ETV Bharat / bharat

ବ୍ୟବହାର କରନ୍ତୁ ଚାଇନିଜ ଆପର ବିକଳ୍ପ ବ୍ୟବସ୍ଥା - these apps can be used as alternatives to chinese apps

ଯଦି ଆପଣ ମଧ୍ୟ ନିଜ ଫୋନରୁ ଚାଇନିଜ ଆପକୁ ଡିଲିଟ୍ କରି ତାହା ବଦଳରେ କିଛି ଇଣ୍ଡିଆନ ଆପ୍ ଇନଷ୍ଟଲ କରିବାକୁ ଚାହୁଁଛନ୍ତି ତେବେ ଏହି ଖବରଟି ଆପଣଙ୍କ ପାଇଁ । ଅଧିକ ପଢନ୍ତୁ..

ଚାଇନିଜ ଆପକୁ ଦେବ ଟକ୍କର, ବ୍ୟବହାର କରନ୍ତୁ ବିକଳ୍ପ ବ୍ୟବସ୍ଥା

author img

By

Published : Jun 23, 2020, 10:02 AM IST

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ବିବାଦକୁ ନେଇ ସାରା ଦେଶରେ ବିରୋଧ ଜାରି ରହିଛି । ଚାଇନାର ସ୍ମାର୍ଟଫୋନ୍ ଠାରୁ ମୋବାଇଲ୍ ଆପ୍ ପର୍ଯ୍ୟନ୍ତ ସବୁକୁ ବୟକଟ୍ କରିବାକୁ ଦାବି ହେଉଛି । ଏମିତିକି ସୋସିଆଲ ମିଡିଆ ପ୍ଲାଟଫର୍ମରେ 'ଚାଇନିଜ୍ ପ୍ରଡକ୍ଟ ବୟକଟ୍' ଅଭିଯାନ ମଧ୍ୟ ଆରମ୍ଭ ହୋଇଗଲାଣି । ନିକଟରେ ଭାରତୀୟ ସୁରକ୍ଷା ଏଜେନ୍ସି ଟିକଟକ୍ ଏବଂ ହାଲୋ ଭଳି ଚାଇନିଜ ଆପକୁ ରୋକିବା ପାଇଁ ସରକାରଙ୍କୁ ସୁପାରିଶ କରିଥିଲେ ।

ତେବେ ଏପରି ପରିସ୍ଥିତିରେ ଯଦି ଆପଣ ମଧ୍ୟ ନିଜ ଫୋନରୁ ଚାଇନିଜ ଆପକୁ ଡିଲିଟ୍ କରି ତାହା ବଦଳରେ କିଛି ଇଣ୍ଡିଆନ ଆପ୍ ଇନଷ୍ଟଲ କରିବାକୁ ଚାହୁଁଛନ୍ତି ତେବେ ଏହି ଖବରଟି ଆପଣଙ୍କ ପାଇଁ । ଆଜି ଆମେ ଆପଣଙ୍କୁ ଏମିତି କିଛି ମୋବାଇଲ୍ ଆପ୍ ବିଷୟରେ କହିବୁ, ଯାହା ଚାଇନାର ମୋବାଇଲ୍ ଆପ୍ ବଦଳରେ ଆପଣ ବିକଳ୍ପ ଭାବରେ ବ୍ୟବହାର କରିପାରିବେ ।

ଟିକଟକ୍ ବଦଳରେ ବ୍ୟବହାର କରନ୍ତୁ ଏହି ଆପ୍

ଆପଣ ଟିକଟକ୍ ପରିବର୍ତ୍ତେ ରୋପୋସୋ ମୋବାଇଲ୍ ଆପ୍ ବ୍ୟବହାର କରିପାରିବେ । ଏହି ଆପରେ, ଆପଣ ଟିକଟକ୍ ପରି ଭିଡିଓ ପ୍ରସ୍ତୁତ କରିପାରିବେ ଏବଂ ଏହାକୁ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ସେୟାର ମଧ୍ୟ କରିପାରିବେ ।

ପ୍ରକାଶ ଥାଉ କି, ବର୍ତ୍ତମାନ ସୁଦ୍ଧା 50 ଲକ୍ଷରୁ ଅଧିକ ଉପଭୋକ୍ତା ଗୁଗୁଲ୍ ପ୍ଲେ ଷ୍ଟୋର୍‌ରୁ ଏହି ଆପ୍ ଡାଉନଲୋଡ୍ କରିସାରିଛନ୍ତି ।

ହେଲୋ ପରିବର୍ତ୍ତେ ସେୟାର ଚାଟ୍ ଆପ୍ ବ୍ୟବହାର କରନ୍ତୁ

ଯଦିଚ ଚାଇନିଜ୍ ଆପ୍ ହାଲୋକୁ ଲୋକମାନେ ବହୁଳ ବ୍ୟବହାର କରିଛନ୍ତି ମାତ୍ର ବର୍ତ୍ତମାନ ଏହାକୁ ମଧ୍ୟ ବୟକଟ୍ କରାଯାଉଛି । ଯଦି ଆପଣ ମଧ୍ୟ ଏହି ଆପକୁ ଡିଲିଟ୍ କରିବାକୁ ଭାବୁଛନ୍ତି ତେବେ ଆପଣ ଏହା ବଦଳରେ ସେୟାର ଚାଟ୍ ଆପ୍ ବ୍ୟବହାର କରିପାରିବେ ।

ସୂଚନାଯୋଗ୍ୟ, ଏହା ଏକ ଭାରତୀୟ ଆପ୍ । ଏହା 15ଟି ଆଞ୍ଚଳିକ ଭାଷାରେ ଉପଲବ୍ଧ ।

ୟୁସି ବ୍ରାଉଜରର ବିକଳ୍ପ ଗୁଗୁଲ୍ କ୍ରୋମ୍

ଯଦି ଆପଣ ଚାଇନିଜ୍ ମୋବାଇଲ୍ ଆପ୍ ୟୁସି ବ୍ରାଉଜରକୁ ଡିଲିଟ୍ କରିଛନ୍ତି, ତେବେ ଆପଣ ଗୁଗୁଲ୍ କ୍ରୋମ୍ ବ୍ୟବହାର କରିପାରିବେ ।

ପବଜି ପରିବର୍ତ୍ତେ ଏହା ବ୍ୟବହାର କରନ୍ତୁ

ଯଦି ଆପଣ ପବଜି ମୋବାଇଲ୍ ଗେମ୍ ପାଇଁ ଏକ ବିକଳ୍ପ ଖୋଜୁଛନ୍ତି, ତେବେ ଆପଣଙ୍କ ପାଇଁ ଆମେରିକୀୟ କମ୍ପାନୀ ଏପିକ୍ ଗେମ୍ସର ଫୋର୍ଟନାଇଟ୍ ଗେମ୍ ଏକ ଉତ୍ତମ ବିକଳ୍ପ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.