ETV Bharat / bharat

ମହାରାଷ୍ଟ୍ରରେ ହୁ ହୁ ହୋଇ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା, 828ଟି କଣ୍ଟେନମେଣ୍ଟ ଜୋନ ଚିହ୍ନଟ - ମହାରାଷ୍ଟ୍ରରେ ବଢୁଛି କୋରୋନା ପଜେଟିଭଙ୍କ ସଂଖ୍ୟା

ମହାରାଷ୍ଟ୍ରରେବଢୁଛି କୋରୋନା ପଜେଟିଭଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଛନ୍ତି ଶତାଧିକ ପଜେଟିଭ। 828ଟି କଣ୍ଟେନମେଣ୍ଟ ଜୋନ ଘୋଷିତ ।

The total number of containment zones in Mumbai stands at 828: Brihanmumbai Municipal Corporation
ମହାରାଷ୍ଟ୍ରରେ ବଢୁଛି କୋରୋନା ପଜେଟିଭଙ୍କ ସଂଖ୍ୟା ,828ଟି କଣ୍ଟେନମେଣ୍ଟ ଜୋନ ଚିହ୍ନଟ
author img

By

Published : Jun 16, 2020, 8:28 AM IST

ମୁମ୍ବାଇ: ଦେଶରେ କାୟା ବିସ୍ତାର କରିଛି କୋରୋନା ମହାମାରୀ । ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇବାର ଲାଗିଛି । ଏହି ମହାମାରୀ ପାଖାପାଖି 188ଟି ଦେଶକୁ ଗ୍ରାସ କରିଛି । ସଂକ୍ରମଣକୁ ରୋକିବାକୁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ହେଲେ ତଥାପି ରୋକ ଲାଗିପାରୁନି ଏହି ମହାମାରୀ ଉପରେ ।

ଭାରତରେ ପଜେଟିଭଙ୍କ ସଂଖ୍ୟା 3,32,424 ରହିଥିବା ବେଳେ ମୃତକଙ୍କ ସଂଖ୍ୟା 9,520 ରହିଛି । ମହାରାଷ୍ଟ୍ରରେ କୋରୋନା ପଜେଟିଭଙ୍କ ସଂଖ୍ୟା 1,07,958 ରହିଥିବା ବେଳେ ମୃତକଙ୍କ ସଂଖ୍ୟା 3,950ରେ ପହଞ୍ଚିଛି । ତେବେ ଅନ୍ୟ ସମସ୍ତ ରାଜ୍ୟ ଅପେକ୍ଷା ମହାରାଷ୍ଟ୍ରରେ ପଜେଟିଭଙ୍କ ସଂଖ୍ୟା ଅଧିକ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବେଶ ଅଧିକ ରହିଛି । ଏପରିକି ପ୍ରତ୍ୟେକ ଦିନ ନୂଆ ନୂଆ ପଜେଟିଭ ଅଧିକ ପରିମାଣରେ ଚିହ୍ନଟ ହେଉଥିବାରୁ କଣ୍ଟେନମେଣ୍ଟ ଜୋନ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଉଛି । ଫଳରେ ମୁମ୍ବାଇରେ 828ଟି କଣ୍ଟେନମେଣ୍ଟ ଜୋନ ଚିହ୍ନଟ କରାଯାଇଛି । ଏନେଇ ବ୍ରିହାନମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ ପକ୍ଷରୁ ସୂଚନା ମିଳିଛି ।

ସୌଜନ୍ୟ @ ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.