ETV Bharat / bharat

ଭୂମି ପୂଜନ ଦିନ ଟାଇମ୍ସ ସ୍କୋୟାରରେ ଲାଗିବ ଭଗବାନ ରାମଙ୍କ ଛବି

author img

By

Published : Jul 30, 2020, 4:28 PM IST

ଅଗଷ୍ଟ 5 ରେ ଭଗବାନ ରାମ ଏବଂ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରର 3ଡି ଆକୃତିର ଛବି ଆମେରିକାର ନ୍ୟୁୟର୍କ ସହରରେ ଥିବା ଟାଇମ୍ସ ସ୍କୋୟାରର ବିଶାଳ ବିଲବୋର୍ଡରେ ଲାଗିବ ।

ଟାଇମ୍ସ ସ୍କୋୟାର
ଟାଇମ୍ସ ସ୍କୋୟାର

ନ୍ୟୁୟର୍କ: ଅଯୋଧ୍ୟାରେ ଥିବା ରାମ ମନ୍ଦିର ନିର୍ମାଣ ନେଇ ଭୂମି ପୂଜନ ତାରିଖ ଯେତେ ପାଖେଇ ଆସୁଛି ଲୋକଙ୍କ ମନରେ ଉତ୍ସାହ ସେତେ ବୃଦ୍ଧି ପାଉଛି । ଭୂମି ପୂଜନ ପାଇଁ ଅଗଷ୍ଟ 5 ତାରିଖ ଚୂଡାନ୍ତ ହୋଇଛି । ଏହି ଉତ୍ସବକୁ ଭବ୍ୟ ଏବଂ ମହାନ କରିବା ପାଇଁ ପ୍ରସ୍ତୁତି ଚାଲିଛି । ତେବେ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଏହାକୁ ନେଇ ପ୍ରସ୍ତୁତି ଚାଲିଛି । ଏହି ଦିନକୁ ସ୍ମରଣୀୟ କରିବା ପାଇଁ ଆମେରିକାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଅଗଷ୍ଟ 5 ରେ ଭଗବାନ ରାମ ଏବଂ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରର 3ଡି ଆକୃତିର ଛବି ଆମେରିକାର ନ୍ୟୁୟର୍କ ସହରରେ ଥିବା ଟାଇମ୍ସ ସ୍କୋୟାରର ବିଶାଳ ବିଲବୋର୍ଡରେ ଲାଗିବ । ଏହି ଐତିହାସିକ ଦିନକୁ ଆହୁରି ସ୍ମରଣୀୟ କରିବା ପାଇଁ ଆମେରିକା ପକ୍ଷରୁ ଏଭଳି ଆୟୋଜନ କରାଯାଉଛି ।

ଏନେଇ ଆମେରିକୀୟ ଭାରତ ଜନସମ୍ପର୍କ କମିଟିର ସଭାପତି ଜଗଦୀଶ ସେୱାନୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ଦିର ନିର୍ମାଣ ପାଇଁ ଅଗଷ୍ଟ 5 ରେ ମୂଳଦୁଆ ପକାଇବେ । ସେହି ଐତିହାସିକ ମୁହୂର୍ତ୍ତକୁ ପାଳନ କରିବା ପାଇଁ ନ୍ୟୁୟର୍କରେ ବ୍ୟବସ୍ଥା କରାଯାଉଛି ।

ଏହି ବିଲବୋର୍ଡଗୁଡିକରେ ସକାଳ 8 ଟାରୁ 10 ଟା ପର୍ଯ୍ୟନ୍ତ ପ୍ରଭୁ ରାମଙ୍କ ଛବି ଏବଂ ଭିଡିଓ, ମନ୍ଦିରର ଡିଜାଇନ୍ ଏବଂ କଳାସଂସ୍କୃତିକୁ 3ଡି ଆକାରରେ ପ୍ରଦର୍ଶିତ କରାଯିବ । ଏଥିସହ ମୋଦିଙ୍କ ଦ୍ୱାରା ମୂଳଦୁଆ ପକାଇବା ସମୟର ଦୃଶ୍ୟ ମଧ୍ୟ ଅନେକ ବିଲବୋର୍ଡରେ ପ୍ରଦର୍ଶିତ ହେବ । ତେବେ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନେ ମଧ୍ୟ ଟାଇମ୍ସ ସ୍କୋୟାରରେ ଏକାଠି ହୋଇ ଉତ୍ସବ ପାଳନ କରିବେ ଏବଂ ମିଠା ବଣ୍ଟନ କରିବେ ବୋଲି ସେୱାନୀ କହିଛନ୍ତି । ଏଭଳି ଦୃଶ୍ୟ ମାନବ ଜୀବନରେ ଥରେ ଆସିଥାଏ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.