ETV Bharat / bharat

ଭାରତୀୟ ବଜାରରୁ ହଜିଯିବ ଏହି ଗାଡ଼ି... !

ଳିତ ବର୍ଷ ଭାରତୀୟ ବଜାରରୁ ଏକାଧିକ ଚାରିଚକିଆ ଗାଡ଼ି ଉଭାନ ହୋଇପାରେ । ଅନେକ ଗାଡ଼ି ମଧ୍ୟ ନୂଆ ରୂପରେ ଆସିପାରେ ବୋଲି ଜଣାପଡ଼ିଛି । ତେବେ ଉଭାନ ହେବାକୁ ଥିବା ଗାଡ଼ି ଗୁଡ଼ିକ ମଧ୍ୟରେ କିଛି ବେଶ ଲୋକପ୍ରିୟ ଗାଡ଼ି ମଧ୍ୟ ରହିଥିବା ଜଣାପଡ଼ିଛି ।

author img

By

Published : Feb 10, 2019, 3:00 PM IST

ଡିଜାଇନ ଫଟୋ

ହାଇଦ୍ରାବାଦ: ଚଳିତ ବର୍ଷ ଭାରତୀୟ ବଜାରରୁ ଏକାଧିକ ଚାରିଚକିଆ ଗାଡ଼ି ଉଭାନ ହୋଇପାରେ । ଅନେକ ଗାଡ଼ି ମଧ୍ୟ ନୂଆ ରୂପରେ ଆସିପାରେ ବୋଲି ଜଣାପଡ଼ିଛି । ତେବେ ଉଭାନ ହେବାକୁ ଥିବା ଗାଡ଼ି ଗୁଡ଼ିକ ମଧ୍ୟରେ କିଛି ବେଶ ଲୋକପ୍ରିୟ ଗାଡ଼ି ମଧ୍ୟ ରହିଥିବା ଜଣାପଡ଼ିଛି । ସେଗୁଡ଼ିକ ମଧ୍ୟରେ ମାରୁତି ଓମନୀ, ଟାଟା ନାନୋ, ମାରୁତି ସୁଜୁକି ଅଲଟୋ, ଫିଆଟ ପୁଣ୍ଟୋ, ମହିନ୍ଦ୍ରା ଥର ରହିଥିବା ସୂଚନା ମିଳିଛି । ଆଉ କିଛି ଗାଡ଼ି ରି-ମର୍ଡନାଇଜେସନ ସହିତ ଅନେକ ଆଧୁନିକ ଫିଚର ନେଇ ଆସୁଥିବା ଜଣାପଡ଼ିଛି ।

ମାରୁତି ଓମନୀ

ଅଶି ଦଶକରେ ଭାରତୀୟ ବଜାରରେ ପ୍ରବେଶ କରିଥିଲା ମାରୁତି ଓମନୀ । 1984ରେ ନିର୍ମିତ ଏହି ଗାଡ଼ି ଭାରତୀୟ ବଜାରରେ ବେଶ ଚହଳ ପକାଇଥିଲା । ଦୀର୍ଘ 35 ବର୍ଷ ଧରି ଭାରତୀୟ ବଜାରରେ ରାଜୁତି କରିଥିଲା ଏହି ଗାଡ଼ି । ବିଭିନ୍ନ ମଡେଲରେ ଆସିଥିଲା ଏହି ଗାଡ଼ି । ତେବେ ପରବର୍ତ୍ତି ସମୟରେ ମାରୁତି ଇକୋ ଏହି ଗାଡ଼ିର ସ୍ଥାନ ନେଇଥିଲା । ଇକୋ ଅନେକ ଆଧୁନିକ ସୁରକ୍ଷା, ଟେକ୍ନୋଲୋଜି ସହିତ ଭାରତୀୟ ବଜାରରେ ପ୍ରବେଶ କରିବା ଫଳରେ ଓମନିର ଚାହିଦା ଧିରେ ଧିରେ ଖସିବାକୁ ଆରମ୍ଭ କରିଥିଲା । ଚାହିଦା କମିବାରୁ କମ୍ପାନୀ ଏହାର ଉତ୍ପାଦନ ବନ୍ଦ କରିବାକୁ ବସିଛି ।

ଟାଟା ନାନୋ

ଭାରତୀୟଙ୍କୁ କମ ଅର୍ଥରେ ଚାରିଚକିଆ ଗାଡ଼ିର ମଜା ଯୋଗାଇ ଦେବାକୁ ଏକ ପଦକ୍ଷେପ ନେଇଥିଲେ ରତନ ଟାଟା । ମାତ୍ର ଏକ ଲକ୍ଷ ଟଙ୍କାରେ ନାନୋକୁ ବଜାର ପ୍ରବେଶ କରାଇଥିଲେ ରତନ । ନାନୋର ବେସ ମଡେଲର ପ୍ରାଇସ ରହିଥିଲା ମାତ୍ର 1 ଲକ୍ଷ 12 ହଜାର ଟଙ୍କା । ତେବେ କାର ଲଭର୍ସମାନଙ୍କ ମଧ୍ୟରେ ଏହା ସେତେଟା ପ୍ରଭାବ ପକାଇ ପାରିନଥିଲା । ସେହିପରି ସୁରକ୍ଷା ଦୃଷ୍ଟିରୁ ଗାଡ଼ି ମଧ୍ୟ ବହୁ ପଛରେ ରହିଯାଇଥିଲା । ଫଳରେ ଧିରେ ଧିରେ ଭାରତୀୟ ବଜାରରୁ ଉଭାନ ହେବାକୁ ବସିଛି ଏହି ଗାଡ଼ି ।

