ନୂଆଦିଲ୍ଲୀ: ଗୋଟେପଟେ ସାରା ଦେଶ ନିଗମବୋଧ ଘାଟରେ ଅରୁଣଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଉଥିବା ବେଳେ ନେତାଙ୍କ ପକେଟ୍ମାର କରିବାରେ ବ୍ୟସ୍ତ ଥିଲେ ଚୋର। ଏଭଳି ନିନ୍ଦନୀୟ ଘଟଣା ଘଟିଛି ଅରୁଣ ଜେଟଲୀଙ୍କ ଶେଷକୃତ ସମୟରେ । ଅନ୍ତିମ ସଂସ୍କାର ସମୟରେ ପ୍ରାୟ 11 ଜଣଙ୍କ ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି ।
ବିଜେପି ସାଂସଦ ବାବୁଲ ସୁପ୍ରିଓଙ୍କ ସମେତ 10 ଜଣଙ୍କ ମୋବାଇଲ ଫୋନ ଚୋରି ହୋଇଛି । ଏନେଇ ଟ୍ବିଟ୍ କରି ଜଣାଇଛନ୍ତି ସାଂସଦ ବାବୁଲି ସୁପ୍ରିଓ । ସେ ଲେଖିଛନ୍ତି 6 ଜଣ ସାଂସଦଙ୍କ ଫୋନ୍ ଚୋରି ହୋଇଛି । ତେବେ ଏନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ମୋବାଇଲ ଚୋରି ଘଟଣା ସାମ୍ନାକୁ ଆସିବା ପରେ ଥାନାରେ ମାମଲା ରୁଜ୍ଜୁ ହୋଇଛି । ମୋବାଇଲ ଗୁଡିକ ଟ୍ରାକିଂ କରି ତଦନ୍ତ କରାଯାଉଛି ।