି ସିଟ ପାଇଛି ।
ତେବେ ଫଳାଫଳ ପରେ ବିଜେପିରେ ମିଶିବା ଲାଗି ଟିଏମସିର ଅନେକ ବିଧାୟକ ଓ ସାଂସଦ ଚେଷ୍ଟା ଚଳାଉଥିବା ଖବର ରାଜନୈତିକ ମହଲରେ ଚର୍ଚ୍ଚା ପାଲଟିଛି । ଶାସକ ଦଳର ଅନେକ ନେତା ବିଜେପିରେ ମିଶିବା ପାଇଁ ଦଳ ସହ ଯୋଗାଯୋଗ କରିବା ଆରମ୍ଭ କରିଥିବା ଜଣାପଡିଛି । ତେବେ ଏହା ଉପରେ ପ୍ରତିକ୍ରିୟା ଦେଇ ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲୀପ ଘୋଷ କହିଛନ୍ତି ଯେ ଏହା କୌଣସି ନୂଆ କଥା ନୁହେଁ ।
ଆଗରୁ ମଧ୍ୟ ଏପରି ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିବା ସେ କହିଛନ୍ତି । ତାଙ୍କୁ ମଧ୍ୟ ଟିଏମସିରୁ ଅନେକ ଫୋନ କଲ ଆସିଛି । ଆଗକୁ ଏଥିରେ ଆହୁରି ବୃଦ୍ଧି ଘଟିବ । କାରଣ କେହି ମଧ୍ୟ ବୁଡୁଥିବା ଜାହାଜରେ ରହିବାକୁ ଚାହାନ୍ତି ନାହିଁ । ଯେତେବେଳେ ସରକାର ଭାଙ୍ଗିବାର ସମ୍ଭାବନା ରହିଥାଏ ସେତେବେଳେ ଲୋକେ ଦଳ ଛାଡନ୍ତି । ଟିମସିର ଅବସ୍ଥା ବର୍ତ୍ତମାନ ସମାନ ଅଛି । ଏହା ଏକ ବୁଡୁଥିବା ଜାହାଜ । ଏଥିରେ କେହି ରହିବାକୁ ଚାହାନ୍ତି ନାହିଁ । ଟିଏମସିର ବର୍ତ୍ତମାନ ଅବସ୍ଥା ଦେଖି ଦଳ ଛାଡିବାକୁ ଅନେକ ନେତା ଇଚ୍ଛୁକ ଥିବା ସେ କହିଛନ୍ତି ।