ETV Bharat / bharat

ଜାତିସଂଘର ଐତିହାସିକ ନିଷ୍ପତ୍ତି, ମାରାତ୍ମକ ନିଶାଦ୍ରବ୍ୟ ତାଲିକାରୁ ହଟିଲା ଭାଙ୍ଗ - ଜାତିସଂଘ ଐତିହାସିକ ନିଷ୍ପତ୍ତି

ଅନ୍ତରାଷ୍ଟ୍ରୀୟ ମିଡିଆର ଚର୍ଚ୍ଚା ଅନୁଯାୟୀ ଏକ ଐତିହାସିକ ନିଷ୍ପତ୍ତି କ୍ରମେ ଭାଙ୍ଗକୁ ଔଷଧର ମାନ୍ୟତା ପ୍ରଦାନ କରିଛି ଜାତିସଂଘ । ଆଉ ଏହା ସପକ୍ଷରେ ନିଜର ସମର୍ଥନ ଜଣାଇଛନ୍ତି ବିଶ୍ବର 27ଟି ଦେଶ । ଅଧିକ ପଢନ୍ତୁ...

ଜାତିସଂଘର ଐତିହାସିକ ନିଷ୍ପତ୍ତି, ନିଶାଦ୍ରବ୍ୟ ତାଲିକାରୁ ହଟିଲା ଭାଙ୍ଗ

author img

By

Published : Dec 3, 2020, 9:06 PM IST

ହାଇଦ୍ରାବାଦ: ନିଶା ଦ୍ରବ୍ୟ ଭାବରେ ପରିଚିତ ଭାଙ୍ଗକୁ ନେଇ ଅନ୍ତରାଷ୍ଟ୍ରୀୟ ଗଣମାଧ୍ୟମରେ ଚର୍ଚ୍ଚା । ଏକ ଐତିହାସିକ ନିଷ୍ପତ୍ତି କ୍ରମେ ଭାଙ୍ଗକୁ ଔଷଧର ମାନ୍ୟତା ପ୍ରଦାନ କରିଛି ଜାତିସଂଘ । ଆଉ ଏହା ସପକ୍ଷରେ ନିଜର ସମର୍ଥନ ଜଣାଇଛନ୍ତି ବିଶ୍ବର 27ଟି ଦେଶ ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ବିଶେଷଜ୍ଞଙ୍କ ସୁପାରିଶ ପରେ ଭାଙ୍ଗକୁ ଔଷଧର ମାନ୍ୟତା ପ୍ରଦାନ ନେଇ ବଡ ନିଷ୍ପତ୍ତି ନେଇଛି ୟୁଏନ । ତେବେ ଏହି ପରିପ୍ରକ୍ଷୀରେ ଭାଙ୍ଗକୁ ମାଦକ ଦ୍ରବ୍ୟ ତାଲିକାରୁ ହଟାଇଦେଇଛି ଜାତିସଂଘ । ଏହି ଲିଷ୍ଟରେ ହେରୋଇନ ଭଳି ମାରାତ୍ମକ ନିଶାଦ୍ରବ୍ୟ ସାମିଲ ରହିଛି ।

ଜାତିସଂଘର ଏହି ଲିଷ୍ଟରେ ଏହି ସମସ୍ତ ଡ୍ରଗ୍ସକୁ ତାଲିକାଭୁକ୍ତ କରାଯାଇଥାଏ, ଯେଉଁଗୁଡିକ ଅତ୍ୟନ୍ତ ଆଡିକ୍ଟିଭ ଓ ସ୍ବାସ୍ଥ୍ୟପାଇଁ କ୍ଷତିକାରକ । ଏଥିରେ ଔଷଧିୟ ଲାଭ ପ୍ରାୟତଃ ନଥିବା କହିଲେ ଚଳେ । ତେବେ ବର୍ତ୍ତମାନ ଏହି ଲିଷ୍ଟରୁ ଭାଙ୍ଗକୁ ହଟାଇଦିଆଯାଇଛି ।

ୟୁଏନର ଆଇନ ଅନୁଯାୟୀ ଭାଙ୍ଗ ଏବେ ବି ଔଷଧିୟ ବ୍ୟବହାର ପାଇଁ ବର୍ଜିତ ଅଟେ ଏବଂ ଏହାକୁ ଏକ ପ୍ରତିବନ୍ଧକ ଡ୍ରଗ୍ସ ଭାବେ ବିବେଚନା କରାଯାଏ । ନିଷିଦ୍ଧ ଔଷଧ ତାଲିକାରୁ ହଟାଇବାକୁ ଜାତିସଂଘ ଭୋଟିଂ କରାଇଥିଲା । ତେବେ ଏହା ସପକ୍ଷରେ 27ଟି ଦେଶ ଥିବା ବେଳେ ବିରୋଧରେ 25 ଜଣ ସଦସ୍ୟ ଦେଶ ମତଦାନ କରିଥିଲେ । ଏହି ଐତିହାସିକ ମତଦାନ ସମୟରେ ଆମେରିକା ଏବଂ ବ୍ରିଟେନ ପରିବର୍ତ୍ତନ ସପକ୍ଷରେ ମତ ଦେଇଥିଲେ । ଅନ୍ୟପକ୍ଷେ ଭାରତ, ପାକିସ୍ଥାନ, ନାଇଜେରିଆ ଏବଂ ଋଷ ଏହି ପରିବର୍ତ୍ତନକୁ ବିରୋଧ କରିଥିଲେ ।

ଜାତିସଂଘର ଏହି ନିଷ୍ପତ୍ତି ପରେ ଭାଙ୍ଗରୁ ପ୍ରସ୍ତୁତ ଔଷଧର ବ୍ୟବହାରରେ ବୃଦ୍ଧି ଘଟିପାରେ । ଏହା ବ୍ୟତୀତ ଭାଙ୍ଗ ଉପରେ ବୈଜ୍ଞାନିକ ଅନୁସନ୍ଧାନ ମଧ୍ୟ ଏକ ବଡ଼ ବୃଦ୍ଧି ପାଇପାରେ । ଜାତିସଂଘର ଏହି ନିଷ୍ପତ୍ତି ପରେ ବିଶ୍ବାସ କରାଯାଉଛି ଯେ ଅନେକ ଦେଶ ଭାଙ୍ଗ ଏବଂ ଏହାର ବ୍ୟବହାରକୁ ନେଇ ନୀତି ପରିବର୍ତ୍ତନ କରିପାରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.