ETV Bharat / bharat

ଅଗଷ୍ଟ 15 ନୁହେଁ, ଟିକା ଆସିବାକୁ ଲାଗିପାରେ ଆହୁରି ବର୍ଷେ

ବିଶେଷଜ୍ଞମାନେ କୋରୋନା ଟିକା ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ ନକରିବାକୁ ଚେତାବନୀ ଦେଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Jul 11, 2020, 8:50 AM IST

ଅଗଷ୍ଟ 15 ନୁହେଁ ଟିକା ଆସିବାକୁ ଲାଗିପାରେ ଆହୁରି ବର୍ଷେ

ନୂଆଦିଲ୍ଲୀ: ଭାରତର ପ୍ରଥମ ସ୍ବଦେଶୀ ଟିକା ଆସିବାକୁ ଆହୁରି ବର୍ଷେ ସମୟ ଲାଗିପାରେ । ଆଇସିଏମଆର ଓ ବାୟୋଟିକ ଦ୍ବାରା ପ୍ରସ୍ତୁତ ହେଉଥିବା ଭ୍ୟାକସିନ ଅଗଷ୍ଟ 15 ସୁଦ୍ଧା ବାହାରି ସମ୍ଭବ ନୁହେଁ । ଏହି ଟିକା ଆସୁ ଆସୁ ଆସନ୍ତା ବର୍ଷ ଲାଗିପାରେ ବୋଲି କେନ୍ଦ୍ର ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ବିଜୟରାଘବନ ସଙ୍କେତ ଦେଇଛନ୍ତି ।

ଭାରତର ପ୍ରଥମ ଭ୍ୟାକସିନ କୋଭାକ୍ସିନ ହ୍ୟୁମାନ ଟ୍ରାଏଲ ପାଇଁ ଅନୁମତି ପାଇ ସାରିଛି । ପରୀକ୍ଷଣ ପାଇଁ ପଞ୍ଜିକରଣ ମଧ୍ୟ ଆରମ୍ଭ ହୋଇଛି । ଅଗଷ୍ଟ 15 ସୁଦ୍ଧା ଦେଶର ପ୍ରଥମ ସ୍ବଦେଶୀ ଟିକା ଉପଲବ୍ଧ ହେବ ବୋଲି ଆଶା କରାଯାଉଥିଲା । ଭାରତରେ ଭ୍ୟାକସିନ ପ୍ରସ୍ତୁତକାରୀଙ୍କୁ କଠୋର ମୂଲ୍ୟାଙ୍କନ ପ୍ରକ୍ରିୟା ଦେଇ ଯିବାକୁ ପଡିବ । ଯେଉଁଥିରେ କୌଣସି ପ୍ରକାରର ଦ୍ବନ୍ଦ କିମ୍ବା ସନ୍ଦେହ ରହିବ ନାହିଁ ବୋଲି ବିଜୟରାଘବନ କହିଛନ୍ତି ।

ବିଜୟରାଘବନ ନୂଆଦିଲ୍ଲୀସ୍ଥିତ ଥିଙ୍କ ଟ୍ୟାଙ୍କ 'ବିବେକାନନ୍ଦ ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ'ରେ ଏକ ୱେବ ସେମିନାରକୁ ସମ୍ବୋଧିତ କରି କହିଛନ୍ତି ଯେ, ଟିକାକରଣର ମାନବ ପରୀକ୍ଷଣର ପ୍ରଥମ ପର୍ଯ୍ୟାୟ 28 ଦିନ ଲାଗିଥାଏ ଏବଂ ଏହା ପରେ ଆଉ ଦୁଇଟି ପର୍ଯ୍ୟାୟ ପରୀକ୍ଷା କରାଯାଏ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶର ଔଷଧ ନିୟାମକ ଭାରତ ବାୟୋଟେକ ଏବଂ ଜାଇଡସ କାଡିଲାଙ୍କୁ ଟିକା ପରୀକ୍ଷାକୁ ଅନୁମୋଦନ କରିଛନ୍ତି । ତେଣୁ ଭାରତ ବାୟୋଟେକ କିମ୍ବା ଜିଡସ କ୍ୟାଡିଲା ଟିକାକୁ କଡ଼ା ମୂଲ୍ୟାଙ୍କନ ପ୍ରକ୍ରିୟା ଦେଇ ଗତି କରିବାକୁ ପଡିବ । ଯେଉଁଥିରେ କୌଣସି ପ୍ରକାରର ସାଲିସ କରାଯିବ ନାହିଁ ।

ବିକଶିତ 'କୋଭିକ୍ସିନ' ଟିକା ପାଇଁ କ୍ଲିନିକାଲ ଟ୍ରାଏଲ୍ ଅନୁମୋଦନକୁ ତ୍ୱରାନ୍ୱିତ କରିବା ପାଇଁ ଆଇସିଏମ୍ଆର୍ ଭାରତ ବାୟୋଟେକ ସହଯୋଗରେ 15 ଅଗଷ୍ଟ ସୁଦ୍ଧା ସ୍ୱଦେଶୀ କୋଭିଡ୍ -19 ଟିକା ବାହାରିବା ଲକ୍ଷ୍ୟ ରଖି ମେଡିକାଲ୍ ଅନୁଷ୍ଠାନ ଏବଂ ଚୟନ ଡାକ୍ତରଖାନା ଏକ ଚିଠି ଲେଖିଛି।

ଆଇସିଏମଆର ଚିଠି ଉପରେ ପ୍ରଶ୍ନ ପଚରାଯାଇଥିବା ବିଜୟରାଘବନ କହିଛନ୍ତି, ଜୁଲାଇ 10 ରେ ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ଆରମ୍ଭ ହୋଇଛି, ସମସ୍ତ 12 ଟି ସ୍ଥାନରେ ଏକ ସମୟରେ ପରୀକ୍ଷା ଆରମ୍ଭ ହେବାର ସମ୍ଭାବନା କମ ରହିଛି ।

ସେ କହିଛନ୍ତି, ପରୀକ୍ଷା ଏକକାଳୀନ ଆରମ୍ଭ ହୋଇଥିଲେ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଏକ ଇଞ୍ଜେକ୍ସନ ଦିଆଯିବ । ପରେ ସାତ ଦିନ ପରେ ଆଉ ଏକ ଇଞ୍ଜେକ୍ସନ ଦିଆଯିବ ଏବଂ 14 ଦିନ ପରେ ପରୀକ୍ଷା କରାଯିବ ଏବଂ ନିଷ୍ପତ୍ତି ନେବା ପୂର୍ବରୁ ଫଳାଫଳକୁ ବିଚାର କରାଯିବ। ଯାହାକି 28 ଦିନ ପର୍ଯ୍ୟନ୍ତ ଲାଗିବ ।

ବିଜୟରାଘବନ କହିଛନ୍ତି, ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ପରେ ଆଉ ଦୁଇଟି ପର୍ଯ୍ୟାୟ ହେବ, ତେଣୁ ଯଦି ଆମେ ବିଶ୍ୱସ୍ତରରେ ଟିକା ପାଇଁ ସମୟ ସୀମା ଦେଖୁ, ତେବେ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ହେବା ପାଇଁ ତୃତୀୟ ପର୍ଯ୍ୟାୟ ପର୍ଯ୍ୟନ୍ତ ଅନେକ ମାସ ଲାଗିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.