ଲକ୍ଷ୍ନୌ: ଉତ୍ତରପ୍ରଦେଶ ମିର୍ଜାପୁର ଜିଲ୍ଲାରେ ଅଘଟଣ । ପାଣିରେ ବୁଡିଯିବାରୁ ଗୋଟିଏ ପରିବାରର 3 ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି । ଯେଉଁଥିରେ ଜଣେ ଭାଇ ରହିଥିବାବେଳେ ଆଉ 2 ଜଣ ଭଉଣୀ ରହିଛନ୍ତି । ଏହି ଘଟଣାରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ସୂଚନାମୁତାବକ, ଅହରୌରା ଥାନା ଅଞ୍ଚଳର ସୋନପୁର ଚିରୈୟା ପାହାଡ ନିକଟରେ ଏକ ଗଭୀର ପୋଖରୀ ରହିଛି । ଏହି ଅଞ୍ଚଳକୁ ଶୁକ୍ରବାର ଉକ୍ତ 3 ଭାଇ ଭଉଣୀ ପଶୁ ଚରେଇବାକୁ ଯାଇଥିଲେ । ଏହାପରେ ସେମାନେ ଉକ୍ତ ପୋଖରୀରେ ଗାଧୋଇବାକୁ ପଶିଥିବାବେଳେ ଏହି ଘଟଣା ଘଟିଥିଲା ।
ଖବରପାଇ ପୋଲିସ ଓ ରେସକ୍ୟୁ ଟିମ ଘଟଣା ସ୍ଥଳରେ ପହଞ୍ଚି ଜଣଙ୍କ ମୃତଦେହ ଉଦ୍ଧାର କରିଥିବାବେଳେ ଆଉ 2 ଜଣଙ୍କ ମୃତଦେହ ଉଦ୍ଧାର ନେଇ ତଲାସି ଜାରି ରହିଛି । ସେମାନଙ୍କ ମଧ୍ୟରୁ 12 ବର୍ଷର ରାଧିକା, 5 ବର୍ଷର ଖୁସବୁ ଓ 6 ବର୍ଷର ଭାଇ କାଜୁ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