ETV Bharat / bharat

ପ୍ରିୟଙ୍କାଙ୍କୁ ଚୋରର ପତ୍ନୀ କହି ପୁଣି ବିବାଦରେ ଉମା ଭାରତୀ - ଉମାଭାରତୀ

କେନ୍ଦ୍ର ମନ୍ତ୍ରୀ ଉମା ଭାରତୀ ଏକ ନିର୍ବାଚନ ରାଲିରେ ପ୍ରିୟଙ୍କାକୁ ଟାର୍ଗେଟ କରିଛନ୍ତି। ପ୍ରିୟଙ୍କାଙ୍କୁ ଚୋରର ପତ୍ନୀ ବୋଲି କହିଛନ୍ତି ଉମା ।

ଡିଡାଇନ ଫଟୋ
author img

By

Published : Apr 17, 2019, 10:09 AM IST

ନୂଆଦିଲ୍ଲୀ: ନିର୍ବାଚନକୁ ନେଇ ନେତାଙ୍କ ବୟାନବାଜୀ ଜାରି ରହିଛି । ଏପରିକି ବିବାଦୀୟ ବୟାନ ପାଇଁ ନିକଟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ଏସପି ନେତା ଆଜମ ଖାନ, ବିଏସପି ସୁପ୍ରିମୋ ମାୟାବତୀ ଓ କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀଙ୍କୁ ନିର୍ବାଚନ ରାଲି ନ କରିବା ପାଇଁ ପ୍ରତିବନ୍ଧ ଲଗାଯାଇଥିଲା । ତଥାପି ସୁଧୁରିବାର ନାଁ ନେଉ ନାହାନ୍ତି ନେତା । ଗତ ମଙ୍ଗଳବାର ବୟାନବାଜୀକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ବିଜେପି ନେତ୍ରୀ ଉମାଭାରତୀ ।

ଏକ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ଉମା ଯୋଗ ଦେଇ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ‘ପ୍ରିୟଙ୍କା ଭାଡ୍ରା ଚୋରର ପତ୍ନୀ ଅଟନ୍ତି । ତାଙ୍କୁ ବି ହିନ୍ଦୁସ୍ଥାନବାସୀ ସେଇ ନଜରରେ ଦେଖନ୍ତି ।’ ପ୍ରିୟଙ୍କା ସକ୍ରିୟ ରାଜନୀତିରେ ଆସିବା ପରେ ଏହାକୁ ପ୍ରଶ୍ନ ଉଠାଇଛନ୍ତି ଉମା । ସେ କହିଛନ୍ତି, ତାଙ୍କ ସ୍ବାମୀଙ୍କ ଉପରେ ଚୋରି ମାମଲା ରହିଛି । ଚୋରର ସ୍ତ୍ରୀକୁ କେଉଁ ନଜରରେ ଦେଖାଯାଏ । ହିନ୍ଦୁସ୍ଥାନ ମଧ୍ୟ ତାଙ୍କୁ ସେଇ ନଜରରେ ଦେଖୁଛି ।

ପ୍ରିୟଙ୍କା ବାରାଣାସୀରୁ ନିର୍ବାଚନ ଲଢିବା ନେଇ ପଚରାଯାଇଥିବା ପ୍ରଶ୍ନରେ ଉମା କହିଛନ୍ତି, ଭାରତୀୟ ଗଣତନ୍ତ୍ରରେ କିଏ କେଉଁଠି ବି ଚାହିଁଲେ ନିର୍ବାଚନ ଲଢି ପାରିବ । ଏହି ଅବସରରେ ସେ ଯୋଗି ଆଦିତ୍ୟ ନାଥ ଓ ଆଜମ ଖାନଙ୍କ ଉପରେ ମଧ୍ୟ କହିଥିଲେ ।

