ETV Bharat / bharat

ଆରମ୍ଭ ହେବାକୁ ଯାଉଛି ବିଶ୍ବର ସର୍ବବୃହତ ଟୀକାକରଣ ପ୍ରକ୍ରିୟା, ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ଆରମ୍ଭ ହେବାକୁ ଯାଉଛି ବିଶ୍ବର ସର୍ବବୃହତ ଟୀକାକରଣ ପ୍ରକ୍ରିୟା । ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପଢନ୍ତୁ ଅଧିକ....

ଆରମ୍ଭ ହେବାକୁ ଯାଉଛି ବିଶ୍ବର ସର୍ବବୃହତ ଟିକାକରଣ ପ୍ରକ୍ରିୟା

author img

By

Published : Jan 11, 2021, 6:33 PM IST

ନୂଆଦିଲ୍ଲୀ: ଦେଶରେ ଟୀକାକରଣ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ । ଆସନ୍ତା 16 ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଶ୍ବର ସର୍ବବୃହତ ଟୀକାକରଣ ପ୍ରକ୍ରିୟା । ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶ ଉଦ୍ଦେଶ୍ୟରେ ରଖିଥିବା ବାର୍ତ୍ତାରେ ଟୀକାକରଣର ସାମଗ୍ରିକ ରୂପରେଖ ବାବଦରେ ମଧ୍ୟ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରାଥମିକ ପର୍ଯ୍ୟାୟରେ ଦେଶର 3 କୋଟି ଲୋକଙ୍କୁ ଟିକା ପ୍ରଦାନ କରାଯିବ । ଏହି ପ୍ରଥମ ପର୍ଯ୍ୟାୟରେ ଟୀକାକରଣ ତାଲିକାରେ କରୋନା ଯୋଦ୍ଧାଙ୍କୁ ସାମିଲ କରାଯାଇଛି । ଏଥିରେ ସ୍ବାସ୍ଥ୍ଯକର୍ମୀ ଓ ଆଗ ଧାଡିର ଯୋଦ୍ଧାଙ୍କୁ ସ୍ଥାନ ଦିଆଯିବ । ସରକାରୀ ଓ ବେସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଥିବା ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଏହି ତାଲିକାଭୁକ୍ତ କରାଯାଇଛି । ଏହି 3 କୋଟି ତାଲିକାରେ ସ୍ବାସ୍ଥ୍ୟକର୍ମୀଙ୍କ ସହ ପୋଲିସ ଓ ସୁରକ୍ଷାକର୍ମୀ, ସଫେଇକର୍ମୀ ଓ ଜରୁରୀ ସେବାରେ କାର୍ଯ୍ଯରତ ଥିବା କର୍ମଚାରୀଙ୍କୁ ମଧ୍ୟ ତାଲିକା ଭୁକ୍ତ କରାଯାଇଛି ।

ଏହି ପ୍ରଥମ ପର୍ଯ୍ୟାୟ ଟୀକାକରଣର ଖର୍ଚ୍ଚ କୌଣସି ରାଜ୍ୟ ସରକାରଙ୍କୁ ବହନ କରିବାକୁ ପଡିବ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହି ପ୍ରଥମ ପର୍ଯ୍ୟାୟର ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ । ସେହିପରି 2 ପର୍ଯ୍ୟାୟରେ 50 ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଓ କୌଣସି ଜଟିଳ ସ୍ବାସ୍ଥ୍ୟଗତ ସମସ୍ୟାରେ ପୀଡିତ ଥିବା ବ୍ୟକ୍ତିମାନଙ୍କୁ ଟିକା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯିବ । ତାଲିକାରେ ରାଜନେତାଙ୍କ ପାଇଁ କୌଣସି ବ୍ୟବସ୍ଥା ନଥିବା କଥା ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଟୀକାକରଣ ପ୍ରକ୍ରିୟାରେ ରାଜ୍ୟ ସରକାରମାନଙ୍କ ଗୁରୁତ୍ବପୁର୍ଣ୍ଣ ଭୂମିକା ଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଟୀକାକରଣର ସୁପରିଚାଳନା ରାଜ୍ୟ ସରକାର ଅଗ୍ରାଧିକାର ଭାବେ ଦାୟିତ୍ବବାନ ହେବା ନେଇ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

କୋଭିଡ ବିରୋଧରେ ଦେଶବାସୀଙ୍କ ମିଳିତ ଲଢେଇକୁ ପ୍ରଶଂସା କରିବା ସହ ଏହି ଟୀକାକରଣ ପ୍ରକ୍ରିୟାକୁ ଐତିହାସିକ ଦର୍ଶାଇଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ସଭିଁଙ୍କର ମିଳିତ ସହଯୋଗରେ ଦେଶ ଆଜି କରୋନା ମହାମାରୀ ବିରୋଧରେ ଏହା ଏକ ବଡ ସଫଳତା ପାଇବାକୁ ଯାଉଥିବାରୁ ଏହା ଦେଶବାସୀଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.