ETV Bharat / bharat

ଦିଲ୍ଲୀରେ ଆଇଏଏସ ଅଧିକାରୀ କୋରୋନା ସଂକ୍ରମିତ, ବଢୁଛି କଣ୍ଟେନମେଣ୍ଟ ଜୋନ୍ - କଣ୍ଟେନମେଣ୍ଟ ଜୋନ୍

ଦିଲ୍ଲୀ ସରକାରରେ କାର୍ଯ୍ୟ କରୁଥିବା ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀ କୋରୋନା ପଜିଟିଭ୍ ଥିବା ଜଣାପଡିଛି। ଅଧିକାରୀ ଜଣକ ସ୍ବାସ୍ଥ୍ୟ ବିଭାଗରେ ସ୍ବତନ୍ତ୍ର ଡ୍ୟୁଟିରେ ନିୟୋଜିତ ହୋଇଥିଲେ ।

covid positive
ଦିଲ୍ଲୀରେ ଆଇଏଏସ ଅଧିକାରୀ କୋରୋନା ସଂକ୍ରମିତ
author img

By

Published : Jun 7, 2020, 12:41 PM IST

ନୂଆଦିଲ୍ଲୀ: ଦିଲ୍ଲୀ ସରକାରରେ କାର୍ଯ୍ୟ କରୁଥିବା ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀ କୋରୋନା ପଜିଟିଭ୍ ଥିବା ଜଣାପଡିଛି। ଅଧିକାରୀ ଜଣକ ସ୍ବାସ୍ଥ୍ୟ ବିଭାଗରେ ସ୍ବତନ୍ତ୍ର ଡ୍ୟୁଟିରେ ନିୟୋଜିତ ହୋଇଥିଲେ । ଏହା ବ୍ୟତୀତ ସେ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଓ ଦିଲ୍ଲୀ ସହରୀ ଆଶ୍ରୟସ୍ଥଳ ଉନ୍ନତି ବୋର୍ଡର ସିଇଓ ଭାବରେ ମଧ୍ୟ କାର୍ଯ୍ୟ କରନ୍ତି। ସମ୍ପ୍ରତି ଅଧିକାରୀଙ୍କ ସହ ସମ୍ପର୍କରେ ଆସିଥିବା ଲୋକଙ୍କୁ ଖୋଜାଯାଉଛି। କାରଣ ସାମ୍ପ୍ରତିକ ସମୟରେ ସେ ଅନେକ ଲୋକଙ୍କ ସହ ବୈଠକରେ ମଧ୍ୟ ଭାଗ ନେଇଛନ୍ତି।

ଏହାପୂର୍ବରୁ ଶନିବାର କୋରୋନା ଯୋଗୁଁ ଦିଲ୍ଲୀରେ ଆଉ ଜଣେ ପୋଲିସର ମୃତ୍ୟୁ ଘଟିଛି। ଉତ୍ତର ପୂର୍ବ ଜିଲ୍ଲାରେ ପୋଷ୍ଟ ହୋଇଥିବା ଦିଲ୍ଲୀ ପୋଲିସର କନଷ୍ଟେବଳ ରାହୁଲଙ୍କ ଜୁନ୍ 3 ରେ ସଫଦରଜଙ୍ଗ ହସ୍ପିଟାଲରେ ଦେହାନ୍ତ ହୋଇଛି। ରାହୁଲଙ୍କ କୋଭିଡ -19 ରିପୋର୍ଟ ଶନିବାର ପଜିଟିଭ୍ ଆସିଥିଲା ।

ରବିବାରର ରିପୋର୍ଟ ଅନୁଯାୟୀ ଦେଶରେ ମୋଟ କୋରୋନା ସଂକ୍ରମଣ ସଂଖ୍ୟା 2,46,628 କୁ ବୃଦ୍ଧି ପାଇଛି। ତେବେ 1,19,293 ରୋଗୀ ସୁସ୍ଥ ହୋଇ ଚିକିତ୍ସା ପରେ ଘରକୁ ଫେରିଛନ୍ତି। ରବିବାର ସକାଳ ସୁଦ୍ଧା ଭାରତରେ କୋରୋନା ସଂକ୍ରମଣ ଯୋଗୁଁ 6,929 ରୋଗୀଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଦେଶରେ 1,20,406 ସଂକ୍ରମିତ ରୋଗୀ ଚିକିତ୍ସିତ ହେଉଥିବାବେଳେ 1,19,293 ଲୋକ ସୁସ୍ଥ ହୋଇଯାଇଛନ୍ତି ଓ ଜଣେ ରୋଗୀ ଦେଶ ବାହାରକୁ ଯାଇଛନ୍ତି।

ରାଜଧାନୀ ଦିଲ୍ଲୀରେ ଉଭୟ କୋରୋନା ସଂକ୍ରମିତ ରୋଗୀ ଓ କଣ୍ଟେନମେଣ୍ଟ ଜୋନର ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଦିଲ୍ଲୀରେ କଣ୍ଟେନମେଣ୍ଟ ଜୋନ୍ ସଂଖ୍ୟା ବର୍ତ୍ତମାନ 219 କୁ ବୃଦ୍ଧି ପାଇଛି । ଉତ୍ତର ଦିଲ୍ଲୀର ସର୍ବାଧିକ 33, ଉତ୍ତର ପୂର୍ବ ଦିଲ୍ଲୀର ସର୍ବନିମ୍ନ 4 କଣ୍ଟେନମେଣ୍ଟ ଜୋନ୍ ଅଛି ।

ଏଥି ସହିତ ଦକ୍ଷିଣ ପଶ୍ଚିମ ଦିଲ୍ଲୀରେ 31ଟି, ଦକ୍ଷିଣ ଦିଲ୍ଲୀରେ 28, ପଶ୍ଚିମ ଦିଲ୍ଲୀରେ 26, ଉତ୍ତର ପଶ୍ଚିମ ଦିଲ୍ଲୀରେ 19 ଟି କଣ୍ଟେନମେଣ୍ଟର ଜୋନ୍ ଅଛି । ସେହିଭଳି ପୂର୍ବ ଓ କେନ୍ଦ୍ରୀୟ ଦିଲ୍ଲୀରେ 17-17 ଜୋନ୍, ଶାହାଦାରେ 16 ଓ ନୂଆଦିଲ୍ଲୀରେ 14 ଟି ଜୋନ୍ ଅଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.