ETV Bharat / bharat

ଦଶ ହଜାର ପଜିଟିଭରୁ 1036 ସୁସ୍ଥ - ଭାରତରେ କୋରୋନା ଅପଡେଟ

ଏବେ ଯାଏଁ 1036 ଜଣ ସୁସ୍ଥ ହୋଇ ଛାଡ ପାଇଛନ୍ତି । ସୋମବାର 179 ଜଣ ଲୋକଙ୍କ ଚିକିତ୍ସା ପରେ ସୁସ୍ଥ ହୋଇଥିଲେ ବୋଲି ଲଭ ଅଗ୍ରୱାଲ କହିଛନ୍ତି । ଅଧିକ ପଢନ୍ତୁ...

ଦଶ ହଜାର ପଜିଟିଭରୁ 1036 ସୁସ୍ଥ
ଦଶ ହଜାର ପଜିଟିଭରୁ 1036 ସୁସ୍ଥ
author img

By

Published : Apr 14, 2020, 7:01 PM IST

ନୂଆଦିଲ୍ଲୀ: ଧିରେ ଧିରେ ଦେଶରେ ଭୟଙ୍କର ପାଲଟୁଛି କୋରୋନା ପ୍ରଭାବ । ଲଗାତାର ପଜିଟିଭ ମାମଲା ବୃଦ୍ଧି ଯୋଗୁଁ 10 ହଜାର ପାର କରିଛି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ସୁଦ୍ଧା ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 10 ହଜାର 363 ଛୁଇଁଛି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି । ମଙ୍ଗଳବାର ନୂଆ 1211 ପଜିଟିଭ ମାମଲା ସ୍ପଷ୍ଟ ହୋଇଛି । ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା 10 ହଜାର ପାର କରିଛି । ଏହାସହ ଏବେ ସୁଦ୍ଧା 339 ଜଣଙ୍କ ମୃତ୍ୟୁ ହୋଇଛି ।

ସେହିପରି ଏବେ ଯାଏଁ 1036 ଜଣ ସୁସ୍ଥ ହୋଇ ଛାଡ ପାଇଛନ୍ତି । ସୋମବାର 179 ଜଣ ଲୋକଙ୍କ ଚିକିତ୍ସା ପରେ ସୁସ୍ଥ ହୋଇଥିଲେ ବୋଲି ଲଭ ଅଗ୍ରୱାଲ କହିଛନ୍ତି । ସେହିପରି ସାରା ବିଶ୍ବରେ ଆକ୍ରାନ୍ତଙ୍କ ସଂଖ୍ୟା 19 ଲକ୍ଷ ପାର କରିଥିବାବେଳେ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ମୋଟ 4 ଲକ୍ଷ ସୁସ୍ଥ ହୋଇଛନ୍ତି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.