ETV Bharat / bharat

ଗୋଟିଏ ପରିବାରର ତିନି ଜଣଙ୍କୁ ହତ୍ୟା ! କାରଣ ଅସ୍ପଷ୍ଟ

author img

By

Published : Aug 31, 2020, 1:25 PM IST

ଗୋଟିଏ ପରିବାରର ତିନି ଜଣଙ୍କୁ ହତ୍ୟା ! ହତ୍ୟାକାଣ୍ତର କାରଣ ଅସ୍ପଷ୍ଟ , ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ....

Three of family found murdered inside house in Agra
ଗୋଟିଏ ପରିବାରର ତିନି ଜଣଙ୍କୁ ହତ୍ୟା !

ଲକ୍ଷ୍ନୌ: ଗୋଟିଏ ପରିବାରର ତିନି ଜଣଙ୍କୁ ହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ଆଗ୍ରାର ନାଗଲା କିସନ ଲାଲ ଅଞ୍ଚଳରେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ନାଗଲା କିସନ ଲାଲ ଅଞ୍ଚଳରେ ରହୁଥିବା ରାମଭୀର ,ତାଙ୍କ ସ୍ତ୍ରୀ ଓ 23 ବର୍ଷର ପୁଅର ମୃତଦେହ ଗୋଟିଏ ଘରୁ ଉଦ୍ଧାର କରାଯାଇଛି । ତେବେ ସେମାନଙ୍କୁ ହତ୍ୟା ପରେ ତାଙ୍କ ପାଟିରେ ପଲିଥିନ ଭର୍ତ୍ତି କରିଦେଇଥିଲେ ଦୁବୃର୍ତ୍ତ । ଏପରିକି ଘରକୁ ଜଳାଇବା ପାଇଁ ଗ୍ୟାସର ପାଇପକୁ କଟାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

ରାମଭୀର ତାଙ୍କ ଘରେ ଏକ ତେଜରାତି ଦୋକାନ କରି ପେଟ ପୋଷୁଥିଲେ । ପ୍ରତିଦିନ ସେ ସକାଳୁ ନିଜ ଦୋକାନ ଖୋଲିଥାନ୍ତି । ହେଲେ ଆଜି(ସୋମବାର ) ଦୋକାନ ଖୋଲି ନଥିବାରୁ ପଡୋଶୀଙ୍କ ସନ୍ଦେହ ହୋଇଥିଲା । ପରେ ପଡୋଶୀ ତାଙ୍କ ଘରକୁ ଯାଇଥିଲେ । ଘରେ ତିନି ଜଣଙ୍କର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ଏହାପରେ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ସୂଚନା ପାଇବା ପରେ ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଅଜୟ ଆନନ୍ଦ, ଇନ୍ସପେକ୍ଟର ଜେନେରାଲ (ଆଇଜି) ଏ.ସତୀଶ ଗଣେଶ ଓ ବରିଷ୍ଠ ପୋଲିସ ଅଧୀକ୍ଷକ ବାବଲୋ କୁମାର ଫରେନସିକ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ, ଘର ପାଖରେ ରହୁଥିବା ରାମଭୀରଙ୍କ ଭାଇକୁ ତଦନ୍ତ ପରିସର ଭୁକ୍ତ କରାଯାଇଛି ।

@ IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.