ETV Bharat / bharat

ଯେଉଁମାନେ ଟିଏମସି ଛାଡିବାକୁ ଚାହୁଁଛନ୍ତି, ତୁରନ୍ତ ଛାଡନ୍ତୁ : ମମତା - ମମତା ବାନାର୍ଜୀ

ଯିଏ ଦଳ ଛାଡିବା ପାଇଁ ଚିନ୍ତା କରୁଛନ୍ତି ସେମାନେ ଖୁବଶୀଘ୍ର ଦଳ ଛାଡିଦେବା ଉଚିତ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଅଧିକ ପଢନ୍ତୁ.....

ଯେଉଁମାନେ ଟିଏମସି ଛାଡିବାକୁ ଚାହୁଁଛନ୍ତି ,ତୁରନ୍ତ ଛାଡନ୍ତୁ : ମମତା

author img

By

Published : Jan 25, 2021, 4:39 PM IST

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୀତି ଜୋର ଧରିବାରେ ଲାଗିଛି । ରାଜ୍ୟରେ କ୍ଷମତାସୀନ ତୃଣମୂଳ କଂଗ୍ରେସରୁ ଜଣେ ପରେ ଜଣେ ନେତା ଅନ୍ୟ ଦଳରେ ଯୋଗ ଦେବାରେ ଲାଗିଥିବା ବେଳେ ଏହାକୁ ନେଇ କଠୋର ଆଭିମୁଖ୍ୟ ଦେଖାଇଛନ୍ତି ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା କହିଛନ୍ତି ଯିଏ ଦଳ ଛାଡିବା ପାଇଁ ଚିନ୍ତା କରୁଛନ୍ତି ସେମାନେ ଖୁବଶୀଘ୍ର ଦଳ ଛାଡିଦେବା ଉଚତ । ସେମାନଙ୍କୁ ଟିଏମସି କିମ୍ବା ବଙ୍ଗ ଆବଶ୍ୟକ କରୁନାହିଁ । ପଶ୍ଚିମଙ୍ଗର ହୁଗୁଳିରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଏପରି ଢଙ୍ଗରେ ସେମାନଙ୍କୁ ସମାଲୋଚନା କରିଛନ୍ତି ଦିଦି ।

ମମତା ଆହୁରି ମଧ୍ୟ କହିଛନ୍ତି ସେମାନେ ଜାଣି ସାରିଛନ୍ତି ଯେ ଆସନ୍ତା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା ପାଇଁ ଟିଏମସି ସେମାନଙ୍କୁ ଟିକେଟ ଦେବ ନାହିଁ । ତେଣୁ ସେମାନେ ଭୟଭୀତ ହୋଇ ଏପରି କରୁଥିବା କଥା ମଧ୍ୟ ସେ କହିଛନ୍ତି । ଏପରି ନେତା ମାନଙ୍କର ଦଳ ଛାଡିବା ଟିଏମସି ଉପରେ କିଛି ପ୍ରଭାବ ପକାଇବ ନାହିଁ ବୋଲି ମଧ୍ୟ ସେ ମତ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.