slug-attacking nabin rahul and candidate by jogi adityanath
format-avbbb
report-sadasiba aptra
place-Phulabani(Kandhamal)
date-15.4.2019
ଫୁଲବାଣୀ କରୋନେସନ ପଡିଆରେ ନିର୍ବାଚନୀ ସଭାକୁ ଉଦବୋଧନ ଦେଇଛନ୍ତି ବିଜେପି ଷ୍ଟାର ପ୍ରଚାରକ ଯୋଗୀ ଆଦିତ୍ୟନାଥ  । କଂଗ୍ରେସ ଓ ବିଜେଡିକୁ କଟୁ ସମାଲୋଚନା କରିଛନ୍ତି ଆଦିତ୍ୟନାଥ । କଂଗ୍ରେସ ଓ ବିଜେଡି ସରକାର ନକ୍ସଲବାଦି ଓ ଆତଙ୍କବାଦିଙ୍କୁ ସହାୟତା ଦେଉଥିବା ସରକାର ବୋଲି ଅଭିଯୋଗ କରିଛନ୍ତି  । ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହିତ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ ଯୋଗୀଜି । ଏହା ସହିତ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଥିଲେ ସ୍ବାମୀଜିଙ୍କ ହତ୍ୟା ହୋଇନଥାନ୍ତା  । ନକ୍ସଲଙ୍କ ଦ୍ବାରା ସ୍ବାମୀଜିଙ୍କ ହତ୍ୟା ପ୍ରମାଣ କରୁଛି ଯେ ବିକାଶ ବିରୋଧରେ ଅଛନ୍ତି ଏହି କ୍ରୁର ଲୋକମାନେ  । ଯେଉଁ ଷଡଯନ୍ତ୍ର ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ପାଇଂ କରାଯାଇଥିଲା ସେହିପରି ଷଡଯନ୍ତ୍ର ପୁଣି ଥରେ ରଚିବା ପାଇଁ ବିଜେଡି ପ୍ରାର୍ଥୀ ଆସିଛନ୍ତି କନ୍ଧମାଳ ବୋଲି କହିଛନ୍ତି ଉତ୍ତରପ୍ରଦେଶ ମୂଖ୍ୟମନ୍ତ୍ରୀ  । ଏପରିକି କନ୍ଧମାଳ ପରି ଅଞ୍ଚଳରେ ଜୋରଦାର ଧର୍ମାନ୍ତରିକରଣ ଚାଲିଛି ବୋଲି ଅଭିଯୋଗ କରିଛନ୍ତି ଯୋଗିଜୀ  ଏବଂ ପୁଣି ଥରେ ଏହି କାର୍ଯ୍ୟ ଜାରିରଖିବା ପାଇଁ ବିଜେଡି ପ୍ରାର୍ଥୀ ଖ୍ରୀଷ୍ଟିଆନ ମାନଙ୍କ ପାଇଁ କେବଳ ସ୍କୁଲ କରିବାକୁ ଯାଉଛନ୍ତି ଏହି ଅଞ୍ଚଳରେ  । ସମସ୍ତଙ୍କ ପାଇଁ ଖୋଲିବା ଦରକାର  ।
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ସମାଲୋଚନା କରିଛନ୍ତି ଏବଂ ତୁଷ୍ଟିକରଣ ରାଜନୀତି କଂଗ୍ରେସ କରେ ବୋଲି କହିଛନ୍ତି  । ମୋଦି ସରକାର ଅନେକ ଯୋଜନା କରିଥିବା ତାଲିକା ରଖିଥିଲେ ଯୋଗିଜୀ  । ଓଡିଶାରେ ପରିବର୍ତ୍ତନ ଆସୁଛି ବୋଲି କହିଛନ୍ତି ଯୋଗିଜୀ  । ରାହୁଲ ଗାନ୍ଧୀ ନିଜ ସ୍ଥାନ ଅମେଥି ଛାଡି କେରଲ ପଳେଇଛନ୍ତି  । ସେହିପରି ବିଜେଡିର ନବୀନ ମଧ୍ୟ ହିଞ୍ଜିଳୀ ଛାଡି ବିଜେପୁର ଯାଇଛନ୍ତି  । ହାରିଯିବା ଭୟରେ ଏପରି କରିଛନ୍ତି ନବୀନ  । ଓଡିଶାର ଅବସ୍ଥା ଅତ୍ୟନ୍ତି ଖରାପ ବୋଲି ଅଭିଯୋଗ କରିଛନ୍ତି ଯୋଗୀ ଆଦିତ୍ୟନାଥ  । ଗରିବଙ୍କ କଷ୍ଟ ଉପାର୍ଜିତ ଟଙ୍କାକୁ ମିଥ୍ୟା ଚିଟ୍ ଫଣ୍ଡ ସଂସ୍ଥା ଲୁଟ୍ କରିଥିବା ବେଳେ ନବୀନ ସରକାର ଘଣ୍ଟ ଘୋଡାଇଛି ଏବଂ ପ୍ରୋତ୍ସାହନ ଦେବା ସବୁଠାରୁ ଲଜ୍ଜାଜନକ ବୋଲି କହିଛନ୍ତି ଯୋଗୀଜି  । କୃଷକଙ୍କ ପାଇଁ ପ୍ରୋତ୍ସାହନ ଦେବୁ ବୋଲି କହିଛନ୍ତି  ।
ପୁଣି ଥରେ ଆଜି ଦେଶର ସାମରିକ କଥା ଉଠାଇଛନ୍ତି ଯୋଗି ଆଦିତ୍ଯନାଥ  । ଯବାନଙ୍କ ମୁଣ୍ଡ କାଟ କରି ନେବା ସହିତ ଚୀନର ଆକ୍ରମଣ କଥା କହିଥିଲେ  । ପୁଲୱାମା ଆକ୍ରମଣ ଓ ଦେଶର ପ୍ରତି ଆକ୍ରମଣ କରିଥିଲେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଭାରତୀୟ ସେନା ବୋଲି କହିଛନ୍ତି ଯୋଗୀଜି  । ସେବା ନାମରେ ଧର୍ମାନ୍ତରିକରଣ କରୁଛନ୍ତି ତେବେ େସମାନଙ୍କୁ ବନ୍ଦ କରିବା ଦରକାର ,ଶକ୍ତି ଲଗାଇ ବନ୍ଦଜ କରିବା ଦରକାର ବୋଲି କହିଛନ୍ତି । ଏହା ସହିତ ଦାଦନର ଦୁଃଖ କହିଛନ୍ତି  । ଏହା ସହିତ ବିଜୁବାବୁଙ୍କୁ ମନେପକାଇ ଓଡିଶାର ଏପରି ଦୁଃଖକୁ ଦେଖି ବିଜୁବାବୁ ଦୁଃଖ କରିବେ ବୋଲି କହିଛନ୍ତି  ।
ଏହି ନିର୍ବାଚନୀ ସଭାରେ କୋରାପୁଟ ସାଂସଦ ପ୍ରାର୍ଥୀ ଜୟରାମ ପାଙ୍ଗି,କନ୍ଧମାଳ ଲୋକସଭା ପ୍ରଭାରୀ ଅଶୋକ ମିଶ୍ରଙ୍କ ସମେତ ଜିଲାର ସମସ୍ତ ଦଳୀୟ ପ୍ରାର୍ଥୀ ଓ ନେତା ଯୋଗଦେଇଥିଲେ  । 
ସମାବେଶରେ ଯୋଗଦେଇ ଖୁସି ବ୍ୟକ୍ତ କରିଛନ୍ତି ଲୋକେ  ।
ବାଇଟ୍(1) ଯୋଗୀ ଆଦିତ୍ୟନାଥ
            (2) ସ୍ତାନୀୟ ବାସିନ୍ଦା
      (3) ବିଜେପି କାର୍ଯ୍ୟକର୍ତ୍ତା
       (4) ସ୍ତାନୀୟ ବାସିନ୍ଦା
(5) ପିଟିସି ,ସଦାଶିବ ପାତ୍ର,ଈଟିଭି ଭାରତ ପ୍ରତିନିଧି
...
ଫିଡ୍ ଏଫଟିପିରେ ଯାଇଛି  ।

--
SADASIBA PATRA
DISTRICT CORRESPONDENT/
REPORTER CUM CONTENT EDITOR,
ETV BHARAT ODIA,
KANDHAMAL
AT/PO-PHULABANI
DIST.:KANDHAMAL
ODISHA
9437223003/7008280984
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.