ETV Bharat / bharat

କୋଲେଷ୍ଟ୍ରୋଲ ଯୋଗୁଁ ଚିନ୍ତାରେ ଅଛନ୍ତି କି ? ନିଜ ଡାଏଟରେ ମିଶାନ୍ତୁ ଏହି 5ଟି ଖାଦ୍ୟ...

author img

By

Published : Oct 13, 2019, 4:55 AM IST

କୋଲେଷ୍ଟ୍ରୋଲ ଶରୀର ପାଇଁ ଦରକାରୀ ହୋଇଥାଏ । କିନ୍ତୁ ଏହାର ବୃଦ୍ଧି ଘଟିଲେ ହାର୍ଟ ଆଟାକ ଓ ଷ୍ଟ୍ରୋକ ଆଦି ରୋଗ ଦେଖାଯିବାର ଅଧିକ ଆଶଙ୍କା ଥାଏ । ତେବେ କିପରି ବର୍ତ୍ତିବେ ଏଥିରୁ ସେନେଇ ଅଧିକ ପଢନ୍ତୁ....

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ଶରୀରରେ ଆମର ଅନେକ ରୋଗ କେବଳ ଆମର ଖାଦ୍ୟ ପାନୀୟ ଓ ଲାଇଫ ଷ୍ଟାଇଲକୁ ନେଇ ହୋଇଥାଏ । ବର୍ତ୍ତମାନ ସମୟରେ ହୃଦଘାତ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି ରୋଗ ଅଧିକ କୋଲେଷ୍ଟ୍ରୋଲ ବୃଦ୍ଧି ଯୋଗୁଁ ହୋଇଥାଏ ।

ସୂଚନା ମୁତାବକ, ଏହି କୋଲେଷ୍ଟ୍ରୋଲ ଶରୀର ପାଇଁ ଦରକାରୀ ହୋଇଥାଏ । କିନ୍ତୁ ଏହାର ବୃଦ୍ଧି ଘଟିଲେ ହାର୍ଟ ଆଟାକ ଓ ଷ୍ଟ୍ରୋକ ଆଦି ରୋଗ ଦେଖାଯିବାର ଅଧିକ ଆଶଙ୍କା ଥାଏ । ଶରୀରରେ ଭଲ ଓ ଖରାପ କୋଲେଷ୍ଟ୍ରୋଲ ମଧ୍ୟ ରହିଥାଏ । କିନ୍ତୁ ଆମେ ଯଦି ଚେଷ୍ଟା କରିବା ତେବେ ଖରାପ କୋଲେଷ୍ଟ୍ରୋଲକୁ କମ କରାଇ ଭଲ କୋଲେଷ୍ଟ୍ରୋଲର ବୃଦ୍ଧି କରାଇପାରିବା । ତେବେ ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଖାଇବା ଦ୍ବାରା ଶରୀରରେ କୋଲେଷ୍ଟ୍ରୋଲ ହ୍ରାସ ପାଇବ ।

cholesterol
ସବୁଜ ପରିବା ଓ ଫଳ ଖାଆନ୍ତୁ

ଆଜି ହିଁ ଆପଣ ନିଜ ଖାଦ୍ୟରେ ଏହି 5ଟି ଜିନିଷର ବ୍ୟବହାରକୁ ବର୍ଜନ କରନ୍ତୁ । କୋଲେଷ୍ଟ୍ରୋଲ ସବୁଠାରୁ ଅଧିକ ତେଲ ଖାଇବା ଦ୍ବାରା ହିଁ ହୋଇଥାଏ । ଏହାଠାରୁ ରକ୍ଷା ପାଇବା ପାଇଁ ନିଜ ଖାଦ୍ୟରେ ଅଲିଭ ତେଲ ବ୍ୟବହାର କରନ୍ତୁ । ଏହି ତେଲର ବ୍ୟବହାର ଦ୍ବାରା ଅନ୍ୟ ତେଲ ଅପେକ୍ଷା କୋଲେଷ୍ଟ୍ରୋଲ 8 ପ୍ରତିଶତ କମ ହୋଇଥାଏ । ଏହା ବ୍ୟତୀତ ଉଚ୍ଚ ରକ୍ତଚାପ ଓ ମଧୁମେହକୁ କମ କରିଥାଏ । ଯଦି ଆପଣଙ୍କ ଶରୀରରେ କୋଲେଷ୍ଟ୍ରୋଲ ବଢିଯାଇଛି ତେବେ ସିଝା ପନିପରିବା ଖାଇବା ଦ୍ବାରା ଏହା କଣ୍ଟ୍ରୋଲକୁ ଆସିଥାଏ ।

