ତିରାପ: ସୁରକ୍ଷା ବାହିନୀ ତରଫରୁ କମ୍ପିଂ ଅପରେସନ ସମୟରେ ତିରାପର ନୋଗଲୋ ନିକଟରୁ ତିନିଜଣ ଉଲଫା ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଏନେଇ ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି ।
ଭାରତୀୟ ସେନାର ପୂର୍ବାଞ୍ଚଳ କମାଣ୍ଡର ଟ୍ୱିଟରରେ ଗିରଫ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଗିରଫ ଆତଙ୍କବାଦୀଙ୍କ ନିକଟରୁ ତିନୋଟି ପିସ୍ତଲ, ମାଗାଜିନ ଏବଂ ସାଙ୍ଗଠନିକ କାଗଜପତ୍ର ଜବତ କରାଯାଇଛି । ପୂର୍ବରୁ ମଧ୍ୟ 28 ଅଗଷ୍ଟ 20 ତାରିଖରେ ମଧ୍ୟ ତିରାପର ନୋଗଲୋ ନିକଟରୁ ତିନି ଜଣ ଉଲଫା କ୍ୟାଡରକୁ ସୁରକ୍ଷାକର୍ମୀ ଗିରଫ କରିଥିଲେ ।
@ANI