ETV Bharat / bharat

ଯେଉଁଠି ଦେବତା ଭାବେ ପୂଜା ପାଆନ୍ତି କୁକୁର ...

ଠାକୁର ସ୍ଥାନରେ ପୂଜା ପାଆନ୍ତି କୁକୁର। ଆଉ ଖାଲି ଆଖପାଖ ଗାଁ ନୁହେଁ ରାଜଧାନୀ ଦିଲ୍ଲୀରୁ ବି ପର୍ଯ୍ୟଟକ ଆସନ୍ତି ଏହି ମନ୍ଦିର ଦେଖିବା ପାଇଁ । ତେବେ ଆସନ୍ତୁ ଜାଣିବା କେଉଁଠି ରହିଛି ଏହି ମନ୍ଦିର ?

author img

By

Published : Jun 10, 2019, 8:01 AM IST

ଫଟୋ ସୌଜନ୍ୟ : ଇଟିଭି ଭାରତ

ଚଣ୍ଡିଗଡ : ଅଜବ ଏହି ଜାଗା । ଅଜବ ଲୋକଙ୍କ ବିଶ୍ବାସ । ଯେଉଁଠି ଠାକୁର ପରିବର୍ତ୍ତେ କୁକୁର ମୂର୍ତ୍ତିକୁ କରାଯାଏ ପୂଜା । ଆଉ ଏହାକୁ ପୂଜା କରିବା ପାଇଁ ଜମିଥାଏ ଲୋକଙ୍କ ଭିଡ । ହରିୟାଣାର ପାନିପଥରୁ ମାତ୍ର 10 କିଲୋମିଟର ରହିଛି କୁକଡା ବାବା ଡେରାରେ ରହିଛି ଏହି କୁକୁର ମୂର୍ତ୍ତି । କାହିଁ କେତେ ଦିନରୁ ଏଠାରେ ପୂଜା ପାଆନ୍ତି ଏହି କୁକୁର ମୂର୍ତ୍ତି ।

ଏହି ମୂର୍ତ୍ତି ପୂଜା ପଛରେ ରହିଛି ଏକ ଗପ । ଯାହାକୁ ବିଶ୍ବାସ କରି ଲୋକେ ଏହି ଡେରାକୁ ପୂଜା କରିବା ପାଇଁ ଆସିଥାନ୍ତି । ମନ୍ଦିର ପୂଜକଙ୍କ କହିବା ଅନୁସାରେ, କିଛି ବର୍ଷ ପୂର୍ବେ ଲଖି ବଞ୍ଜାରା ନାମକ ବ୍ୟକ୍ତି ଜଣେ ବ୍ୟବସାୟୀଙ୍କ ଠାରୁ ଋଣ ନେଇଥିଲେ । ଆଉ ତାଙ୍କ କୁକୁରକୁ ବନ୍ଧକ ରଖିଥିଲେ । ଦିନେ ସେହି ବ୍ୟବସାୟୀଙ୍କ ଠାରୁ ଲୁଟ ହୋଇଗଲା । ପରେ ବ୍ୟବସାୟୀଙ୍କୁ ସବୁ ଜିନିଷ ଫେରି ପାଇବା ପାଇଁ ସେହି କୁକୁରଟି ସାହାଯ୍ୟ କରିଥିଲା ।

ତେବେ ବ୍ୟବସାୟୀ ଜଣକ ଏଥିରେ ଖୁସି ହୋଇ ଲଖିକୁ ତାଙ୍କ କୁକୁର ଫେରାଇବା ସହ ଏକ ଚିଠି ଲେଖିଥିଲେ ଯେ, ତୁମର ଋଣ ପରିଶୋଧ ହୋଇଯାଇଛି । ହେଲେ ର୍ଦୁଭାଗ୍ୟବଶତଃ ଲଖି ସେହି ଚିଠିକୁ ନପଢି କୁକୁରଟିକୁ ମାରି ଦେଇଥିଲେ । ହେଲେ ସେହି ରାସ୍ତାରେ ଯାଉଥିବା ଜଣେ ସାଧୁ ଚିଠିଟି ପଢି କୁକୁରଟିକୁ ଅମର ହେବାର ଆର୍ଶୀବାଦ ଦେଇଥିଲେ ।

ଗାଁରେ ବର୍ଷା ପାଇଁ ହେଉ କିମ୍ବା ଚାଷ ପାଇଁ ପାଖାପାଖି 12 ଗାଁର ଲୋକେ ଡେରାକୁ ଆସି କୁକୁର ଭାବେ ପୂଜା ପାଉଥିବା ଦେବତାଙ୍କୁ ପୂଜା କରିଥାନ୍ତି । କେବଳ ଏତିକି ନୁହେଁ ଦିଲ୍ଲୀରୁ ମଧ୍ୟ ଲୋକେ ଏହି ଡେରାକୁ ବୁଲି ଆସିଥାନ୍ତି ।

Intro:Body:

fsfs

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.