ନୂଆଦିଲ୍ଲୀ: ଏଥର ପୋଲାଣ୍ଡରୁ ପ୍ରେମିକା ନୁହେଁ, ଆସିଛି ଖୁସି ଖବର । କାରଣ ପୋଲାଣ୍ଡର ଜଣେ ମହିଳା ଏକା ସାଥୀରେ 6ଟି ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଯାହାକୁ ନେଇ ମହିଳାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ତେବେ ଏହି ଆଶ୍ଚର୍ଯ୍ୟକର ଘଟଣା ପୋଲାଣ୍ଡରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ।
ତେବେ ଖବର ଅନୁଯାୟୀ, ଉତ୍ତର ପୋଲାଣ୍ଡର ଏକ ହସ୍ପିଟାଲରେ ଜନ୍ମ ନେଇଥିବା ଏହି ଯାଆଁଳା ଶିଶୁମାନଙ୍କୁ ଅସ୍ତ୍ରୋପୋଚାର ମାଧ୍ୟମରେ ପ୍ରସବ କରାଯାଇଛି । ଛଅ ଜଣ ଶିଶୁଙ୍କ ମଧ୍ୟରୁ 4 ଟି ଝିଅ ଓ ଦୁଇ ଜଣ ପୁଅ ଅଛନ୍ତି । ମେଡିକାଲ ମୁଖପାତ୍ରଙ୍କ କହିବା ଅନୁସାରେ 29 ସପ୍ତାହର ଗର୍ଭାବସ୍ଥା ପରେ ଏହି ଯାଆଁଳା ଶିଶୁ ଜନ୍ମ ନେଇଛନ୍ତି । ଜନ୍ମିତ ଶିଶୁମାନଙ୍କୁ ଓଜେନ 890 ଗ୍ରାମ ରୁ 1 କେଜି 300 ଭିତରେ ରହିଛି । ସମସ୍ତ ଶିଶୁ ସୁସ୍ଥ ଥିବାସହ ସେମାନଙ୍କୁ ଇନକ୍ୟୁବିଟେରରେ ରଖାଯାଇଛି ।
ପ୍ରଫେସର ରିଚାର୍ଡ ଲଉଟରବାଚଙ୍କ କହିବା ଅନୁସାରେ, ପୋଲାଣ୍ଡ ମେଡିକାଲ ଇତିହାସରେ ପ୍ରଥମ ଥର ପାଇଁ 6 ଜଣ ଯାଆଁଳା ଶିଶୁ ଜନ୍ମଗ୍ରହଣ କରିଛନ୍ତି । ତେବେ ଏହି ଘଟଣା ପରେ ପୋଲାଣ୍ଡ ରାଷ୍ଟ୍ରପତି ଅନ୍ଦ୍ରଜେଜ୍ ଦୁଦାହ ଉଭୟ ଦମ୍ପତି ଶୁଭକାମନା ଜଣାଇଛନ୍ତି ।
ସୂଚନାଅନୁସାରେ, ଗତ କିଛିଦିନ ତଳେ ପୋଲାଣ୍ଡର ଜଣେ ଯୁବତୀ ଓଡିଆ ଯୁବକର ପ୍ରେମରେ ପାଗଳ ହୋଇଥିଲେ । ଏଥିପାଇଁ ଯୁବତୀ ଜଣ ଭୁବନେଶ୍ବର ଆସି ଯୁବକ ଜଣଙ୍କୁ ଭେଟିବାକୁ ଚାହୁଁଥିଲେ । ଆଉ ଏହି ପୋଲାଣ୍ଡ ବିଦେଶୀନିଙ୍କ ଆସିବାକୁ ନେଇ ସୋସିଆଲ ମିଡିଆରେ ସୃଷ୍ଟି ହୋଇଥିଲା ଖବରର ଝଡ ।