ନୂଆଦିଲ୍ଲୀ : କୋଭିଡ 19 କୁ ପ୍ରତିହତ କରିବା ପାଇଁ ଅକ୍ସଫୋର୍ଡ ଏଷ୍ଟ୍ରାଜେନେକା ଦ୍ବାରା ପ୍ରସ୍ତୁତ କୋରୋନା ଟୀକା ଆସନ୍ତା ବର୍ଷ ପ୍ରଥମ ଭାଗରେ ଉପଲବ୍ଧ ହୋଇପାରେ ବୋଲି ସୂଚନା ମିଳିଛି । ଏଷ୍ଟ୍ରାଜେନେକାର ଭାରତ ଦାୟିତ୍ବରେ ଥିବା ଗଗନଦ୍ବୀପ ସିଂ ଶନିବାର ଏହି ସୂଚନା ଦେଇଛନ୍ତି ।
ଏହି ଅବସରରେ ସେ କହିଛନ୍ତି ଯେ ବର୍ତ୍ତମାନର ସ୍ଥିତିକୁ ଦେଖିଲେ ପର୍ଯ୍ୟାପ୍ତ ପରିମାଣରେ ଟିକା ପ୍ରସ୍ତୁତ କରିବା ସହ ଗଚ୍ଛିତ ରଖିବାର ଆବଶ୍ୟକତା ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ଏପ୍ରିଲ ମାସରେ ଅକ୍ସଫୋର୍ଡ ସହ ମିଳିତ ଭାବରେ ଏ ଦିଗରେ କାମ ଆରମ୍ଭ କରିଥିଲୁ ।
ବର୍ତ୍ତମାନ ସୁଦ୍ଧା ଆମେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ସହ କୋଣସି ପରିସ୍ଥିତିର ଏହାର ଜରୁରୀକାଳୀନ ବ୍ୟବହାର ପାଇଁ ପ୍ରାୟତଃ ସକ୍ଷମ ବୋଲି ସେ କହିଛନ୍ତି । ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଆସନ୍ତା ବର୍ଷ ପ୍ରଥମାର୍ଦ୍ଧ ସୁଦ୍ଧା ଆମେ ଏହାର ଉତ୍ପାଦନ ଆରମ୍ଭ କରିବାକୁ ସଫଳ ହେବୁ ବୋଲି ସେ ମତ ରଖିଛନ୍ତି ।
ବ୍ୟୁରୋ ରିପୋର୍ଟ , ଇିଟଭି ଭାରତ