କୋଲକାତା: ଟିଏମସି ନେତା ନିର୍ମଳ କୁଣ୍ଡୁଙ୍କ ହତ୍ୟା । ଗତ ମଙ୍ଗଳବାର ବିଳମ୍ବିତ ରାତ୍ରିରେକୋଲକାତାର ଦମଦମ ଠାରେ କିଛି ଦୃର୍ବୁତ୍ତ ତିନୋଟି ବାଇକ ଯୋଗେ ଆସି ତୃଣମୂଳ କଂଗ୍ରେସର ନେତା ନିର୍ମଳ କୁଣ୍ଡୁଙ୍କୁ ଗୁଳି କରିଛନ୍ତି ।
ଏହି ଘଟଣା ପରେ ତାଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲକୁ ନିଆଯାଇଥିଲା । କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି ।
ପ୍ରକାଶ ଥାଉ କି, ନିର୍ମଳ କୁଣ୍ଡୁ ନିମତା ପୋଲିସ ଷ୍ଟେସନ ନିକଟସ୍ଥ ଦମ୍ଦମ୍ ନଗର ପାଳିକା ୱାର୍ଡ 6ର ଟିଏମସି ଅଧ୍ୟକ୍ଷ ଥିଲେ ।