ନୂଆଦିଲ୍ଲୀ: ଲକଡାଉନ 4.0 କଟକଣାରୁ ବାଦ ପଡିଲା ହୋଟେଲ । ଦେଶର ବିଭିନ୍ନ ସ୍ଥାନରେ ଖୋଲିଛି ହୋଟେଲ । ହେଲେ ସଂକ୍ରମଣ ଭୟ ଲାଗି ରହିଥିବାକୁ ପିପିଇ ପିନ୍ଧି ନଜର ଆସିଲେ ତେଲେଙ୍ଗାନା ସ୍ଥିତି ମେହବୁବନଗର ହୋଟେଲର କର୍ମଚାରୀ ।
ହୋଟେଲ ଗୁଡିକ ଖୋଲାଯାଇଥିଲେ ମଧ୍ୟ ଏଥିରେ କେତେକ କଟକଣା ଜାରି ରହିଛି । ଯେଉଁଥିରେ ହୋଟେଲ ବସି ଲୋକେ ଖାଇପାରିବେ ନାହିଁ । କେବଳ ହୋମ ଡେଲିଭରି କିମ୍ବା ପାର୍ସଲ ବିତରଣ କରାଯିବ । ଫଳରେ ହୋଟେଲକୁ କମ ଲୋକେ ଯିବା ଆସିବା ଦ୍ବାରା ସଂକ୍ରମଣ ଭୟ କମ ରହିବ । କିନ୍ତୁ ତଥାପି ତେଲେଙ୍ଗାନାର ଉକ୍ତ ହୋଟେଲ କର୍ମଚାରୀ ସୁରକ୍ଷା ଦୃଷ୍ଟି ସମସ୍ତେ ପିପିଇ( ପୋର୍ସନାସ ପ୍ରୋଟେକ୍ଟିଭ ଇକ୍ୟୁପମେଣ୍ଟ) ପିନ୍ଧୁଥିବାର ଦେଖିବାକୁ ମିଳୁଛି ।
ସେଠାରେ ଥିବା ସମସ୍ତ କର୍ମଚାରୀ ଫେସ ମାସ୍କ ସହିତ ଏହି PPE କିଟ୍ ବ୍ୟବହାର କରୁଛନ୍ତି । ହୋଟେଲର ମାଲିକ ସ୍ପଷ୍ଟ କରିଛନ୍ତି ଯେ ଗ୍ରାହକଙ୍କୁ ପାର୍ସଲ ଦେବା ପରେ ପ୍ରତ୍ୟେକ କର୍ମଚାରୀ ତୁରନ୍ତ ହାତକୁ ସାନିଟାଇଜ କରିଥାନ୍ତି । ଗ୍ରାହକଙ୍କ ଠାରୁ ସାମାଜିକ ଦୂରତା ମଧ୍ୟ କଡାକଡି ଭାବେ ପାଳନ ହେଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