undefined

ମାରୁତି ସୁଜୁକି ଅଲ୍ଟୋ

ଏହି ଗାଡ଼ିର ମଧ୍ୟ ସମାନ ଦଶା । 2000 ମସିହାରେ ଆସିଥିବା ଏହି ଗାଡ଼ି ଭାରତୀୟ ବଜାରର ବେଶ ଆଦୃତି ଲାଭ କରିଥିଲା । ମାସରେ ପାଖାପାଖି 30 ହଜାର ୟୁନିଟ ବିକ୍ରି ହେଉଥିବା ଏହି ଗାଡ଼ି ଭାରତୀୟ କାର ଲଭର୍ସମାନଙ୍କ ମଧ୍ୟରେ ବେଶ ଆଦୃତି ଲାଭ କରିଥିଲା । ଏପରିକି ଏହି ଗାଡ଼ି ବହୁ ବିଳାସମୟ ଗାଡ଼ିକୁ ମଧ୍ୟ ପଛରେ ପକାଇ ଦେଇଥିଲା । ମାତ୍ର କମ ଅର୍ଥରେ ଅନେକ ସୌଖିନ ଗାଡ଼ି ଆସୁଥିବାରୁ ଏହାର ଚାହିଦା ବର୍ତ୍ତମାନ ସମୟରେ କମିବାକୁ ବସିଛି । ତେବେ ଏହି ଗାଡ଼ିକୁ ଅପଡେଟ କରି ପୁନର୍ବାର ଆସିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ରହିଛି । ଏହି ଗାଡ଼ିର ନୂଆ ସଂସ୍କରଣ ଆସନ୍ତା ଅକ୍ଟୋବର ମାସରେ ଆସିପାରେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ଟାଟା ସୁମୋ

ନବେ ଦଶକରେ ସ୍ପୋର୍ଟ୍ସ ଭେଇକିଲ ଭାବେ ବେଶ ଆଦୃତି ଲାଭ କରିଥିବା ଟାଟା ସୁମୋ ବର୍ତ୍ତମାନ ସମୟରେ ଉଭାନ ହେବାକୁ ବସିଛି । ନବେ ଦଶକରେ ସ୍ପୋର୍ଟ୍ସ ଭେଇକିଲ ଭାବେ ଭାରତୀୟ କାର ଲଭର୍ସମାନଙ୍କ ମଧ୍ୟରେ ବେଶ ଆଦୃତି ଲାଭ କରିଥିଲା । ମାତ୍ର ଯେବେ ମହିନ୍ଦ୍ରା ବୋଲେରୋ, ସେଭ୍ରୋଲେଟ ଟାଭେରା, ଟୟୋଟା ଇନୋଭାର ବଜାର ପ୍ରବେଶ ପରେ ସୁମୋର ଚାହିଦା ମଧ୍ୟ କମିଥିଲା । ବର୍ତ୍ତମାନ ସମୟରେ ଏହି ଗାଡ଼ି ମାସକୁ ପାଖାପାଖି ମାତ୍ର 600 ୟୁନିଟ ବିକ୍ରି ହେବାରୁ ଏହାର ଉତ୍ପାଦନ ବନ୍ଦ କରିବାକୁ କମ୍ପାନୀ ପକ୍ଷରୁ ନିଷ୍ପତ୍ତି ହୋଇଥିବା ସୂଚନା ରହିଛି ।

undefined

ମାରୁତି ସୁଜୁକି ଜିପ୍ସି

ଅଶି ଦଶକର ମଧ୍ୟଭାଗରେ ଆସିଥିବା ଏହି ମାରୁତି ସୁଜୁକି ଜିପ୍ସି ଅନେକ ଭିଆଇପିଙ୍କ ପ୍ରଥମ ପସନ୍ଦ ରହିଥିଲା । ଏହି ଗାଡ଼ିକୁ ଭାରତୀୟ ଯବାନ ସେନା ବାହିନୀର ଅନେକ ବ୍ୟବହାର କରୁଥିଲେ । ଏପରିକି କିଛି ର୍ୟାଲି ଡ୍ରାଇଭର ମଧ୍ୟ ଏହି ଗାଡ଼ିକୁ ବ୍ୟବହାର କରୁଥିଲେ । ଏହି ଗାଡ଼ି ଲଞ୍ଚ ହେବା ପରେ ସାମାନ୍ୟ ପରିବର୍ତ୍ତନ କରାଯାଇ ଗାଡ଼ିର ବଜାର ପ୍ରବେଶ ମଧ୍ୟ କରାଯାଇଥିଲା । ତେବେ ପରବର୍ତ୍ତି ସମୟରେ ଜିମନୀ ଭଳି ଗାଡ଼ି ଏହାର ବିକଳ୍ପ ହୋଇ ଛିଡ଼ା ହୋଇଥିଲା । ଫଳରେ ଏହାର ବିକ୍ରି ମଧ୍ୟ କମିଥିଲା । ଫଳରେ କମ୍ପାନୀ ଏହାର ଉତ୍ପାଦନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

Intro:Body:

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.