ETV Bharat / bharat

ମଦରେ ବିଷ ଦେଇ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ

ମଦ୍ୟପ ସ୍ବାମୀର ମାନସିକ ଓ ଶାରୀରିକ ଯନ୍ତ୍ରଣା ସହ୍ୟ କରିନପାରି ମଦରେ ବିଷ ମିଶାଇ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ । ସ୍ବାମୀର ମୃତ୍ୟୁ ପରେ ପୋଲିସ ସମ୍ମୁଖରେ ସ୍ତ୍ରୀର ଆତ୍ମସମର୍ପଣ । ଅଧିକ ପଢନ୍ତୁ

author img

By

Published : Sep 28, 2020, 7:13 AM IST

ମଦରେ ପେକ୍ଟିସାଇଡ୍ ମିଶାଇ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ

ବିଶାଖାପାଟଣା: ସ୍ବାମୀର ମଦ୍ୟପାନ ପରେ ମାନସିକ ଓ ଶାରୀରିକ ଯନ୍ତ୍ରଣାରେ ଅତିଷ୍ଠ ହୋଇ ସ୍ତ୍ରୀ ମଦରେ ବିଷ ମିଶାଇ ସ୍ବାମୀକୁ ହତ୍ୟା କରିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶ ରାଜ୍ୟର ବିଶାଖାପାଟଣା ଜିଲ୍ଲାର କୋୟରୁ ଅଞ୍ଚଳରେ ଥିବା ଭିମାବରମ ଗ୍ରାମରେ । ପୋଲିସ ଖବର ପାଇବା ପରେ ସ୍ତ୍ରୀ ମାଲାମ୍ମାକୁ ଗିରଫ କରିଛି ।

ମୃତକ ସ୍ବାମୀ ଜଣକ ସବୁବେଳେ ମଦ ପିଇ ସ୍ତ୍ରୀକୁ ଯନ୍ତ୍ରଣା ଦେଉଥିଲା । ଏହି ଅରଜାକତାକୁ ସ୍ତ୍ରୀ ସହ୍ୟ କରିପାରିନଥିଲା । ନିଜ ପିଲାମାନଙ୍କର ଭବିଷ୍ୟତ କଥା ଚିନ୍ତା କରି ଏବଂ ମାନସିକ ଓ ଶାରୀରିକ ଯନ୍ତ୍ରଣାରୁ ମୁକୁଳିବା ପାଇଁ ଏଭଳି ଦୁଃସାହାସ କାର୍ଯ୍ୟ କରିବାକୁ ବାଧ୍ୟ ହୋଇଥିଲା ବୋଲି ନିଜେ ପୋଲିସ ଆଗରେ ସ୍ବୀକାର କରିଥିଲା । ପୋଲିସ ପ୍ରଥମେ ମାମଲାକୁ ସନ୍ଦେହ ଘେରରେ ରଖିଥିଲା ମାତ୍ର ସ୍ତ୍ରୀ ମାଲାମ୍ମାଠାରୁ ଶୁଣିବା ପରେ ସ୍ତ୍ରୀକୁ ଗିରଫ କରିଛି ବୋଲି ଏସଆଇ ନଗେନ୍ଦ୍ର ସୂଚନା ଦେଇଛନ୍ତି ।

ଜନମୁରୀ ବଲରାଜୁ ଓ ମାଲାମ୍ମା ଉଭୟକୁ ପ୍ରେମ କରି ବିବାହ ବନ୍ଧନରେ 10 ବର୍ଷ ହେଲାଣି ଆବଦ୍ଧ ହୋଇଥିଲେ । ତାଙ୍କର ବୈବାହିକ ଜୀବନ 5ବର୍ଷ ଭଲ ଚାଲିଥିଲା ଏବଂ ତାଙ୍କର 2ଟି ପୁତ୍ର ସନ୍ତାନ ମଧ୍ୟ ଅଛନ୍ତି । ପାଞ୍ଚ ବର୍ଷ ପରେ ସ୍ବାମୀ ବଲରାଜୁ ମଦ୍ୟପାନ କଲା ପରେ ତାଙ୍କ ବୈବାହିକ ଜୀବନରେ ଅଶାନ୍ତି ସୃଷ୍ଟି ହୋଇଥିଲା । ଏହି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ସ୍ବାମୀଙ୍କ ମଦରେ ସ୍ତ୍ରୀ ବିଷ ମିିଶାଇଥିଲେ । ଏହି ବିଷାକ୍ତ ମଦକୁ ବଲରାଜୁ ଦିନସାରା ନିଜ ବନ୍ଧୁ ପୈଲା ଭେଙ୍କଟରତ୍ନମ ନାଇଡୁ ସହ ମିଶି ପିଇଥିଲେ । ପରେ 2ଜଣଙ୍କର ମୃତ୍ୟୁ ଘଟିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.