ETV Bharat / bharat

ଅନଲକ-2ରେ ଗଙ୍ଗୋତ୍ରୀ-ଯମୁନୋତ୍ରୀ ଧାମରେ ବଢିଛି ଶ୍ରଦ୍ଧାଳୁଙ୍କ ସଂଖ୍ୟା

author img

By

Published : Jul 4, 2020, 9:42 AM IST

ଅନଲକ-2 ପରେ ଉତ୍ତରାଖଣ୍ଡ ସରକାର 4ଧାମର ଦର୍ଶନ ପାଇଁ ରାଜ୍ୟବାସୀଙ୍କୁ ଅନୁମତି ଦେଇଛନ୍ତି । ଅନଲକ-2ର 3ଦିନ ଭିତରେ ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଧାମରେ 88ଜଣ ଶ୍ରଦ୍ଧାଳୁ ପହଞ୍ଚିଥିବା ସୂଚନା ମିଳିଛି ।

ଅନଲକ-2ରେ  ଗଙ୍ଗୋତ୍ରୀ-ଯମୁନୋତ୍ରୀ ଧାମରେ ବଢିଛି ଶ୍ରଦ୍ଧାଳୁଙ୍କ  ସଂଖ୍ୟା
ଅନଲକ-2ରେ ଗଙ୍ଗୋତ୍ରୀ-ଯମୁନୋତ୍ରୀ ଧାମରେ ବଢିଛି ଶ୍ରଦ୍ଧାଳୁଙ୍କ ସଂଖ୍ୟା

ଡେରାଡୁନ: କୋରୋନା ଭାଇରସ ମଧ୍ୟରେ ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଧାମରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି । ଶୁକ୍ରବାର ଗଙ୍ଗୋତ୍ରୀ ଧାମରେ 50 ଓ ଯମୁନୋତ୍ରୀ ଧାମରେ 13ଜଣ ଶ୍ରଦ୍ଧାଳୁ ଦର୍ଶନ କରିଛନ୍ତି ।

ଅନଲକ-2 ପରେ ଉତ୍ତରାଖଣ୍ଡ ସରକାର 4ଧାମର ଦର୍ଶନ ପାଇଁ ରାଜ୍ୟବାସୀଙ୍କୁ ଅନୁମତି ଦେଇଛନ୍ତି । ଚାରିଧାମ ଯିବାକୁ ଇଚ୍ଛୁକ ଥିବା ଶ୍ରଦ୍ଧାଳୁମାନେ ରାଜ୍ୟ ସରକାରଙ୍କ ଅନଲାଇନ ଓ୍ବେବସାଇଟରେ ଆବେଦନ କରୁଛନ୍ତି । ତେବେ ଏହି ଯାତ୍ରାରେ 65ବର୍ଷରୁ ଅଧିକ ଓ 10ବର୍ଷରୁ କମ ଆୟୁର ବ୍ୟକ୍ତି ବିଶେଷମାନଙ୍କ ପାଇଁ ଏହି ଯାତ୍ରାର ଅନୁମତି ମିଳି ନାହିଁ ।

ତେବେ ଗଙ୍ଗୋତ୍ରୀ-ଯମୁନୋତ୍ରୀ ଧାମକୁ ଜୁଲାଇ 1ରୁ 3ତାରିଖ ମଧ୍ୟରେ 88ଜଣ ଶ୍ରଦ୍ଧାଳୁ ଯାଇଛନ୍ତି । ଶୁକ୍ରବାର ଗଙ୍ଗୋତ୍ରୀ ଧାମକୁ 32 ଜଣ ପୁରୁଷ, 12ଜଣ ମହିଳା ଓ 6 ଜଣ ଶିଶୁ ଅର୍ଥାତ୍‌ ସର୍ବମୋଟ 50ଜଣ ଶ୍ରଦ୍ଧାଳୁ ଆସିଥିଲେ । ସେହିପରି 10 ଜଣ ପୁରୁଷ, 3 ଜଣ ମହିଳାଙ୍କ ସମେତ ମୋଟ 13ଜଣ ଶ୍ରଦ୍ଧାଳୁ ଯମୁନୋତ୍ରୀ ଧାମକୁ ଆସି ପୂଜାର୍ଚ୍ଚନା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.