ନୂଆଦିଲ୍ଲୀ: ପଣ୍ଡିତ ପନ୍ତ ମାର୍ଗରେ ଅବସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ କୋରୋନା ସଂକ୍ରମଣ । ରାଜ୍ୟ କାର୍ଯ୍ୟାଳୟରେ 3 ଜଣ କର୍ମକର୍ତ୍ତା କୋରୋନା ପଜିଟିଭ୍ ଥିବା ଜଣାପଡିଛି । ସୂଚନା ମିଳିବା ମାତ୍ରେ କାର୍ଯ୍ୟାଳୟକୁ ସାନିଟାଇଜ୍ କରାଯିବା ସହ ବନ୍ଦ ରଖାଯାଇଛି ।
ତେବେ 13 ଜୁନରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଭର୍ଚୁଆଲ୍ ରାଲି ପାଇଁ କାର୍ଯ୍ୟାଳୟକୁ ଆସିଥିଲେ । ଏହି ସମୟରେ ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଏବଂ କୋରୋନା ସଂକ୍ରମିତ ଏହି 3 ଜଣ କାର୍ଯ୍ୟକ୍ରମରେ ସାମିଲ ଥିଲେ ।
ଗୁରୁବାର ଅପରାହ୍ନରେ ରାଜ୍ୟ ବିଜେପି ଅଧ୍ୟକ୍ଷ ଆଦେଶ ଗୁପ୍ତା ସ୍କୁଲ ପିଲାମାନଙ୍କୁ ଫେସ୍ ମାସ୍କ ବଣ୍ଟିବାର କାର୍ଯ୍ୟକ୍ରମ ଥିଲା । ମାତ୍ର ଏହାକୁ ରଦ୍ଦ କରାଯାଇଛି । ପ୍ରକାଶଥାଉକି, କୋରୋନା ମହାମାରୀ କାରଣରୁ କାର୍ଯ୍ୟାଳୟରେ ସମସ୍ତ କାମ ବନ୍ଦ ରହିଥିଲା । ଜୁନ ପହିଲାରୁ ଏଠାରେ କାର୍ଯ୍ୟ ଆରମ୍ଭ ହୋଇଥିଲା ।