cholesterol
ଏସବୁ ସେବନ କରନ୍ତୁ କମ ହେବ କୋଲେଷ୍ଟ୍ରୋଲ

ବର୍ତ୍ତମାନ ସୁସ୍ଥ ରହିବା ପାଇଁ ଓ କୋଲେଷ୍ଟ୍ରୋଲର ମାତ୍ରାକୁ କମ କରିବା ପାଇଁ ଓଟ୍ସର ବହୁଳ ମାତ୍ରାରେ ବ୍ୟବହାର କରାଯାଉଛି । ଏଥିରେ ଫାଇବରର ମାତ୍ରା ବେଶ ଅଧିକ ରହିଥାଏ । ଏହା ବ୍ୟତୀତ ଭିଟା ଗ୍ଲୁକୋଜ ମଧ୍ୟ ମିଳିଥାଏ । ଯାହା ଅନ୍ତସଫା କରିବାରେ ସହାୟକ ହୋଇଥାଏ । ପ୍ରତ୍ୟେକ ଦିନ ଏହା ସେବନ କରିବା ଦ୍ବାରା ଶରୀରରେ ଥିବା କୋଲେଷ୍ଟ୍ରୋଲ ଯଥା ଏଲଡିଏଲକୁ ପ୍ରାୟ 6 ପ୍ରତିଶତ କମ କରିବାରେ ସାହାଯ୍ୟ କରିଥାଏ ।

cholesterol
ଡ୍ରାଏଫ୍ରୁଟସ ଖାଆନ୍ତୁ ସୁସ୍ଥ ରୁହନ୍ତୁ

ଆମ ଶରୀରରେ ଫାଇବର ଅତ୍ୟନ୍ତ ଜରୁରୀ ହୋଇଥାଏ । ଏହା ଶରୀରରେ ଥିବା ଖରାପ କୋଲେଷ୍ଟ୍ରୋଲକୁ କମ କରିବା ସହ ଭଲ କୋଲେଷ୍ଟ୍ରୋଲକୁ ବଢାଇବାରେ ସାହାଯ୍ୟ କରିଥାଏ । ଜଣେ ସାଧାରଣ ବ୍ୟକ୍ତିଙ୍କୁ ଅତି କମରୁ 20 ଗ୍ରାମ ଫାଇବର ପ୍ରତ୍ୟେକ ଦିନ ଖାଇବା ଉଚିତ । ଫାଇବର ପାଇଁ ଆପଣ ସବୁଜ ପରିବା, ଫଳ, ମକା ଓ ଦଲିଆ ଖାଇପାରିବେ ।

ସୋୟାବିନ ମଧ୍ୟ ଖରାପ କୋଲେଷ୍ଟ୍ରୋଲର ମାତ୍ରାକୁ କମ କରିଥାଏ । ସୋୟାବିନରୁ ପ୍ରସ୍ତୁତ ହେଉଥିବା ଖାଦ୍ୟ ପଦାର୍ଥ ସୋୟା ଦୁଗ୍ଧ, ଦହି, ସୋୟା ଟୋଫୁ, ୟୋସା ଚଙ୍କସ ନିଜର ଡାଏଟରେ ନିଶ୍ଚିତ ସାମିଲ କରନ୍ତୁ । ଏହା ଯକୃତକୁ ସୁସ୍ଥ ରଖିଥାଏ ଆଉ ଶରୀରରେ ଭଲ କୋଲେଷ୍ଟ୍ରୋଲର ମାତ୍ରାରେ ବୃଦ୍ଧି କରାଇଥାଏ । ପ୍ରତିଦିନ ଏହାର ବ୍ୟବାହର କରିବା ଯୋଗୁଁ ପ୍ରାୟ 6 ପ୍ରତିଶତ କୋଲେଷ୍ଟ୍ରୋଲର ମାତ୍ରା କମ କରିଥାଏ ।

cholesterol
ଓଟସରେ ଥାଏ ଅତ୍ୟଧିକ ଫାଇବର

ଡ୍ରାଏ ଫ୍ରୁଟସ ଖାଇବା ଦ୍ବାରା ଆମ ଶରୀରରେ କୋଲେଷ୍ଟ୍ରୋଲର ମାତ୍ରାରେ ହ୍ରାସ ହୋଇଥାଏ ଆଉ ଭଲ କୋଲେଷ୍ଟ୍ରୋଲର ମାତ୍ରାରେ ବୃଦ୍ଧି ଘଟିଥାଏ । ଏହା ବ୍ୟତୀତ ଡ୍ରାଏଫ୍ରୁଟସରେ ଭରପୁର ଫାଇବର ରହିଛି ତେଣୁ ଏହାକୁ ସେବନ କଲେ ପେଟ ଓ ହାର୍ଟ ସମସ୍ୟା ଦୂର ହୋଇଥାଏ । ଏହାସହିତ ଭିନ୍ନ ଭିନ୍ନ ଡ୍ରାଏଫ୍ରୁଟସରୁ ଆମକୁ ଭିଟାମିନ, ମିନେରାଲସ ଓ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ । ଯାହା ଶରୀରର ଅନେକ ଗମ୍ଭୀର ରୋଗକୁ ଭଲ କରିଥାଏ । କୋଲେଷ୍ଟ୍ରୋଲକୁ କଣ୍ଟ୍ରୋଲକୁ ଆଣିବାକୁ ଆପଣ ଶୁଖିଲା ନଡିଆ ସହିତ ବାଦାମ, ପିସ୍ତା, କାଜୁ ଓ ଅଖରୋଟ ଖାଇପାରିବେ ।

Intro:Body:

PRABHU

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.