ହାଇଦ୍ରାବାଦ: ଆରମ୍ଭ ହୋଇସାରିଛି ପ୍ରେମ ସପ୍ତାହ । ପ୍ରେମୀଯୁଗଳ ଏହି ସପ୍ତାହରେ ନିଜର ପ୍ରେମକୁ ଜାହିର କରିଥାନ୍ତି । ଆଉ ଆଜିର ଦିନ ଅର୍ଥାତ ‘ପ୍ରପୋଜ ଡେ’ ଏକ ବିଶେଷ ମହତ୍ତ୍ବ ରଖିଥାଏ । ଏହି ଦିନ ନିଜର ମନର କଥାକୁ ଭଲ ପାଉଥିବା ମଣିଷକୁ କୁହାଯାଇଥାଏ । ଯଦି ଆପଣ ମଧ୍ୟ ପ୍ରପୋଜ କରିବା ପାଇଁ ବାହାରିଛନ୍ତି ଏହି ଦିଗ ପ୍ରତିଧ୍ୟାନ ଦିଅନ୍ତୁ...
ପ୍ରପୋଜ କରିବା ପୂର୍ବରୁ ନିଜର ଡ୍ରିମଗାର୍ଲଙ୍କ ପସନ୍ଦ ନାପସନ୍ଦ ସମ୍ପର୍କରେ ଧ୍ୟାନ ରଖନ୍ତୁ...
କୌଣସି ଝିଅକୁ ପ୍ରପୋଜ କରିବା ପୂର୍ବରୁ ଏହା ନିଶ୍ଚିନ୍ତ କରି ନିଅନ୍ତୁ ଯେ, ସେ ଆଗରୁ ଆଉ କାହା ସହ ରିଲେସନରେ ନାହାଁନ୍ତି ତ । ଅଥବା ସେ ଆଉ କାହାକୁ ପସନ୍ଦ କରୁନାହାଁନ୍ତି ତ ।
ସେ ଯେ କୌଣସି ସମ୍ପର୍କ ହେଉନା କାହିଁକି ଏହା ସମୟ ସହ ଅଧିକ ମଜବୁତ୍ ହୋଇଥାଏ । ତେଣୁ ଆପଣଙ୍କୁ ଏହାର କହିବାର ଆବଶ୍ୟକତା ନାହିଁ ଆପଣଙ୍କ ବ୍ୟବହାର ହିଁ ତାଙ୍କୁ ଏହା ଠିକ୍ ସମୟରେ ଅବଗତ କରାଇବ ।
ସବୁ ସମୟରେ ନିଜ ପ୍ରେମିକାଙ୍କୁ ସ୍ବତନ୍ତ୍ର ଫିଲ୍ କରାନ୍ତୁ । ପାର୍ଟନରଙ୍କ ବନ୍ଧୁଙ୍କ ସହ ମିଶି ଆପଣଙ୍କ ପାର୍ଟନରଙ୍କୁ ଅଧିକ ଜାଣନ୍ତୁ ।
ପାର୍ଟନରଙ୍କୁ ପ୍ରପୋଜ କରିବା ପୂର୍ବରୁ ଏହାକୁ ସର୍ବସମ୍ମୁଖରେ ଆଲୋଚନା କରନ୍ତୁ ନାହିଁ ।
ପ୍ରପୋଜ କରିବା ସମୟରେ ଅନ୍ୟ କାହାକୁ ଆପଣଙ୍କ ମଧ୍ୟରେ ରଖନ୍ତୁ ନାହିଁ ।
ଯଦି ଆପଣଙ୍କ ପାର୍ଟନର ଆପଣଙ୍କୁ ପ୍ରସ୍ତବାକୁ ପ୍ରତ୍ୟାଖାନ କରୁଛନ୍ତି ତେବେ ଧୈର୍ଯ୍ୟ ରଖନ୍ତୁ । ଆପଣଙ୍କୁ ସଚ୍ଚା ପ୍ରେମ ନିଶ୍ଚୟ ମିଳିବ ।