ETV Bharat / bharat

ଟଙ୍କା ନୁହେଁ, ଏଥର ଭୋଟରଙ୍କୁ ଆକୃଷ୍ଟ କରୁଛି ଜୁଏଲାରୀ!

ଦିଲ୍ଲୀରେ ଆସନ୍ତା ମେ 12ରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଭୋଟରଙ୍କୁ ଆକୃଷ୍ଟ କରିବାକୁ ଟଙ୍କା ବଦଳରେ ଜୁଏଲାରୀର ଟ୍ରେଣ୍ଡ ଦେଖିବାକୁ ମିଳିଛି। ଦିଲ୍ଲୀ ନିର୍ବାଚନକୁ ଆହୁରି ଏକ ମାସ ସମୟ ଥିବାବେଳେ ଏବେଠାରୁ ଦିଲ୍ଲୀ ପୋଲିସ ଏବଂ ଆଇଟି ବିଭାଗ ପକ୍ଷରୁ ନିର୍ବାଚନ ଆଚରଣ ସହିଂତା ବିଧି ଲାଗୁ କରାଯାଇଛି।

author img

By

Published : Apr 17, 2019, 9:41 AM IST

Updated : Apr 17, 2019, 1:14 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ବଦଳିଛି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଟ୍ରେଣ୍ଡ। ନିର୍ବାଚନ ସମୟରେ ଟଙ୍କା ପଇସାର ଅବୈଧ କାରବାର ସାଧାରଣ କଥା। ହେଲେ ଚଳିତଥର ଏହି ଟ୍ରେଣ୍ଡରେ ସାମିଲ ହୋଇଛି ସୁନା ଅଳଙ୍କାର। ନିର୍ବାଚନରେ ହେଉଥିବା ଅବୈଧ ଟଙ୍କା କାରବାରରେ ନଗଦ ଅପେକ୍ଷା ଅଧିକ ସୁନା ଗହଣା ଧରାପଡୁଥିବା ଘଟଣା ସାମ୍ନାକୁ ଆସୁଛି।

ଅଧିକାରୀଙ୍କ କହିବା ଅନୁସାରେ, ନଗଦ ଟଙ୍କା କାରବାର ଉପରେ ଫ୍ଲାଇଂ ସ୍କ୍ବାର୍ଡର ଆଖି ଥିବାରୁ ଏବେ ସୁନା ଗହଣା ବାଣ୍ଟିବା ଟ୍ରେଣ୍ଡ ଦେଖାଦେଇଛି। ଦିଲ୍ଲୀରେ ଆସନ୍ତା ମେ 12ରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଆହୁରି ଏକ ମାସ ସମୟ ଥିବାବେଳେ ଏବେଠାରୁ ଦିଲ୍ଲୀ ପୋଲିସ ଏବଂ ଆଇଟି ବିଭାଗ ପକ୍ଷରୁ ନିର୍ବାଚନ ଆଚରଣ ସହିଂତା ବିଧି ଲାଗୁ କରାଯାଇଛି।

ଯେଉଁଥିରେ ବର୍ତ୍ତମାନସୁଦ୍ଧା ପାଖାପାଖି 15 କୋଟି 16ଲକ୍ଷ ଟଙ୍କାର ସୁନା ଗହଣା ଯାଞ୍ଚ ବେଳେ ଠାବ କରାଯାଇ ଥିବାବେଳେ ନଗଦ 2 କୋଟି 40 ଲକ୍ଷ ଟଙ୍କା ସିଜ କରାଯାଇଛି। ଦିଲ୍ଲୀର ବିଭିନ୍ନ ସ୍ଥାନମାନଙ୍କରୁ ଏହି ସୁନା ଗହଣାକୁ ଚଢାଉ କରି ଜବତ କରାଯାଇଛି। ଏବେ ଏହି ଟ୍ରେଣ୍ଡକୁ ଦେଖି କେବଳ ନଗଦ ନୁହେଁ ସୁନା ଗହଣା ଆଦିକୁ ନେଇ ପୋଲିସ ଏବଂ ଏସଡିଏମ ଟିମ ମଧ୍ୟ ସତର୍କ ରହିଛି।

Intro:Body:Conclusion:
Last Updated : Apr 17, 2019, 1:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.