ଓ୍ବାଶିଂଟନ: ଆମେରିକାରେ ତାଣ୍ଡବ ରଚୁଛି କୋରୋନା । ପ୍ରତ୍ୟେକ ଦିନ ଯାଉଛି ଶହ ଶହ ଜୀବନ । ଦିନକୁ ଦିନ ଏଠାରେ ମହାମାରୀ ଭୟଙ୍କର ରୂପ ଧାରଣ କରୁଛି । ତେବେ ରବିବାର ଆମେରିକାରେ ଅନ୍ୟ ଦିନ ଅପେକ୍ଷା ମୃତ୍ୟୁ ସଂଖ୍ୟା କ୍ରମଶଃ ହ୍ରାସ ପାଇଛି ।
ଗତ 24 ଘଣ୍ଟା ଭିତରେ ଦେଶରେ 19 ହଜାର 881ଟି ନୂଆ ମାମଲା ରିପୋର୍ଟ ହୋଇଥିବା ବେଳେ ଏଥିରେ 820 ଜଣଙ୍କ ମୃତ୍ୟୁ ଘଟିଛି । ଗତ କିଛି ଦିନ ଧରି ଦେଶରେ ମୃତ୍ୟୁ ସଂଖ୍ୟା ହଜାର ପାର କରୁଥିବାବେଳେ ରବିବାରର ରିପୋର୍ଟ ଦେଶବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଇଛି ।
ସୂଚନା ମୁତାବକ ସୋମବାର ସକାଳ ସୁଦ୍ଧା ଆମେରିକାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 1.5 ମିଲିୟନକୁ ବୃଦ୍ଧି ପାଇଛି। ଏଥିସହ 90 ହଜାର 978 ଜଣଙ୍କର ମୃତ୍ୟୁ ଘଟିଛି। ତେବେ ତିନି ଲକ୍ଷ 46 ହଜାରରୁ ଉର୍ଦ୍ଧ୍ବ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଏଥିରେ ଆମେରିକା ସହର ଭିତରେ ନ୍ୟୁୟର୍କ ସବୁଠୁ ଅତ୍ୟଧିକ ପ୍ରଭାବିତ ହୋଇଛି ।