ଶ୍ରୀନଗର: ଚଳିତବର୍ଷ ନବରାତ୍ରୀ ଅବସରରେ ତ୍ରୀକୂଟ ପର୍ବତ ବାସିନୀ ମା' ବୈଷ୍ଣୋ ଦେବୀଙ୍କ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମଳିଥିଲା । ପ୍ରଥମ 9 ଦିନ ଭିତରେ 3.5 ଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ମା'ଙ୍କର ଦର୍ଶନ କରିଛନ୍ତି । ଏହା ପୂର୍ବରୁ 2013ରେ ଏହି ପରିମାଣର ଭକ୍ତ ମା'ଙ୍କ ଦର୍ଶନ କରିଥିଲେ । 6 ବର୍ଷ ପରେ ପୁଣି ଥରେ ଏହି ସଂଖ୍ୟାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି ।
ଜଣେ ଅଧିକାରୀ ଶ୍ରଦ୍ଧାଳୁଙ୍କ ସଂଖ୍ୟା କହିବା ସମୟରେ ଏହି ସୂଚନା ଦେଇଛନ୍ତିଯେ, ଜମ୍ମୁ କଶ୍ମୀରର ଅନୁଚ୍ଛେଦ 370 ହଟିବା ପରଠାରୁ ବହୁ ମାତ୍ରାରେ ଶ୍ରଦ୍ଧାଳୁମାନଙ୍କର ଆଗମନ ହୋଇଛି । ସବୁଠୁ ଅଧିକ 2012 ରେ ହୋଇଥିବାବେଳେ 2019 ଜାନୁଆରୀ ମାସରେ ଏହାର ସଂଖ୍ୟା 5 ଲକ୍ଷରୁ ଉର୍ଦ୍ଧ୍ବ ପହଞ୍ଚିଥିଲା । କିନ୍ତୁ ଫେବୃଆରୀରେ ଏହି ସଂଖ୍ୟାରେ ହ୍ରାସ ଘଟି 2.69 ଲକ୍ଷ ଭକ୍ତ ଦର୍ଶନ କରିଥିଲେ । ପୁଲଓ୍ବାମା ଆଟାକ ପରେ ମାର୍ଚ୍ଚରେ କେବଳ 4.62 ଲକ୍ଷ ଶ୍ରଦ୍ଧାଳୁ ତୀର୍ଥ ଦର୍ଶନ କରିଥିଲେ ।
ପଞ୍ଜିକରଣ କକ୍ଷରୁ ମିଳିଥିବା ସୂଚନାନୂସାରେ, ରବିବାର ଦ୍ବିପହର ସୁଦ୍ଧା 16 ହଜାରରୁ ଉର୍ଦ୍ଧ୍ବ ଭକ୍ତ ଭବନ ଅଭିମୁଖେ ପ୍ରସ୍ଥାନ କରି ସାରିଥିବାବେଳେ ସଂନ୍ଧ୍ୟା ସୁଦ୍ଧା 40 ହଜାର ପାର କରିଥିଲା ଭକ୍ତଙ୍କ ସଂଖ୍ୟା । ଏହି ଭଳି ଭାବେ ଶ୍ରଦ୍ଧାଳୁ ମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟି 6 ବର୍ଷ ପରେ 3.5 ଲକ୍ଷ ପହଞ୍ଚିଛି ।