ଜମ୍ମୁ କାଶ୍ମୀର: ଦେଶରେ ଆତଙ୍କୀ ଦମନକୁ ମୂଳୋତ୍ପାଟନ କରିବାକୁ ହେଲେ ପ୍ରଥମେ 370 ଧାରାକୁ ହଟାଇବାକୁ ପଡ଼ିବ । ଏହି ଧାରା ଜମ୍ମୁ କାଶ୍ମୀରବାସୀଙ୍କୁ ସ୍ବତନ୍ତ୍ର ସୁବିଧା ପ୍ରଦାନ କରିଥିବାରୁ ଏଥିପାଇଁ ସୀମା ପ୍ରାୟତଃ ଅଶାନ୍ତ ରହୁଛି । ତେବେ ଏହି ଧାରା ଅସ୍ଥାୟୀ ଥିବା ବେଳେ ଦୀର୍ଘ 70 ବର୍ଷ ଯାଏ ହଟାଯାଇପାରି ନାହିଁ । ସେପଟେ ଏହି ଧାରାକୁ ଉଚ୍ଛେଦ ନେଇ କେନ୍ଦ୍ରସରକାର ସଂକଳ୍ପ ନେଇଥିବା ବେଳେ ଆଜି ଏହାକୁ ଉଚ୍ଛେଦ ପାଇଁ ରାଜ୍ୟସଭାରେ ପ୍ରସ୍ତାବ ଆଗତ କରିଛନ୍ତି ।
ଏହି ପ୍ରସ୍ତାବକୁ ବିଜେଡି, ଆପ ଓ କେତେକ ଦଳ ସମର୍ଥନ କରୁଥିବାବେଳେ ଖୁବଶୀଘ୍ର ଏହି ପ୍ରସ୍ତାବ ପାରିତ ହୋଇପାରେ । 370କୁ ବାଦ ଦେଇ ଅନ୍ୟ ଉପଧାରା ସହ ଧାରା 35(ଏ)କୁ ମଧ୍ୟ ଉଚ୍ଛେଦ ନେଇ ପ୍ରସ୍ତାବ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।
ଏହି ପ୍ରସ୍ତାବ ଗୃହୀତ କିମ୍ବା ଉଚ୍ଛେଦ ହେଲେ କଣ ଫାଇଦା ମିଳିବ:
- ଏହି ଧାରା ଉଠିବା ପରେ ଜମ୍ମୁ କାଶ୍ମୀର ସ୍ବତନ୍ତ୍ର ରାଜ୍ୟପାହ୍ୟ ମାନ୍ୟତା ହରାଇବ । ଏହା ବଦଳରେ ଜମ୍ମୁ କାଶ୍ମୀର ଓ ଲଦାଖ 2ଟି କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଗଠିତ ହେବ ।
- ଧାରା 370 ପାଇଁ ଦେଶର ଅନ୍ୟ କୌଣସି ଲୋକେ ଜମ୍ମୁ କାଶ୍ମୀରରେ ବ୍ୟବସାୟ କରିପାରିବେ ନାହଁ କି ସ୍ଥାୟୀଭାବେ ରହିପାରିବେ ନାହିଁ । ଏହି ନିୟମ କେବଳ ଭାରତୀୟଙ୍କୁ କଟକଣା ଥିବାବେଳେ ସ୍ଥାନୀୟ ଯୁବତୀଙ୍କୁ ବିବାହ କରୁଥିବା ପାକିସ୍ତାନୀଙ୍କୁ ଏଠାରେ ବସବାସ କରିବା ସହ ଜମି କିଣାକିଣି ଅନୁମତି ଥିଲା । ଫଳରେ ପାକିସ୍ତାନୀ ସଂଖ୍ୟା ବୃଦ୍ଧି ହେବା ସହ ଆତଙ୍କବାଦୀଙ୍କ ଆକ୍ରମଣ ବଢିଚାଲିଛି । କିନ୍ତୁ ଏହି ନିୟମ ହଟିବା ପରେ ଦେଶର ଯେ କୌଣସି ବ୍ୟକ୍ତି ବିଶେଷ ଏଠାରେ ଘରଦ୍ବାରା କିଣି ବସବାସ କରିପାରିବେ।
- ଧାରା 370 କାରଣରୁ କେନ୍ଦ୍ର ସରକାରଙ୍କ ଦ୍ବାରା ଗଢିଉଠିଥିବା ଥିବା ଆଇନଗୁଡିକ ଜମ୍ମୁ କାଶ୍ମୀରରେ ଲାଗୁ ହୋଇନଥାଏ । ଫଳରେ ଏହା ଭାରତର ରାଜ୍ୟ ହୋଇଥିଲେ ବି କୌଣସି ନିୟମ କାନୁନ ଏହି ରାଜ୍ୟ ଉପରେ ଲାଗୁ ହୋଇନଥାଏ । ତେବେ ଏହା ହଟିବା ପରେ ସମସ୍ତ ଆଇନ ବ୍ୟବସ୍ଥା ଏଠାରେ ମଧ୍ୟ କାର୍ଯ୍ୟକାରୀ ହେବ ।
- ଏପରିକି ଏହି ନିୟମ ଯୋଗୁ ଭାରତର ସମ୍ବିଧାନ କିମ୍ବା ଭାରତର ଜାତୀୟ ପତାକା ଉଡାଇବା ଜମ୍ମୁ-କାଶ୍ମୀର ପାଇଁ ମନା । କାରଣ ଏହି ରାଜ୍ୟରେ ସ୍ବତନ୍ତ୍ର ଭାବେ ନିଜ ଗଣତନ୍ତ୍ର ଓ ନିଜ ପତାକା ବ୍ୟବହାର କରିବାର ନିୟମ ରହିଛି । ଆଉ କୌଣସି ଝିଅ ଜମ୍ମୁ-କାଶ୍ମୀର ଛାଡି ଭାରତର ଅନ୍ୟ କୌଣସି ରାଜ୍ୟରେ ବିବାହ କରନ୍ତି ତେବେ ତାଙ୍କ ଠାରୁ ନାଗରିକତ୍ବ ରଦ୍ଦ କରାଯାଉଥିଲା । କିନ୍ତୁ ଏହି ନିୟମରେ ସଂଶୋଧନ ହେଲେ କିମ୍ବା ପୁର୍ନଗଠନ ହେଲେ ଏଠାରୁ କେହି ନାଗରିକତା ହରାଇବେ ନାହଁ।
- ଏହି ଧାରା ଉଚ୍ଛେଦ ହେବା ପରେ ଆରଟିଆଇ ନିୟମ ଲାଗୁ କରାଯାଇ ଦୁର୍ନୀତି ଉପରେ ରୋକ ଲଗାଯାଇପାରିବ ।ଏପରିକି ସୁପ୍ରିମକୋର୍ଟଙ୍କ ରାୟକୁ ଗ୍ରହଣ କରୁଥିବା ନଥିବା ଏହି ରାଜ୍ୟରେ ଅନ୍ୟ ରାଜ୍ୟ ପରି ସମସ୍ତ କାନୁନ ବ୍ୟବସ୍ଥା ଲାଗୁ ହୋଇପାରିବ ।