ETV Bharat / bharat

ଜନଶୂନ୍ୟ ରାସ୍ତା, ଜଗିଛନ୍ତି ବାଘ ମାମୁଁ

ସୋମବାର ରାତିରେ ଏକ ଦୃଶ୍ୟ ମଧ୍ୟପ୍ରଦେଶର ସିଓନିରେ ଦେଖିବାକୁ ମିଳିଛି । ଏଠାରେ ଏକ ଜାତୀୟ ରାଜପଥରେ ଗୋଟିଏ ବାଘ ଆରାମରେ ବୁଲୁଥିବାର ଦେଖାଯାଇଛି । ଅଧିକ ପଢନ୍ତୁ...

ଜନଶୂନ୍ୟ ରାସ୍ତା, ଜଗିଛନ୍ତି ବାଘ ମାମୁଁ
ଜନଶୂନ୍ୟ ରାସ୍ତା, ଜଗିଛନ୍ତି ବାଘ ମାମୁଁ
author img

By

Published : Jul 14, 2020, 10:35 PM IST

ସିଓନି(ମଧ୍ୟପ୍ରଦେଶ): ରାସ୍ତାଘାଟ ଜନଶୂନ୍ୟ । କୋରୋନା ଭୟରେ ଲୋକେ ଘରେ ବନ୍ଦୀ । ଲକଡାଉନ ଯୋଗୁଁ ବାହାରେ ବୁଲାବୁଲି ବନ୍ଦ । ରାଜପଥ ଖାଁ ଖାଁ । ରାସ୍ତାରେ କାଁ ଭାଁ ଗୋଟିଏ ଦୁଇଟି ଗାଡିମୋଟର ଦେଖିବାକୁ ମିଳୁଛି । ଏପରି ସ୍ଥିତିରେ ରାଜରାସ୍ତାରେ ରାଜ କରୁଛନ୍ତି ବନ୍ୟଜନ୍ତୁ ।

ଏହା କୌଣସି ଗପ ନୁହେଁ, ସତ କାହାଣୀ । ପୂର୍ବରୁ ଲକଡାଉନ ଯୋଗୁଁ ବିଭିନ୍ନ ଜାଗାରେ ଫାଙ୍କା ରାସ୍ତାରେ ପଶୁ ପକ୍ଷୀଙ୍କ ବିଚରଣ ଦେଖିବାକୁ ମିଳିଛି । ସେହିପରି ସୋମବାର ରାତିରେ ଏକ ଦୃଶ୍ୟ ମଧ୍ୟପ୍ରଦେଶର ସିଓନିରେ ଦେଖିବାକୁ ମିଳିଛି । ଏଠାରେ ଏକ ଜାତୀୟ ରାଜପଥରେ ଗୋଟିଏ ବାଘ ଆରାମରେ ବୁଲୁଥିବାର ଦେଖାଯାଇଛି । ରାତିରେ ଯାଉଥିବା କିଛି ଚାଳକ ଏହି ଦୃଶ୍ୟର ଫଟୋ ତଥା ଭିଡିଓ ସୁଟିଂ କରିଛନ୍ତି । ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଘଟଣା ଅନୁସାରେ ସିଓନି-ନାଗପୁର ଜାତୀୟ ରାଜପଥରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା । ଅନ୍ୟ ଦିନରେ ଲୋକାରଣ୍ୟ ଥିବା ଏହି ରାଜପଥ ବର୍ତ୍ତମାନ ଜନଶୂନ୍ୟ ପାଲଟିଛି । ଆଉ ଏହାର ଫାଇଦା ନେଇ ନିକଟ ଜଙ୍ଗଲରୁ ବାଘଟିଏ ଆସି ରାସ୍ତା ଉପରେ ଶୋଇପଡିଥିଲା । ଦୀର୍ଘ ସମୟ ଯାଏଁ ବାଘଟି ରାସ୍ତା ଉପରେ ଆରାମରେ ବସି ରହିଥିଲା । ରାସ୍ତାରେ ଯାଉଥିବା କିଛି ଗାଡିମୋଟର ବାଘକୁ ଦେଖି ଭୟରେ ଅଟକି ରହିଥିଲେ । ଫଳରେ ଯାତାୟତରେ ବାଧାପ୍ରାପ୍ତ ହୋଇଥିଲା । ବହୁତ ସମୟ ଯାଏଁ ରାସ୍ତାରେ ବସିବା ପରେ ବାଘଟି ଧିରେ ଧିରେ ପାଶ୍ବବର୍ତ୍ତୀ ଜଙ୍ଗଲକୁ ପଳାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.