ETV Bharat / bharat

ମନ୍ଦିରରୁ ଲୁଟ ପରେ ଦୁଇ ସାଧୁଙ୍କୁ ଲହୁଲୁହାଣ କଲେ ଲୁଟେରା

ସେଠାରେ ତିନି ଜଣ ଲୁଟେରା ମନ୍ଦିରରୁ ଲୁଟପାଟ କରିବା ସହ ଦୁଇ ଜଣ ସାଧୁଙ୍କୁ ମାରପିଟ୍ କରି ଲହୁଲୁହାଣ କରିଛନ୍ତି ।

loot
ମନ୍ଦିରରୁ ଲୁଟ କରି ଦୁଇ ସାଧୁଙ୍କୁ ପିଟିଲେ ଲୁଟେରା
author img

By

Published : May 29, 2020, 3:32 PM IST

ମୁମ୍ବାଇ: ମହାରାଷ୍ଟ୍ର ଭିରାର ମନ୍ଦିରରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି । ସେଠାରେ ତିନି ଜଣ ଲୁଟେରା ମନ୍ଦିରରୁ ଲୁଟପାଟ କରିବା ସହ ଦୁଇ ଜଣ ସାଧୁଙ୍କୁ ମାରପିଟ୍ କରି ଲହୁଲୁହାଣ କରିଛନ୍ତି ।

ମନ୍ଦିରରୁ ଲୁଟ କରି ଦୁଇ ସାଧୁଙ୍କୁ ପିଟିଲେ ଲୁଟେରା

ସୂଚନା ଅନୁଯାୟୀ, ଗତ ବୁଧବାର ରାତି ପ୍ରାୟ 11ଟା ବେଳେ ଦୁଇ ଜଣ ସାଧୁ ମନ୍ଦିରରେ ଶୋଇଥିବା ବେଳେ ତିନିଜଣ ଲୁଟେରା ଆସି ମନ୍ଦିର ଭିତରେ ପ୍ରବେଶ କରିଥିଲେ । ସେହି ସମୟରେ ସେମାନେ ମନ୍ଦିର ଭିତରେ ଲୁଟପାଟ କରୁଥିବା ବେଳେ ସାଧୁ ଦୁଇ ଜଣ ଉଠି ସେମାନଙ୍କୁ ଅଟକାଇ ଥିଲେ । ସେହି ସମୟରେ ଲୁଟେରା ସେମାନଙ୍କୁ ମାଡ ମାରିବା ସହ ମନ୍ଦିରରୁ ବହୁ ଜିନିଷ ଲୁଟ୍ କରି ଫେରାର ହୋଇଯାଇଥିଲେ ।

ଦୁଇ ସାଧୁଙ୍କ ଦ୍ବାରା କରାଯାଇଥିବା ଅଭିଯୋଗ ଅନୁଯାୟୀ, ବିରାର ପୋଲିସ ଷ୍ଟେସନ ଅଧିନରେ ଗାଣ୍ଡବୀ ପୋଲିସ ଷ୍ଟେସନରେ ଏନେଇ ଏକ ମାମଲା ରୁଜୁ କରାଯାଇଛି । ଏହି ଘଟଣାରେ ତିନି ଜଣ ଲୁଟେରାଙ୍କୁ ଗିରଫ କରାଯାଇଛି । ଏହି ତିନିଜଣ ଲୁଟେରା ଅନିଲ ଭୁଜଦ, ସୁନୀଲ ଭୁଜଦ ଏବଂ କରେଲା ନାମରେ ଚିହ୍ନଟ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.