ETV Bharat / bharat

ଥମୁନି ବିଜେପି-ଟିଏମସି କଳି, ବଳି ପଡିଲେଣି 8 - clash

ଶନିବାର ଟିଏମସି-ବିଜେପି ଭିତରେ ସଂଘର୍ଷ ଘଟି 4 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ 4 ଜଣଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ତେବେ ଏହାକୁ ନେଇ ଅଶାନ୍ତ ରହିଛି ସ୍ଥାନୀୟ ଅଞ୍ଚଳ । ସୁରକ୍ଷାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ହତାଗାଛିରେ ବ୍ୟାପକ ପୋଲିସ ମୁତୟନ ମଧ୍ୟ କରାଯାଇଛି ।

ଫଟୋ ସୌଜନ୍ୟ : ଇଟିଭି ଭାରତ
author img

By

Published : Jun 9, 2019, 7:07 PM IST

କୋଲକାତା: ପଶ୍ଚିମବଙ୍ଗରେ ଥମୁନି ରାଜନୈତିକ ହିଂସା । ବିଜେପି ଏବଂ ତୃଣମୂଳ କଂଗ୍ରେସର କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟି 8 ଜଣଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । ପଶ୍ଚିମବଙ୍ଗ ସନ୍ଦେଖାଲିର ନଜତ ଥାନା ହତାଗାଛି ଅଞ୍ଚଳରେ ଘଟିଛି ଘଟଣା । ଦୁଇ ଦଳର କର୍ମୀଙ୍କ ଭିତରେ ଗୁଳିମାଡ ଘଟି ଶନିବାର 4 ଜଣଙ୍କର ମୃତ୍ୟୁ ଘଟିଥିଲା ।

ସେମାନଙ୍କ ଭିତରୁ ଟିଏମସିର ଜଣେ କର୍ମୀ ଥିବା ବେଳେ ବିଜେପିର 3 କର୍ମୀ ଥିବା ଅଭିଯୋଗ ହୋଇଥିଲା । ତେବେ ଆଜି ସଂଘର୍ଷରେ ମୃତ୍ୟୁ ସଂଖ୍ୟା 8ରେ ପହଞ୍ଚିଥିବା ସନ୍ଦେହ କରାଯାଉଛି । ଗୋଟିଏ ପଟେ ବିଜେପିର 5 ଜଣ କର୍ମୀଙ୍କୁ ଟିଏମସି ସମର୍ଥକ ହତ୍ୟା କରିଥିବା ଅଭିଯୋଗ କରିଛି ଦଳ । ଏହାସହ ଦଳର 18 ଜଣ କର୍ମୀ ଏହି ଘଟଣା ପରଠାରୁ ନିଖୋଜ ଥିବା ଅଭିଯୋଗ ହୋଇଛି ।

ଅନ୍ୟପଟେ ବିଜେପି ନେତା ମୁକୁଲ ରୟ ଦଳର 4 ଜଣଙ୍କୁ ଟିଏମସି ସମର୍ଥକ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ଏହାସହ ବିଜେପିର ଅନ୍ୟ ଜଣେ ନେତାଙ୍କ କହିବା ଅନୁସାରେ, ଦେବବ୍ରତ ମଣ୍ଡଳ ନାମକ ଜଣେ କର୍ମୀଙ୍କ ମୃତ୍ୟୁ ଘଟିଛି । ଅନ୍ୟଜଣେ କର୍ମୀ ଶଙ୍କର ମଣ୍ଡଳଙ୍କ ମୃତଦେହ ରବିବାର ଉଦ୍ଧାର କରାଯାଇଥିଲା ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.