ETV Bharat / bharat

ଟିକଟକ: ସାଇବର ଅପରାଧୀଙ୍କ ନୂଆ ଅସ୍ତ୍ର - ଟିକଟକ: ସାଇବର ଅପରାଧୀଙ୍କ ପାଇଁ ନୂଆ ଅସ୍ତ୍ର

ଟିକଟକ ଏକ ଚାଇନିଜ ଭିଡିଓ ସେୟାରିଂ ଆପ ଯାହାର ବିଶ୍ବରେ 800 ମିଲିୟନ ଉପଭୋକ୍ତା ରହିଛନ୍ତି । ସେ ମଧ୍ୟ ଭାରତରେ ସବୁ ବର୍ଗର ବର୍ଗର ଲୋକଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିଥିଲା । ତେବେ ଏହି ଆପକୁ ଭାରତ ସରକାର ବ୍ୟାନ କରିବା ପରେ ଏହା ବର୍ତ୍ତମାନ ସାଇବର ଅପରାଧର ମାଧ୍ୟମ ଭାବରେ ଉଭା ହୋଇଛି । ଅଧିକ ପଢନ୍ତୁ...

ଟିକଟକ: ସାଇବର ଅପରାଧୀଙ୍କ ପାଇଁ ନୂଆ ଅସ୍ତ୍ର
ଟିକଟକ: ସାଇବର ଅପରାଧୀଙ୍କ ପାଇଁ ନୂଆ ଅସ୍ତ୍ର
author img

By

Published : Jul 16, 2020, 9:48 PM IST

ଜୟପୁର: ଟିକଟକ ଏକ ଚାଇନିଜ ଭିଡିଓ ସେୟାରିଂ ଆପ ଯାହାର ବିଶ୍ବରେ 800 ମିଲିୟନ ଉପଭୋକ୍ତା ରହିଛନ୍ତି । ସେ ମଧ୍ୟ ଭାରତରେ ସବୁ ବର୍ଗର ବର୍ଗର ଲୋକଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିଥିଲା । ତେବେ ଏହି ଆପକୁ ଭାରତ ସରକାର ବ୍ୟାନ କରିବା ପରେ ଏହା ବର୍ତ୍ତମାନ ସାଇବର ଅପରାଧର ମାଧ୍ୟମ ଭାବରେ ଉଭା ହୋଇଛି ।

ଟିକଟକ: ସାଇବର ଅପରାଧୀଙ୍କ ପାଇଁ ନୂଆ ଅସ୍ତ୍ର

ଭାରତ ସରକାର ଚୀନ ଉତ୍ପାଦିତ 58ଟି ଆପ ସହ ଟିକଟକକୁ ବ୍ୟାନ କରିଛନ୍ତି । ତେବେ ଏହାର ଅନେକ ଉପଭୋକ୍ତା ପ୍ଲେ ଷ୍ଟୋରରେ ଏହାକୁ ନପାଇଁ ବିଭିନ୍ନ ଉପାୟରେ ଏହାକୁ ବେଆଇନ ଡାଉନଲୋଡ କରିବାକୁ ଚାହୁଁଛନ୍ତି । ତେଣୁ ସାଇବର ଅପରାଧୀମାନେ ଏହି ପରିସ୍ଥିତିର ସୁଯୋଗ ନେଉଛନ୍ତି ।

ଟିକଟକ: ସାଇବର ଅପରାଧୀଙ୍କ ପାଇଁ ନୂଆ ଅସ୍ତ୍ର
ଟିକଟକ: ସାଇବର ଅପରାଧୀଙ୍କ ପାଇଁ ନୂଆ ଅସ୍ତ୍ର

ଟିକଟକ ବ୍ୟବହାରକାରୀମାନେ ଆପ୍ଲିକେସନର APK ମାଧ୍ୟମରେ ନିଷିଦ୍ଧ ଆପ ଡାଉନଲୋଡ କରିବାକୁ ଚେଷ୍ଟା କରୁଛନ୍ତି । APK ହେଉଛି ଏକ ଫାଇଲ୍ ଯାହା ମାଧ୍ୟମରେ ଏକ ଆପ୍ଲିକେସନ୍ ଡାଉନଲୋଡ ହୋଇପାରିବ । ଏସଏମଏସ ମାଧ୍ୟମରେ ପଠାଯାଇଥିବା APK ଲିଙ୍କ ଦ୍ବାରା ଅନେକ ଲୋକ ଠକାମୀର ଶିକାର ହୋଇଥିବା ଦେଖାଯାଇଛି ।

ହ୍ବାର୍ଟ୍ସ ଆପରେ ଏକ ମେସେଜ ଭାଇରାଲ ହୋଇଥିଲା । ଯାହା ଦ୍ବାରା ଦିଆଯାଇଥିବା ଲିଙ୍କ ସାହାଯ୍ୟରେ ଟିକଟକ୍ ଡାଉନଲୋଡ ହୋଇପାରିବ ବୋଲି ଦାବି କରାଯାଇଥିଲା । ଏହି ଲିଙ୍କରେ କ୍ଲିକ୍ କରିବା ପରେ ଯୋଗାଯୋଗ ତାଲିକାରେ ଥିବା ସମସ୍ତ ନମ୍ବର ତୁରନ୍ତ ସାଇବର ଅପରାଧୀଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହେଲା । ଇଟିଭି ଭାରତ ପକ୍ଷରୁ ଏପରି ଲିଙ୍କ ଉପରେ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରିଛି । ଯାହା ଦ୍ବାରା ଲୋକମାନେ ଏହା ପଛରେ ଥିବା ସତ୍ୟକୁ ଜାଣିପାରିବେ । ମାଲୱାର ଲିଙ୍କ ମାଧ୍ୟମରେ ବ୍ୟବହାରକାରୀଙ୍କ ଡାଟା ଚୋରି କରାଯାଉଥିବା ବିଶେଷଜ୍ଞମାନେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.