ETV Bharat / bharat

ଅଗଷ୍ଟ 16 ରୁ ଖୋଲିବ ବୈଷ୍ଣୋଦେବୀ ମନ୍ଦିର, ନୂତନ ଗାଇଡଲାଇନ ସହ ଯାତ୍ରା ଆରମ୍ଭ - journey with new guidelines

ଅଗଷ୍ଟ 16 ରୁ ଆରମ୍ଭ ହେବ ମାତା ବୈଷ୍ଣୋ ଦେବୀ ଯାତ୍ରା । ତେବେ ଏହି ଯାତ୍ରା ପାଇଁ ନୂତନ ନିୟମ ପ୍ରସ୍ତୁତ କରାଯାଇଛି। ନୂତନ ନିୟମ ଅନୁଯାୟୀ ଜାମ୍ମୁ କାଶ୍ମୀର ବାହାରର 500 ଯାତ୍ରୀ ଏବଂ ସର୍ବାଧିକ 5000 ଭକ୍ତଙ୍କୁ ଗୋଟିଏ ଦିନରେ ପରିଦର୍ଶନ କରିବାକୁ ଅନୁମତି ଦିଆଯିବ। ଅଧିକ ପଢନ୍ତୁ...

ଅଗଷ୍ଟ 16 ରୁ ଖୋଲିବ ବୈଷ୍ଣୋ ଦେବୀ ମନ୍ଦିର, ନୂତନ ଗାଇଡଲାଇନ ସହ ଯାତ୍ରା ଆରମ୍ଭ

author img

By

Published : Aug 12, 2020, 5:42 PM IST

ଶ୍ରୀନଗର: ଅଗଷ୍ଟ 16 ରୁ ଆରମ୍ଭ ହେବ ମାତା ବୈଷ୍ଣୋ ଦେବୀ ଯାତ୍ରା । ବର୍ତ୍ତମାନ ଭକ୍ତମାନେ ବୈଷ୍ଣୋ ଦେବୀ ଯାତ୍ରାରେ ଯାଇପାରିବେ । ଜମ୍ମୁ କାଶ୍ମୀର ପ୍ରଶାସନ ଏନେଇ ଅନୁମୋଦନ ଦେଇଛି । କିନ୍ତୁ ଏଥିପାଇଁ ରହିଛି କିଛି ଗାଇଡଲାଇନ । ମାର୍ଚ୍ଚରେ ଦେଶରେ କୋରୋନା ସଂକ୍ରମଣ ଆରମ୍ଭ ହେବା ପରେ ବୈଷ୍ଣୋ ଦେବୀଙ୍କ ଯାତ୍ରା ବନ୍ଦ ହୋଇଯାଇଥିଲା। ତେବେ ଏହି ଯାତ୍ରା ପାଇଁ ନୂତନ ନିୟମ ପ୍ରସ୍ତୁତ କରାଯାଇଛି। ନୂତନ ନିୟମ ଅନୁଯାୟୀ ଜାମ୍ମୁ କାଶ୍ମୀର ବାହାରର 500 ଯାତ୍ରୀ ଏବଂ ସର୍ବାଧିକ 5000 ଭକ୍ତଙ୍କୁ ଗୋଟିଏ ଦିନରେ ପରିଦର୍ଶନ କରିବାକୁ ଅନୁମତି ଦିଆଯିବ।

ବାହାରୁ ଆସୁଥିବା ସମସ୍ତ ତୀର୍ଥଯାତ୍ରୀଙ୍କ ପାଇଁ ଆଣ୍ଟିଜେନ୍ ପରୀକ୍ଷା ବାଧ୍ୟତାମୂଳକ ହେବ। କୋରୋନା ପରୀକ୍ଷା ନେଗେଟିଭ୍ ହେବା ପରେ ଭକ୍ତମାନଙ୍କୁ ଅଧିକ ଯାତ୍ରା କରିବାକୁ ଅନୁମତି ଦିଆଯିବ । ଏହା ବ୍ୟତୀତ ଯାତ୍ରୀମାନଙ୍କର ପଞ୍ଜୀକରଣ କେବଳ ଅନଲାଇନ୍ ମାଧ୍ୟମରେ ହିଁ କରାଯିବ । 60 ବର୍ଷରୁ ଅଧିକ ବୟସ୍କ, ଅସୁସ୍ଥ, ଗର୍ଭବତୀ ଏବଂ 10 ବର୍ଷରୁ କମ୍ ପିଲାମାନଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଯିବ ନାହିଁ । ତୀର୍ଥଯାତ୍ରୀଙ୍କ ସମେତ କେବଳ 600 ଲୋକଙ୍କୁ ବିଲଡିଂ ପରିସରରେ ରହିବାକୁ ଅନୁମତି ଦିଆଯିବ ।

ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ । ଭକ୍ତମାନେ ମନ୍ଦିର ପରିସରରେ କୌଣସି ପ୍ରକାରର ନୈବେଦ୍ୟ ଅର୍ପଣ କରିପାରିବେ ନାହିଁ। ଦେବତା ଏବଂ ଦେବୀଙ୍କ ମୂର୍ତ୍ତି ଛୁଇଁବା ମଧ୍ୟ ନିଷେଧ । କିଛି ଦିନ ପୂର୍ବରୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ମନୋଜ ସିହ୍ନା ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ। ଏହା ପରେ ସଂଘ ପରିସରରେ ସମସ୍ତ ତୀର୍ଥସ୍ଥାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.