ETV Bharat / bharat

ଦେଶରେ ବଢୁଛି ଓଡିଆ ଅଫିସରଙ୍କ ଦବଦବା; ଚର୍ଚ୍ଚାରେ ପ୍ରମୋଦଙ୍କ ଠୁ ମୁର୍ମୁ - POWER CORRIDER IN CENTRAL GOVT

ଦେଶର ବିଭିନ୍ନ ପ୍ରଶାସନିକ ଓ ସାମ୍ବିଧାନିକ ପଦ ପଦବୀରେ ଆଜି ଓଡିଆ ଅଫିସର ଅଧିଷ୍ଠିତ । ଯାହା ରାଜ୍ୟ ପାଇଁ ସମ୍ମାନର ବିଷୟ । ଏବେ ଏହି ଓଡିଆ ଅଫିସରଙ୍କୁ ନେଇ ଚର୍ଚ୍ଚା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଦେଶରେ ବଢୁଛି ଓଡିଆ ଅଫିସରଙ୍କ ଦବଦବା; ଚର୍ଚ୍ଚାରେ ପ୍ରମୋଦଙ୍କଠୁ ମୁର୍ମୁ

author img

By

Published : Aug 8, 2020, 9:07 PM IST

ନୂଆଦିଲ୍ଲୀ: ଦିନେ ସମୟ ଥିଲା ଓଡିଶାର ପ୍ରତିଛବି ଜାତୀୟ ସ୍ତରରେ ଅପରିଚିତ ଥିଲା । ଓଡିଶାକୁ କେବଳ ଗରିବ ଓ ଭୋକିଲା ରାଜ୍ୟ ଭାବେ ଦେଖୁଥିଲେ କିଛି ରାଜନେତା ଓ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ । ଆଜି ବଦଳି ଯାଇଛି ସମୟ । ବଦଳି ଯାଇଛି ଚିତ୍ର ଓ ଚରିତ୍ର । ସାରା ଦେଶରେ ଓଡିଶା ପାଇଛି ସ୍ବତନ୍ତ୍ର ପରିଚୟ । ବଢିଛି ସମ୍ମାନ ବଢିଛି କ୍ଷମତା । ବଢିଛି ରାଜ୍ୟର ଭାବମୂର୍ତ୍ତୀ । ପ୍ରଶାସନିକ ରାଜନୈତିକ ସ୍ତରରେ ଓଡିଶାର ସ୍ଥାନ ସ୍ବତନ୍ତ୍ର । ଆଉ ଏହିସବୁ ଦେଖି ରାଜ୍ୟବାସୀ ଗର୍ବରେ କହୁଛନ୍ତି ଆମେ ଓଡିଆ ।

ଏପ୍ରସଙ୍ଗରେ ଆଜି ଜାତୀୟସ୍ତରରେ ମର୍ଯ୍ୟଦା ଜନକ ପଦବୀରେ ଥିବା କିଛି ଓଡିଆ ପୁଅଙ୍କୁ ନେଇ..

