ନୂଆଦିଲ୍ଲୀ: ଭାରତରେ କୋରୋନା ଭାଇରସରେ ମୃତ୍ୟୁସଂଖ୍ୟା 195 ଛୁଇଁଲାଣି । ଆକ୍ରାନ୍ତଙ୍କ ମଧ୍ୟରେ 32 ଜଣ ବିଦେଶୀ ଅଛନ୍ତି । ଏପଟେ ମୃତକଙ୍କ ସଂଖ୍ୟା 4 ଟପିଲାଣି । ସେଥିମଧ୍ୟରୁ ଜଣେ ଦିଲ୍ଲୀ, କର୍ଣ୍ଣାଟକ,ପଞ୍ଜାବ ଓ ମହାରାଷ୍ଟ୍ରର ରହିଛି । ଏନେଇ ଆଜି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ସୂଚନା ଅନୁସାରେ, କୋରୋନାର ପାଦ୍ରୁଭାବ କମାଇବା ପାଇଁ ମାର୍ଚ୍ଚ 22 ସକାଳ 7 ଟାରୁ ରାତି 9 ଟା ପର୍ଯ୍ୟନ୍ତ ଦେଶରେ ଜନତା କର୍ଫ୍ୟୁ ଲାଗୁ ପାଇଁ ଗୁରୁବାର ଉଦବୋଧନ ଦେଇ ମୋଦି କହିଛନ୍ତି । ଏହି ନିଷ୍ପତ୍ତି ସମସ୍ତ ଦେଶବାସୀ ମାନିବା ସହ ଭାଇରସ ସହ ଲଢିବାକୁ ସହଯୋଗ କରିବେ ବୋଲି ମୋଦି ଆଶା ବ୍ୟକ୍ତ କରିଛନ୍ତି ।
ଖୁସିର କଥା ଗତ 24 ଘଣ୍ଟା ମଧ୍ୟରେ ଏହି ଭାଇରସର ଉତ୍ପତିସ୍ଥଳ ଉହାନରୁ ଗୋଟିଏ ବି ମୃତ୍ୟୁ ଘଟଣା ସାମ୍ନାକୁ ଆସିନାହିଁ । ଚୀନର ପରିସ୍ଥିତିରେ ଏବେ ସୁଧାର ଆସୁଥିବା ବେଳେ ମାରାତ୍ମକ ଭାଇରସର କାୟା ଇଟାଲୀରେ ବଢିବାରେ ଲାଗିଛି । ଯାହାଫଳରେ କିଛିଦିନ ଭିତରେ ଏଠାରେ 3405 ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ଏପଟେ ଏବେସୁଦ୍ଧା ଚୀନରେ 3205 ଜଣ ଲୋକେ ଏହି ଭାଇରସ ଯୋଗୁଁ ପ୍ରାଣ ହରାଇସାରିଛନ୍ତି ।