ହାଇଦ୍ରାବାଦ: ମେହବୁବ ନଗର ଜିଲ୍ଲାର ପାଗିଡିଆଲାରେ ଗୋଟିଏ ସପ୍ତାହ ହେଲା ପ୍ରବଳ ବର୍ଷା ଯୋଗୁଁ ଏକ ଘରର ଛାତ ଭୁଶୁଡି 3 ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଏହି ଘଟଣାରେ ଗୋଟିଏ ପରିବାରର ମା ସରଣାମା, ଏବଂ ତାଙ୍କ ଦୁଇ ଝିଅ ବୈଶାଲୀ ଓ ଭହାନୀଙ୍କ ମୃତ୍ୟୁ ହୋଇଛି । ଖବର ପାଇ ଅତିରିକ୍ତ ଜିଲ୍ଲା କଲେକ୍ଟର ଘଟଣାସ୍ଥଳରେ ପହଞ୍ଚିଥିଲେ ।
ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ତେବେ ଏହି ଦୁଃଖଦ ଘଟଣା ପରେ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