CENTRAL GOVT
ଦେଶରେ ବଢୁଛି ଓଡିଆ ଅଫିସରଙ୍କ ଦବଦବା; ଚର୍ଚ୍ଚାରେ ପ୍ରମୋଦଙ୍କଠୁ ମୁର୍ମୁ

ପ୍ରମୋଦ ମିଶ୍ର- ଜାତୀୟ ପାୱର କରିଡରରେ ପାୱର ଫୁଲ ଓଡିଆ ଅଫିସର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ । ପିଏମଓର ପ୍ରିନ୍ସପାଲ ସେକ୍ରେଟେରୀ (ପ୍ରମୁଖ ସଚିବ) । କ୍ଷମତାର ସମସ୍ତ ଚାବି ତାଙ୍କ ହାତରେ । 1972 ଗୁଜୁରାଟ କ୍ୟାଡରର ଏହି ଆଇଏଏସ ଅଫିସର 2019 ସେପ୍ଟେମ୍ବରରୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ମୋଦିଙ୍କ ପ୍ରଥମ ପାଳିରେ ପିଏମଓ ରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିଲେ ପ୍ରମୋଦ । ସମ୍ବଲପୁରରେ ଜନ୍ମିତ ପ୍ରମୋଦ ମିଶ୍ର ଆଜି ଦେଶର ଟପ ପାୱର କରିଡରରେ ଅବସ୍ଥାପିତ । ୨୦୦୧ ମସିହାରେ ଗୁଜରାଟ ଭୁଜରେ ହୋଇଥିବା ଭୂମିକମ୍ପ ପରର ଉଦ୍ଧାର ଓ ଥଇଥାନ ପରିଚାଳନା ହିଁ ପ୍ରମୋଦଙ୍କୁ ମୋଦିଙ୍କ ନିକଟତର କରିଥିଲା । ବର୍ତ୍ତମାନ ଦେଶର ସମସ୍ତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ପ୍ରମୋଦଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ।

ଶକ୍ତିକାନ୍ତ ଦାସ- ଭାରତୀୟ ରିଜର୍ଭର ବ୍ୟାଙ୍କର ମର୍ଯ୍ୟଦା ଜନକ ଗଭର୍ଣ୍ଣର ପଦରେ ବର୍ତ୍ତମାନ ଅଧିଷ୍ଠିତ ଓଡିଆ ପୁଅ ଶକ୍ତିକାନ୍ତ ଦାସ । 1980 ବ୍ୟାଚ ତାମିଲନାଡୁ କ୍ୟାଡରର ଆଇଏଏସ ଅଫିସର ଶକ୍ତିକାନ୍ତ ଦାସଙ୍କୁ ନେଇ 2016 ମସିହାରେ ଯୋରଦାର ଚର୍ଚ୍ଚା ହୋଇଥିଲା । ସେତେବେଳେ ସେ କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ବ୍ୟାପାର ସଚିବ ଭାବେ କାର୍ଯ୍ୟ କରୁଥିବା ବେଳେ କେନ୍ଦ୍ର ସରକାର ବିମୁଦ୍ରିକରଣ କରିଥିଲେ । ଯାହାକୁ ଶକ୍ତିକାନ୍ତ ଦାସ ନିଜେ ସମ୍ଭାଳିଥିଲେ । ସରକାରଙ୍କ ତରଫରୁ ସମସ୍ତ ଜବାବ ଦେଇଥିଲେ ଗଣମାଧ୍ୟମକୁ ଆସି । ତେବେ 2018 ମସିହାରେ ତତ୍କାଳୀନ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ଇସ୍ତଫା ପରେ ଶକ୍ତିକାନ୍ତଙ୍କୁ ଆରବିଆଇ ଗଭର୍ଣ୍ଣର ଭାବେ ନିଯୁକ୍ତି ଦେଇଥିଲେ ମୋଦି ସରକାର । ଏବେ ଆରବିଆଇର ଗଭର୍ଣ୍ଣର ପଦରେ ଓଡିଆ ପୁଅ ଅଧିଷ୍ଠିତ ।

ଡ. ମୃତ୍ୟୁଞ୍ଜୟ ମହାପାତ୍ର - ଦେଶର ସାଇକ୍ଲୋନ ମ୍ୟାନ ଭାବେ ପରିଚିତ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର । ଦେଶର ସମସ୍ତ ପ୍ରାକୃତିକ ବିପର୍ଯ୍ୟୟ ସଠିକ ଆକଳନ କରି ଚର୍ଚ୍ଚାରେ ମୃତ୍ୟୁଞ୍ଜୟ । ବିଶେଷ କରି ଓଡିଶା ଓ ଉତ୍ତର ଭାରତରେ ଆସୁଥିବା ସାମୁଦ୍ରିକ ବ୍ୟାତା ଓ ପାଣିପାଗର ସଠିକ ଆକଳନ ତାଙ୍କୁ ଆଜି ସ୍ବତନ୍ତ୍ର ପରିଚୟ ଦେଇଛି । ଏହାସହ ସେ ଜାତିସଂଘ ପାଣିପାଗ ପରିଷଦକୁ ମଧ୍ୟ ନିର୍ବାଚିତ ହୋଇଛନ୍ତି ।

