ETV Bharat / bharat

ମାନବାଧିକାର ପରିଷଦ ଅଧିବେଶନରେ ପାକିସ୍ତାନକୁୁ ଆତଙ୍କବାଦର ନର୍ସରୀ କହିଲା ଭାରତ

author img

By

Published : Sep 25, 2020, 9:39 PM IST

ମାନବାଧିକାର ପରିଷଦର 45 ତମ ଅଧିବେଶନରେ ପାକିସ୍ତାନ ଉପରେ ବର୍ଷିଛି ଭାରତ। ପାକିସ୍ତାନ ଆତଙ୍କବାଦର ନର୍ସରୀ ଭାବରେ ପରିଚିତ ଥିବା ବେଳେ ସେ ଦେଶର ମାନବାଧିକାର ଉପରେ ବିଶ୍ବକୁ ଶିଖାଇବାର ଆବଶ୍ୟକତା ନାହିଁ ବୋଲି ସେନ୍ଥିଲ କୁମାର କହିଛନ୍ତି । ଅଧିକ ପଢନ୍ତୁ...

ମାନବାଧିକାର ପରିଷଦ ଅଧିବେଶନରେ ପାକିସ୍ତାନକୁୁ ଆତଙ୍କବାଦର ନର୍ସରୀ କହିଲା ଭାରତ
ମାନବାଧିକାର ପରିଷଦ ଅଧିବେଶନରେ ପାକିସ୍ତାନକୁୁ ଆତଙ୍କବାଦର ନର୍ସରୀ କହିଲା ଭାରତ

ନୂଆଦିଲ୍ଲୀ: ମାନବାଧିକାର ପରିଷଦର 45 ତମ ଅଧିବେଶନରେ ପାକିସ୍ତାନ ଉପରେ ବର୍ଷିଛି ଭାରତ। ପାକିସ୍ତାନରେ ଜାତି ଓ ଧାର୍ମିକ ସଂଖ୍ୟାଲଘୁଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ବୋଲି ଭାରତ ପକ୍ଷରୁ କୁହାଯାଇଛି । ଜେନେଭାରେ ଭାରତର ସ୍ଥାୟୀ ମିଶନର ପ୍ରଥମ ସଚିବ ସେନ୍ଥିଲ କୁମାର କହିଛନ୍ତି ଯେ ପାକିସ୍ତାନ ମନେ ରଖିବା ଉଚିତ କି ଅନ୍ୟମାନଙ୍କୁ ଉପଦେଶ ଦେବା ପୂର୍ବରୁ ଆତଙ୍କବାଦ ମାନବିକତା ବିରୋଧରେ ସବୁଠାରୁ ନିନ୍ଦନୀୟ ଅପରାଧ ବୋଲି ମନେ ରଖିବା ଉଚିତ।

ପାକିସ୍ତାନ ଆତଙ୍କବାଦର ନର୍ସରୀ ଭାବରେ ପରିଚିତ ଥିବା ବେଳେ ସେ ଦେଶର ମାନବାଧିକାର ଉପରେ ବିଶ୍ବକୁ ଶିଖାଇବାର ଆବଶ୍ୟକତା ନାହିଁ ବୋଲି ସେନ୍ଥିଲ କୁମାର କହିଛନ୍ତି ।ଏହାପୂର୍ବରୁ ଗୁରୁବାର ଭାରତ ମିଳିତ ଜାତିସଂଘର ମାନବାଧିକାର ପରିଷଦରେ ପାକିସ୍ତାନ ଉପରେ ବର୍ଷିଥିଲା। ଉତ୍ତର ଦେବାର ଅଧିକାରକୁ ବ୍ୟବହାର କରି ଭାରତ ପାକିସ୍ତାନକୁ ଏକ ବିଫଳ ଦେଶ ବୋଲି ବର୍ଣ୍ଣନା କରିଥିଲା।

ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ସଂସ୍କୃତି ପ୍ରତି ଏହା ଗୁରୁତ୍ବ ଦେଉନାହିଁ ବୋଲି କହିଥିଲା ଭାରତ । ଜାତିସଂଘ ମାନବାଧିକାର ପରିଷଦ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପ୍ରଥମ ସଚିବ ବିମର୍ଷ ଆର୍ଯ୍ୟନ କଡ଼ା ଜବାବ ଦେଇ କହିଥିଲେ ଯେ ପାକିସ୍ତାନ ଅନାବଶ୍ୟକ ଭାବେ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବା ଦୁର୍ଭାଗ୍ୟପୂର୍ଣ୍ଣ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.