ETV Bharat / bharat

କୋରୋନା ସତର୍କତା, ତିରୁପତିରେ ବାଲାଜୀ ଦର୍ଶନ ବନ୍ଦ - କୋରୋନା ଭାଇରସ ଖବର

କୋରୋନା ଭାଇରସର ପ୍ରଭାବ ଯୋଗୁଁ ତିରୁମାଲା ବାଲାଜୀ ଦର୍ଶନ ଏକ ସପ୍ତାହ ପାଇଁ ବନ୍ଦ କରାଯାଇଛି । ଏନେଇ ମନ୍ଦିର ପରିଚାଳନା କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

tirumala-balaji-darshan-stopped-for-one-week-due-to-corona-effect
କୋରୋନା ସତର୍କତା ତିରୁମାଲା ବାଲାଜୀ ଦର୍ଶନ ବନ୍ଦ
author img

By

Published : Mar 19, 2020, 10:45 PM IST

ତିରୁପତି: କୋରୋନା ପ୍ରଭାବ ଯୋଗୁଁ ତିରୁମାଲା ବାଲାଜୀ ଦର୍ଶନ ଏକ ସପ୍ତାହ ପାଇଁ ବନ୍ଦ କରାଗଲା | ଏନେଇ ମନ୍ଦିର ପରିଚାଳନା କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି ।

ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁମାଲା ବାଲାଜୀ ମନ୍ଦିରକୁ ମହାମାରୀ କୋରୋନାର ପ୍ରଭାବ ଯୋଗୁଁ ଭକ୍ତଙ୍କୁ ଦର୍ଶନକୁ ଏକ ସପ୍ତାହ ପାଇଁ ବନ୍ଦ କରାଯାଇଛି । ଦିନକୁ ଦିନ କୋରୋନାର ପ୍ରଭାବ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ସମସ୍ତଙ୍କ ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି । ବାଲାଜୀ ସ୍ବାମୀଙ୍କୁ କରାଯାଉଥିବା ସମସ୍ତ ନୀତିକାନ୍ତି କରାଯିବ । ଏ ନେଇ ମନ୍ଦିର କର୍ତ୍ତୁପକ୍ଷ ସମସ୍ତ ସୂଚନା ଦେଇଛନ୍ତି । ମନ୍ଦିରରେ ଦର୍ଶନ ବ୍ୟବସ୍ଥା ସାମୟିକ ଭାବରେ ବନ୍ଦ କରାଯାଇଛି ପରବର୍ତ୍ତି ନିର୍ଦେଶ ପରେ ଦର୍ଶକଙ୍କୁ ପ୍ରବେଶ ଅନୁମତି ଦିଆଯିବ ।

କୋରୋନା ଭାଇରସର ପ୍ରଭାବ ଫଳରେ ଭାରତର ସମସ୍ତ ପ୍ରସିଦ୍ଧ ମନ୍ଦିର, ଧାର୍ମିକ ଅନୁଷ୍ଠାନ ଗୁଡିକ ବନ୍ଦ କରାଯାଇଛି । ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା ମହାମାରୀ କୋରୋନା ପ୍ରଭାବରେ ଭାରତରେ 173 ଜଣ ଆକ୍ରାନ୍ତ ହୋଇଥିବାବେଳେ 4 ମୃତ୍ୟୁବରଣ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.