ସତ୍ୟ ନାରାୟଣ ପ୍ରଧାନ- ଆଉ ଜଣେ ଓଡିଆ ପୁଅ ହେଉଛନ୍ତି ଆଇପିଏସ ସତ୍ୟ ନାରାୟଣ ପ୍ରଧାନ । 1988 ବ୍ୟାଚ ଝାଡଖଣ୍ଡ କ୍ୟାଡରର ଆଇପିଏସ ସତ୍ୟ ନାରାୟଣ ଏବେ ଜାତୀୟ ବିପର୍ଯ୍ୟୟ ପରିଚାଳନା ବଳ (ଏନଡିଆରଏଫ) ର ମହାନିର୍ଦ୍ଦେଶକ । 2019 ମସିହାଠାରୁ ସତ୍ୟ ନାରାୟଣ ଏହି ଗୁରୁତ୍ବପୂର୍ଣ୍ଣ ପଦବୀରେ ଅଧିଷ୍ଠିତ । ଦେଶର ଯେକୌଣସି ବିପର୍ଯ୍ୟୟ ପରେ ତାଙ୍କର ରଣନୀତି ସଠିକ ଯୋଜନା ପାଇଁ ଅନେକ ଧନଜୀବନ ବଞ୍ଚିପାରିଛି । ତାଙ୍କର ଦକ୍ଷତା ପାଇଁ ଏବେ ସେ କେନ୍ଦ୍ର ଗୃହମନ୍ତ୍ରଣାଳୟର ଗୁଡବୁକରେ ।

ଗିରିଶ ଚନ୍ଦ୍ର ମୁର୍ମୁ- ଆଉ ଜଣେ ଚର୍ଚ୍ଚିତ ଓଡିଆ ହେଉଛନ୍ତି ଗିରିଶ ଚନ୍ଦ୍ର ମୁର୍ମୁ । ପ୍ରଥମ ଓଡିଆ ଅଫିସର ଯିଏ ଦେଶର ମହାଲେଖା ନିୟନ୍ତ୍ରକ ବା ସିଏଜି ରେ ଅଧିଷ୍ଠିତ । 1985 ଗୁଜୁରାଟ କ୍ୟାଡରର ଆଇଏଏସ ଅଫିସର ଗିରିଶ ଚନ୍ଦ୍ର ମୁର୍ମୁ । ପ୍ରଧାନମନ୍ତ୍ରୀଙ୍କ ବିଶ୍ବାସ ଯୋଗ୍ୟ ଅଫିସର । ଗତ ବର୍ଷ କେନ୍ଦ୍ର ଅର୍ଥମନ୍ତ୍ରଣାଳୟର ଏଷ୍ଟିମେଟ ବିଭାଗରୁ ଅବସର ପରେ ନୂଆ କରି ଗଠିତ ହୋଇଥିବା କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀରର ପ୍ରଥମ ଉପ-ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିଲେ । ପରେ ତାଙ୍କୁ ସେଠାରୁ ଫେରାଇ ଆଣି ଏବେ ଦେଶର ସିଏଜି ଭଳି ସାମ୍ବିଧାନିକ ପଦରେ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର ।

ଏମିତି ଆହୁରି ଅନେକ ପଦ ପଦବୀରେ ବହୁ ଓଡିଆ ଅଧିଷ୍ଠିତ ହୋଇଛନ୍ତି । ଯାହା ରାଜ୍ୟବାସୀଙ୍କ ପାଇଁ ଗର୍ବର ବିଷୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.