ଜୟପୁର: ଆଜି ଶିବରାତ୍ରୀ । ଏହି ପିବିତ୍ର ଅବସରରେ ଶିବ ଭକ୍ତଙ୍କ ପାଇଁ ଖୁସିର ଖବର । ରାଜସ୍ଥାନର ନାଥଦ୍ବାରାରେ ନିର୍ମାଣ କରାଯାଉଛି ଭାଗବାନ ଶିବଙ୍କର 351 ଫୁଟ ଉଚ୍ଛ ଏକ ମୂର୍ତ୍ତି । ଏହି ମୂର୍ତ୍ତିର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହା ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ବର ସର୍ବୋଚ୍ଚ ଶିବ ମୂର୍ତ୍ତି ହେବ ।
ଗତ 4 ବର୍ଷରୁ ଶିବଙ୍କର ଏହି ମୂର୍ତ୍ତିର ନିର୍ମାଣ କାର୍ଯ୍ୟ ହୋଇଆସୁଛି । ବର୍ତ୍ତମାନ ସୁଦ୍ଧା ପାଖାପାଖି 90 ପ୍ରତିଶତ କାର୍ଯ୍ୟ ସରିସାରିଲାଣି । ଭାଗବାନ ଶିବଙ୍କର ଧ୍ୟାନମୁଦ୍ରାରେ ଥିବା ଏହି ମୂର୍ତ୍ତିରେ ଲାଇଟିଂର କାର୍ଯ୍ୟ ଚାଲୁ ରହିଛି । ଚଳିତ ବର୍ଷ ଅଗଷ୍ଟ ସୁଦ୍ଧା ଏହି ମୂର୍ତ୍ତିର ନିର୍ମାଣ କାର୍ଯ୍ୟ ଶେଷ ହୋଇଯିବା ନେଇ ଅନୁମାନ କରାଯାଉଛି ।
ମୂର୍ତ୍ତି ନିର୍ମାଣ ସ୍ଥଳୀର ନାଁ ଉତ୍ପଦମ୍ ଉପବନ ରଖାଯାଇଛି । 40 ହଜାର ବର୍ଗଫୁଟ କ୍ଷେତ୍ରରେ ନିର୍ମିତ ଏହି ପରିସରରେ ବଗିଚା ନିର୍ମାଣ କାର୍ଯ୍ୟ ସରିସାରିଛି । ଏଠାରେ ବିଭିନ୍ନ ପ୍ରକାରର ଔଷଧିୟ ବୃକ୍ଷ ଲଗାଯିବ ।
କଣ ରହିଛି ମୂର୍ତ୍ତିରେ ଖାସ?
- 3000 ଟନ ଲୁହା
- ମୂର୍ତ୍ତିର ଓଜନ 30 ହଜାର ଟନ
- ତ୍ରୀଶୂଳର ଲମ୍ବ 315 ଫୁଟ
- ମହାଦେବଙ୍କ ଶରୀରର ଲମ୍ବ 60 ଫୁଟ
- ମହାଦେବଙ୍କ ବେକର ଉଚ୍ଚତା 275 ଫୁଟ
- ମହାଦେବଙ୍କ କାନ୍ଧର ଉଚ୍ଚତା 160 ଫୁଟ
- ମହାଦେବଙ୍କ ହାତ ପାପୁଲିର ଉଚ୍ଚତା 65 ଫୁଟ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