ETV Bharat / bharat

କୋରୋନା ସହାୟତା: ଟିକଟକ୍ ଦେଲା 100କୋଟିର ମେଡିକାଲ ଉପକରଣ - Ticktock's Corona Partnership

ଭାରତ ସରକାରଙ୍କୁ କୋରୋନା ଭୂତାଣୁର ମୁକାବିଲା ପାଇଁ ୧୦୦ କୋଟିର ମେଡିକାଲ ଉପକରଣ ଦେଇଛି ଟିକ୍‌ଟକ୍‌ କମ୍ପାନି। ଅଧିକ ଖବର ପଢନ୍ତୁ...

Ticktock'
କୋରୋନା ସହାୟତା: ଟିକଟକ୍ ଦେଲା 100କୋଟିର ମେଡିକାଲ ଉପକରଣ
author img

By

Published : Apr 3, 2020, 1:20 PM IST

ନୂଆଦିଲ୍ଲୀ: କୋଭିଡ୍-19 ଏବେ ସମଗ୍ର ବିଶ୍ୱ ପାଇଁ ସଙ୍କଟ ପାଲଟିଛି। ଭାରତରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ସମୟରେ ବିଭିନ୍ନ ବଡ଼ ବଡ଼ କମ୍ପାନୀ, ସେଲିବ୍ରିଟିମାନେ ସାହାଯ୍ୟରେ ହାତ ବଢ଼ାଉଛନ୍ତି। ତେବେ ସର୍ଟ ଭିଡିଓ ସେୟାରିଂ ଆପ୍‌ ଟିକ୍‌ଟକ୍‌ ମଧ୍ୟ ସାହଯ୍ୟ କରିବାକୁ ଆଗେଇ ଆସିଛି।

ଟିକ୍‌ଟକ୍‌ କମ୍ପାନି ଭାରତ ସରକାରଙ୍କୁ କୋରୋନା ଭୂତାଣୁର ମୁକାବିଲା ପାଇଁ ୧୦୦ କୋଟିର ମେଡିକାଲ ଉପକରଣ ଦେଇଛି। ଯେଉଁଥିରେ ୪ ଲକ୍ଷ ପ୍ରତିରକ୍ଷା ସୁଟ୍‌, ୨ ଲକ୍ଷ ମାସ୍କ ରହିଛି।

ଟିକ୍‌ଟକ୍‌ କମ୍ପାନୀର କହିବା ମୁତାବକ, ଡାକ୍ତରଙ୍କ ସୁରକ୍ଷା ପାଇଁ ସେମାନେ ପ୍ରତିରକ୍ଷା ସୁଟ୍‌ ଓ ମାସ୍କ ଦେଇଛନ୍ତି। ଅଧିକାଂଶ ଡାକ୍ତର ଭୂତାଣୁର ସଂସ୍ପର୍ଶରେ ଆସିଥା’ନ୍ତି। ଏପରି କ୍ଷେତ୍ରରେ ଡାକ୍ତରଙ୍କ ସଂକ୍ରମଣ ହେବାର ଆଶଙ୍କା ଅଧିକ। ସେମାନେ ଯେତିକି ସୁରକ୍ଷିତ ରହିବେ, ଲୋକମାନଙ୍କୁ ସୁରକ୍ଷା ଦେଇପାରିବେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.