ETV Bharat / bharat

‘ମୋଦିଙ୍କ ଭାଷଣରେ ଏକଛତ୍ରବାଦୀ ଶାସନର ଝଲକ୍’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ ଉପରେ ଟିଏମସି ସାଂସଦ ମହୁଆ ମୋଇତ୍ର ତୀବ୍ର ମନ୍ତବ୍ୟ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣରେ ଉତ୍ତର କୋରିଆର ପୂର୍ବତନ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ-ଇଲଙ୍କ ଝଲକ ଦେଖିବାକୁ ମିଳୁଛି ।

pm-narendra-modi-speech
ମୋଦିଙ୍କ ଭାଷଣରେ ଏକଛତ୍ରବାଦୀ ଶାସନର ଝଲକ୍
author img

By

Published : May 13, 2020, 8:50 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ ଉପରେ ଟିଏମସି ସାଂସଦ ମହୁଆ ମୋଇତ୍ର ତୀବ୍ର ମନ୍ତବ୍ୟ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣରେ ଉତ୍ତର କୋରିଆର ପୂର୍ବତନ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ-ଇଲଙ୍କ ଝଲକ ଦେଖିବାକୁ ମିଳୁଛି ।

ମହୁଆ କହିଛନ୍ତି ଯେ ମୁଁ ସମ୍ମାନିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ ଶୁଣୁଛି। ମୁଁ ଉତ୍ତର କୋରିଆର ପୂର୍ବତନ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଇଲ, ‘ଜୁଚେ’ର ଆଦର୍ଶକୁ ମନେ ପକାଉଛି। ସେ କହିଛନ୍ତି ଯେ ଜୁଚେ ଉତ୍ତର କୋରିଆର ଏକ ମୂଳ ବିଚାରଧାରା। ଏହାର ଅର୍ଥ ହେଉଛି ଉତ୍ତର କୋରିଆ ଏକ ଦେଶ ଭାବରେ ଅଲଗା ହେବା ଉଚିତ ଓ ବିଶ୍ବରୁ ବିଚ୍ଛିନ୍ନ ହେବା ଉଚିତ୍।

ପ୍ରକାଶଥାଉକି, କିମ-ଜୋଙ୍ଗ-ଇଲ 1994 ରୁ 2011 ପର୍ଯ୍ୟନ୍ତ ଉତ୍ତର କୋରିଆର ଦ୍ବିତୀୟ ପ୍ରମୁଖ ନେତା ଥିଲେ। ସେ ଉତ୍ତର କୋରିଆର ବର୍ତ୍ତମାନର ଏକଛତ୍ରବାଦୀ ଶାସକ କିମ-ଜୋଙ୍ଗ-ଉନଙ୍କ ପିତା ଥିଲେ।

ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦେଶକୁ ସମ୍ବୋଧିତ କରି ଆତ୍ମନିର୍ଭରଶୀଳତା ଓ ସ୍ଥାନୀୟ ଉତ୍ପାଦର ପ୍ରଚାର ପ୍ରସାର ଉପରେ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦୁନିଆର ଆଜିର ପରିସ୍ଥିତି ଆମକୁ ଶିକ୍ଷା ଦିଏ ଯେ କୋରୋନା ଭଳି ସଙ୍କଟର ମୁକାବିଲା ପାଇଁ ଆତ୍ମନିର୍ଭରଶୀଳ ଭାରତ ହେଉଛି ଏକମାତ୍ର ଉପାୟ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.