ନୂଆଦିଲ୍ଲୀ: ରାଜଧାନୀସ୍ଥିତ ଶାହିନବାଗ ଅଞ୍ଚଳରେ ଗୁଳି ଫୁଟିବା ଘଟଣାରେ ଗିରଫ ଯୁବକର ମିଳିଛି ପରିଚୟ । ଯୁବକ ଜଣକ ହେଲେ ପୂର୍ବ ଦିଲ୍ଲୀର ଦଲ୍ଲୁପୁରା ଗାଁର 23 ବର୍ଷୀୟ କପିଲ ।
ଏହି ଘଟଣାରେ 'ଇଟିଭି ଭାରତ'କୁ ସୂଚନା ଦେଇ କପିଲଙ୍କର ବାପା କହିଛନ୍ତିଯେ, 12ଟା ପର୍ଯ୍ୟନ୍ତ କପିଲ ଘରେ ଥିଲା । କିନ୍ତୁ କିପରି ଆଉ କେତେବେଳେ ସେ ସେହି ସ୍ଥାନରେ ପହଞ୍ଚିଛି ସେମାନଙ୍କୁ ଜଣାନାହିଁ । ପରିବାର ପକ୍ଷରୁ କୁହାଯାଇଛି ଯେ, କପିଲ ଏକ ସାଧାସିଧା ପିଲା ଅଟେ । ସେ ପଢାପଢି ମଧ୍ୟ ଭଲ କରୁଥିବା ପରିବାର ଲୋକେ କହିଛନ୍ତି ।
ଏହା ବ୍ୟତୀତ କପିଲ ଜଣେ ଧାର୍ମିକ ସ୍ବଭାବର ବୋଲି କହିଛନ୍ତି । ତା' ନାଁରେ ପୂର୍ବରୁ କୌଣସି ଅପରାଧିକ ମାମଲା ନଥିବା କହିଛନ୍ତି ।