ETV Bharat / bharat

ବାରଣାସୀ ପଶୁପତିନାଥ ମନ୍ଦିରରେ ନେପାଳୀଙ୍କ ପାଇଁ ଧମକପୂର୍ଣ୍ଣ ପୋଷ୍ଟର

author img

By

Published : Jul 16, 2020, 2:07 PM IST

ନେପାଳ ପ୍ରଧାନମନ୍ତ୍ରୀ ପ୍ରଭୁ ଶ୍ରୀରାମଙ୍କ ଜନ୍ମସ୍ଥାନ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଭାରତରେ ଏକ ଆକ୍ରୋଶ ମନଭାବ ଦେଖିବାକୁ ମିଳିଛି । ଯାହାକୁ ନେଇ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଧମକପୂର୍ଣ୍ଣ ପୋଷ୍ଟର ବାରଣାସୀରେ ଲାଗିଛି । ଅଧିକ ପଢନ୍ତୁ...

ବାରଣାସୀ ପଶୁପତିନାଥ ମନ୍ଦିରରେ ନେପାଳୀ ନାଗରିକଙ୍କ ପାଇଁ ଲାଗିଲା ଧମକପୂର୍ଣ୍ଣ ପୋଷ୍ଟର

ଲକ୍ଷ୍ନୌ: ନେପାଳ ପ୍ରଧାନମନ୍ତ୍ରୀ କେ.ପି ଓଲି ପ୍ରଭୁ ରାମଙ୍କ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟ ପରେ ସାରା ଭାରତବାସୀ କ୍ରୋଧିତ ଅଛନ୍ତି। ଏହାର ପ୍ରଭାବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣାସୀରେ ମଧ୍ୟ ଦେଖିବାକୁ ମିଳିଛି। ବାରାଣାସୀରେ ରହୁଥିବା ନେପାଳୀ ନାଗରିକଙ୍କୁ ଧମକ ଦିଆଯାଇଛି । ଏନେଇ ବିବାଦୀୟ ପୋଷ୍ଟର ଗୁଡିକ ବିଶ୍ୱ ହିନ୍ଦୁ ସେନା ଦ୍ୱାରା ଗଙ୍ଗା ଘାଟ ସମେତ ନେପାଳୀ ମନ୍ଦିର ପଶୁପତିନାଥଙ୍କ କାନ୍ଥରେ ଲଗାଯାଇଛି। ପୋଷ୍ଟରରେ ଏହା ଲେଖାଯାଇଛି ଯେ, ନେପାଳ ପ୍ରଧାନମନ୍ତ୍ରୀ ଓଲି ତାଙ୍କ ମନ୍ତବ୍ୟ ଫେରାଇ ନିଅନ୍ତୁ । ନଚେତ ତାଙ୍କୁ ଗୁରୁତର ପରିଣାମର ସାମ୍ନା କରିବାକୁ ପଡିବ।

ଏହି ପୋଷ୍ଟରରେ ବାରାଣାସୀରେ ରହୁଥିବା ନେପାଳୀ ନାଗରିକଙ୍କୁ ମଧ୍ୟ ଏହାର ପରିଣାମ ଭୋଗିବାକୁ କୁହାଯାଇଛି। ଏହି କାରଣରୁ,ଗଙ୍ଗା ଘାଟରେ ଏବଂ ନେପାଳୀ ମନ୍ଦିର ଭିତରେ ରହୁଥିବା ନେପାଳୀ ନାଗରିକ ମାନଙ୍କ ମଧ୍ୟରେ ଏକ ପ୍ରକାର ଭୟ ଦେଖାଦେଇଛି । ତେବେ ବିଶ୍ୱ ହିନ୍ଦୁ ସେନା ତାର ବିବାଦୀୟ ପୋଷ୍ଟର ଯୋଗୁଁ ସବୁବେଳେ ଆଲୋଚନାରେ ଥାଏ । ଏହା ସତ୍ତ୍ବେ ବାରାଣାସୀ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଦେଖିବାକୁ ମିଳିଛି ।

ବିଶ୍ବ ହିନ୍ଦୁ ପରିଷଦର ପ୍ରତିଷ୍ଠାତା ଅରୁଣ ପାଠକ କହିଛନ୍ତି ଯେ, ଏହି ପୋଷ୍ଟର ତାଙ୍କ କର୍ମଚାରୀଙ୍କ ଦ୍ୱାରା ଲଗାଯାଇଛି । କାରଣ ପ୍ରଧାନମନ୍ତ୍ରୀ ଓଲି ପ୍ରଭୁ ରାମଙ୍କ ବିଷୟରେ ଯେଉଁଭଳି ଭାବରେ ମନ୍ତବ୍ୟ ଦେଇଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ। ଯଦି ସେ ଏହିଭଳି ଭାରତୀୟଙ୍କ ଭଗବାନଙ୍କ ଉପରେ ଆକ୍ରମଣ ଜାରି ରଖନ୍ତି, ତେବେ ବାରଣାସୀରେ ରହୁଥିବା ନେପାଳୀମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡିବ।

ଏହି ଫଳାଫଳ ଯେକୌଣସି ପ୍ରକାରର ହୋଇପାରେ, ଯାହା ଦ୍ୱାରା ସେମାନଙ୍କୁ ଉତ୍ତର ଦିଆଯିବ ଯେ, ସେ ଭାରତୀୟଙ୍କୁ ଦୁର୍ବଳ ନ ମନେକରନ୍ତୁ । ଆମର ନୀରବତା ହେଉଛି ବନ୍ଧୁତା, ଦୁର୍ବଳତା ନୁହେଁ । ତେବେ ନେପାଳୀ ନାଗରିକଙ୍କ ଅନେକ ପରିବାର ବାରଣାସୀରେ ଦୀର୍ଘ ଦଶନ୍ଧି ଧରି ରହି ଆସୁଛନ୍ତି। ଏଠାରେ ଥିବା ନେପାଳୀ ମନ୍ଦିର ଏବେ ମଧ୍ୟ ନେପାଳ ସରକାରଙ୍କ ଦ୍ବାରା ପରିଚାଳିତ, ଯେଉଁଥିରେ ବହୁ ବୃଦ୍ଧା ଜୀବନଯାପନ କରୁଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.