ETV Bharat / bharat

ପୁଣେରେ ସ୍ଥିତି ଖରାପ, ଗୋଟିଏ ଦିନରେ 6 ମୃତ - ପୁଣେରେ କୋରୋନାଜନିତ ମୃତ୍ୟୁ

କୋଭିଡ-19 ଯୋଗୁଁ ଏଠାରେ ସ୍ଥିତି ଅତ୍ୟନ୍ତ ଖରାପ ଥିବା ଜଣାପଡିଛି । ମୁମ୍ବାଇ ପରେ ସବୁଠାରୁ ବେଶୀ ଆକ୍ରାନ୍ତ ପୁଣେରେ ଅଛନ୍ତି । ଅଧିକ ପଢନ୍ତୁ...

ପୁଣେରେ ସ୍ଥିତି ଖରାପ, ଗୋଟିଏ ଦିନରେ 6 ମୃତ
ପୁଣେରେ ସ୍ଥିତି ଖରାପ, ଗୋଟିଏ ଦିନରେ 6 ମୃତ
author img

By

Published : Apr 9, 2020, 10:29 PM IST

ପୁଣେ: ମହାରାଷ୍ଟ୍ରରେ କୋରୋନା ସ୍ଥିତି ଅତ୍ୟନ୍ତ ଖରାପ ରହିଛି । ଦେଶର ପ୍ରଥମ ରାଜ୍ୟ ଭାବେ ଏଠାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1000 ପାର କରିଛି । ବିଶେଷ କରି ପୁଣେରେ କୋରୋନା ଜନିତ ମୃତ୍ୟୁ ବଢିବାରେ ଲାଗିଛି ।

ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଭାଗ ସୂଚନାନୁସାରେ ପୁଣେରେ ଗୋଟିଏ ଦିନରେ 6ଟି ମୃତ୍ୟୁ ରେକର୍ଡ ହୋଇଛି । ଗୁରୁବାର ସନ୍ଧ୍ୟାରେ ଆଉ 3ଟି ଲୋକଙ୍କ ଜୀବନ ଯାଇଛି । ଫଳରେ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 24କୁ ଛୁଇଁଛି । ବୁଧବାର ଗୋଟିଏ ଦିନରେ 10 ଜଣଙ୍କ ମୃତ୍ୟୁ ସହ ଏହି ସଂଖ୍ୟା 18 ଥିଲା । ଗୁରୁବାର ଗୋଟିଏ ଦିନରେ 6 ଜଣଙ୍କର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି ।

କୋଭିଡ 19 ଯୋଗୁଁ ଏଠାରେ ସ୍ଥିତି ଅତ୍ୟନ୍ତ ଖରାପ ଥିବା ଜଣାପଡିଛି । ମୁମ୍ବାଇ ପରେ ସବୁଠାରୁ ବେଶୀ ଆକ୍ରାନ୍ତ ପୁଣେରେ ଅଛନ୍ତି । ସ୍ବାସ୍ଥ୍ୟ ବିଭାଗ ସୂଚନାନୁସାରେ ମହାରାଷ୍ଟ୍ରରେ ଅବସ୍ଥା ସଙ୍କଟଜନକ ରହିଛି । ଧିରେ ଧିରେ ପରିସ୍ଥିତି ବିଗୁଡୁଥିବାର ଦେଖିବାକୁ ମିଳିଛି । ତବଲିଗୀ ଫେରନ୍ତାଙ୍କ ଯୋଗୁଁ ଏହି ସ୍ଥିତି ଆହୁରି ଖରାପ ହୋଇଛି । ମଙ୍ଗଳବାର 150ଟି ଲୋକଙ୍କ ନମୁନା ପଜିଟିଭ ଆସିବା ପରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1000 ପାର କରିଛି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.